/odisha-reporter/media/post_attachments/uploads/2020/05/puri-111000.jpg)
puri
କୋଣାର୍କ(ସଞ୍ଜୟ ପତି): ଗତକାଲି ରାତିରେ କାଳ ବୈଶାଖୀ ବର୍ଷାରେ ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନ ମଣ୍ଡଳୀର ୧୨ଟି ପଞ୍ଚାୟତ ଓ ନିମାପଡ଼ା ଏନ୍ଏସି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି।
Advertisment
ପ୍ରାଥମିକ ଆକଳନ ଅନୁଯାୟୀ, ୨୦୦୦ ଇଲେକ୍ଟ୍ରି ଖୁଣ୍ଟ ଉପୁଡ଼ି ପଡ଼ିଥିବାରୁ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଛି। ଏଥିସହ ବହୁ ପଲିଥିନ ଓ କଚାଘର ମାଟିରେ ମିଶିଛି। କ୍ଷୟକ୍ଷତି ଆକଳନ ପାଇଁ ସ୍ଥାନୀୟ ବିଧାୟକ ତଥା ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତ କରିଛନ୍ତି। ଏହାପରେ ସେସୁ ଅଧିକାରୀ ଓ ତହସିଲଦାରଙ୍କ ସହ ଆଲୋଚନା କରି କ୍ଷୟକ୍ଷତି ଆକଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ଅଞ୍ଚଳରେ ବିଦ୍ୟୁତ୍ ସରବରାହ ସ୍ୱାଭାବିକ ପାଇଁ ଦୁଇ ତିନି ଦିନ ଲାଗିବ ବୋଲି ଜଣାପଡ଼ିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
