/odisha-reporter/media/post_attachments/uploads/2020/01/pecha.jpg)
pecha
ଆସିକା (ମନୋଜ ମୁନି): ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ୍ ନୂଆ ଖରିଡ଼ା ଗାଁରୁ ବିରଳ ପ୍ରଜାତିର ତିନୋଟି ପକ୍ଷୀ ଉଦ୍ଧାର କରାଯାଇଛି। ଆଜି ସକାଳେ ଗ୍ରାମବାସୀ ପୋଖରୀକୁ ଗାଧୋଇବା ପାଇଁ ଯିବା ସମୟରେ ଏହା ନିକଟରେ ତିନୋଟି ପକ୍ଷୀ ବସିଥିବା ଦେଖିବାକୁ ପାଇଥିଲେ।
Advertisment
/odisha-reporter/media/post_attachments/wp-content/uploads/2020/01/pecha-2.jpg)
ପକ୍ଷୀଗୁଡ଼ିକ ଦେଖିବାକୁ ବିରଳ ପ୍ରଜାତିର ହୋଇଥିବାରୁ ଗ୍ରାମବାସୀ ସଙ୍ଗେ ସଙ୍ଗେ ବନବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ପକ୍ଷୀଗୁଡ଼ିକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ି ଦେଇଥିବା ଜଣାପଡ଼ିଛି।
ତେବେ ସ୍ଥାନୀୟ ଲୋକେ ଏହି ବିରଳ ପକ୍ଷୀ ତିନୋଟିକୁ ଗରୁଡ଼ ପକ୍ଷୀ ବୋଲି କହୁଥିବା ବେଳେ ପକ୍ଷୀମାନେ କେଉଁ ପ୍ରଜାତିର ତାହା ଜଣାପଡ଼ିନାହିଁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
