Advertisment

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେଡିର ଟିକେଟ୍ କସରତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାଚନରେ ଲଢ଼ିବା ପାଇଁ ସବୁ ଦଳ ମଧ୍ୟରେ ଟିକେଟ୍‌କୁ ନେଇ କସରତ ଆରମ୍ଭ ହୋଇଯାଇଛି। ଦଳର ମୁଖିଆ କାହାକୁ ଟିକେଟ୍‌ ଦେବେ କାହାର ଟିକେଟ୍‌ କାଟିବେ ସେନେଇ ସମସ୍ତଙ୍କ ନଜର ରହିଛି। ତେବେ ଏପ୍ରିଲ ୧୧ରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେଡିର ଟିକେଟ୍‌ କସରତ ଜାରି ରହିଛି। ଖୁବ୍‌ଶୀଘ୍ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯିବ ବୋଲି କୁହାଯାଉଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ […]

ଦ୍ୱନ୍ଦ୍ୱରେ ବିଜେଡି, ନିଜେ ଖୋଳିଥିବା ଗାତରେ ନିଜେ ଫସୁଛି

CM-Naveen-Patnaik

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାଚନରେ ଲଢ଼ିବା ପାଇଁ ସବୁ ଦଳ ମଧ୍ୟରେ ଟିକେଟ୍‌କୁ ନେଇ କସରତ ଆରମ୍ଭ ହୋଇଯାଇଛି। ଦଳର ମୁଖିଆ କାହାକୁ ଟିକେଟ୍‌ ଦେବେ କାହାର ଟିକେଟ୍‌ କାଟିବେ ସେନେଇ ସମସ୍ତଙ୍କ ନଜର ରହିଛି।

Advertisment

ତେବେ ଏପ୍ରିଲ ୧୧ରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେଡିର ଟିକେଟ୍‌ କସରତ ଜାରି ରହିଛି। ଖୁବ୍‌ଶୀଘ୍ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯିବ ବୋଲି କୁହାଯାଉଛି।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪ଟି ଲୋକସଭା ଆସନ କଳାହାଣ୍ଡି, କୋରାପୁଟ, ବ୍ରହ୍ମପୁର ଓ ନବରଙ୍ଗପୁର ଏବଂ ଏହା ଅଧୀନରେ ଆସୁଥିବା ୨୮ଟି ବିଧାନସଭା ଆସନ ପାଇଁ ନବୀନ ନିବାସରେ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିଥିଲେ।

Advertisment

ଏହି ବୈଠକରେ କଳାହାଣ୍ଡି ପର୍ଯ୍ୟବେକ୍ଷକ ନିରଞ୍ଜନ ପୂଜାରୀ, ନବରଙ୍ଗପୁର ପର୍ଯ୍ୟବେକ୍ଷକ ସଞ୍ଜୟ ଦାଶବର୍ମା, କୋରାପୁଟ ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ଏବଂ ବ୍ରହ୍ମପୁର ପର୍ଯ୍ୟବେକ୍ଷକ ମହେଶ୍ୱର ମହାନ୍ତି ଉପସ୍ଥିତ ଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe