Advertisment

'ତିତ୍‌ଲି' ଏଫେକ୍ଟ : ଚିଲିକାରେ ଖୋଲିଲା ଆଉଏକ ମୁହାଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୟଙ୍କର ବାତ୍ୟା ‘ତିତଲି’ ପ୍ରଭାବରେ ଚିଲିକାରେ ଆଉ ଏକ ନୂଆ ମୁହାଣ ଖୋଲିଛି।ଚିଲିକା ଉନ୍ନୟନ ପ୍ରାଧିକରଣର ସିଇଓ ସୁଶାନ୍ତ ନନ୍ଦ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ତିତଲି ବାତ୍ୟା ପ୍ରଭାବରେ ସମୁଦ୍ରରେ ଶକ୍ତିଶାଳୀ ଜୁଆର ଆସିବା ଯୋଗୁ ନୂଆପାଟଣାର ବିପରୀତ ପାଶ୍ୱର୍ରେ ଏକ ନୂଆ ମୁହାଣ ଖୋଲିଛି। ଏହାକୁ ନେଇ ଭୟଭୀତ ହେବାର କାରଣ ନାହିଁ ଓ ତିତଲିର ପ୍ରଭାବ ହ୍ରାସ ସହ ସମୁଦ୍ର ଶାନ୍ତ ପଡ଼ିଲେ ଏହି ପାଣି […]

ଅଦ୍ୟତନ ହୋଇଛି
'ତିତ୍‌ଲି' ଏଫେକ୍ଟ : ଚିଲିକାରେ ଖୋଲିଲା ଆଉଏକ ମୁହାଣ

hh-1

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୟଙ୍କର ବାତ୍ୟା ‘ତିତଲି’ ପ୍ରଭାବରେ ଚିଲିକାରେ ଆଉ ଏକ ନୂଆ ମୁହାଣ ଖୋଲିଛି।ଚିଲିକା ଉନ୍ନୟନ ପ୍ରାଧିକରଣର ସିଇଓ ସୁଶାନ୍ତ ନନ୍ଦ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ତିତଲି ବାତ୍ୟା ପ୍ରଭାବରେ ସମୁଦ୍ରରେ ଶକ୍ତିଶାଳୀ ଜୁଆର ଆସିବା ଯୋଗୁ ନୂଆପାଟଣାର ବିପରୀତ ପାଶ୍ୱର୍ରେ ଏକ ନୂଆ ମୁହାଣ ଖୋଲିଛି।

Advertisment

ଏହାକୁ ନେଇ ଭୟଭୀତ ହେବାର କାରଣ ନାହିଁ ଓ ତିତଲିର ପ୍ରଭାବ ହ୍ରାସ ସହ ସମୁଦ୍ର ଶାନ୍ତ ପଡ଼ିଲେ ଏହି ପାଣି ହ୍ରାସ ପାଇବ ବୋଲି ଶ୍ରୀ ନନ୍ଦ କହିଛନ୍ତି। ଗତ କିଛି ସପ୍ତାହ ପୂର୍ବରୁ ଚିଲିକାରେ ଅରଖକୁଦ ନିକଟରେ ଏକ ମୁହାଣ ଖୋଲିଥିଲା।

ଅନ୍ୟପକ୍ଷରେ ମିଳିଥିବା ସୂଚନା ଅନୁସାରେ ଏହି ନୂଆ ମୁହାଣ ଯୋଗୁ ୧୫ଟି ଗାଁ ପାଇଁ ବିପଦ ଦେଖାଦେଇଛି। କିଛି ଗାଁରେ ପାଣି ପଶିଥିବାବେଳେ କିଛି ଲୋକଙ୍କ ଘରେ ପାଣି ପଶିଛି। ତିତଲି ପ୍ରଭାବରେ ଲଗାଣ ବର୍ଷା ହେବା ସହ ସମୁଦ୍ର ଜୁଆରିଆ ଓ ଅଶାନ୍ତ ରହିଛି ।ଏହାର ପ୍ରଭାବରେ ଏହି ନୂଆ ମୁହାଣ ଖୋଲିଛି। ସମୁଦ୍ର ଅଶାନ୍ତ ଥିବାରୁ ଜୁଆର ଛାଡ଼ିବାକୁ ସମୟ ଲାଗିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe