Advertisment

ନନ୍ଦନକାନନରେ ଆଖି ବୁଜିଲା ସୂରଜ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନନ୍ଦନକାନନରେ ଆଖି ବୁଜିଲା କଲରାପତରିଆ ବାଘ ସୂରଜ। ଗତ କିଛି ଦିନ ଧରି ସେ ବ୍ଲଡ୍ ପ୍ରୋଟୋଜନ୍ ଇନ୍‌ଫେକ୍ସନ୍‌ରେ ପୀଡ଼ିତ ଥିଲା। ତେବେ ଗତକାଲି ଅପରାହ୍ନରେ ସେ ଅଧିକ ଅସୁସ୍ଥ ହୋଇପଡ଼ିଥିଲା। ଏହାପରେ ଗତକାଲି ରାତିରେ ତାର ମୃତ୍ୟୁ ଘଟିଥିଲା। ୧୬ ବର୍ଷ ବୟସରେ ସୂରଜର ମୃତ୍ୟୁ ହୋଇଥିବା ଜଣାଯାଇଛି। ୨୦୦୪ ମସିହା ଜୁଲାଇରେ ଭଞ୍ଜନଗର ଅଞ୍ଚଳରୁ ସୂରଜକୁ ଉଦ୍ଧାର କରି ନନ୍ଦନକାନନକୁ ଅଣାଯାଇଥିଲା। ସେତେବେଳେ ସେ ୩ରୁ ୪ ମାସର ଛୁଆ […]

author-image
Niharika Rout
ଅଦ୍ୟତନ ହୋଇଛି
ନନ୍ଦନକାନନରେ ଆଖି ବୁଜିଲା ସୂରଜ

suraj-1--1

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନନ୍ଦନକାନନରେ ଆଖି ବୁଜିଲା କଲରାପତରିଆ ବାଘ ସୂରଜ। ଗତ କିଛି ଦିନ ଧରି ସେ ବ୍ଲଡ୍ ପ୍ରୋଟୋଜନ୍ ଇନ୍‌ଫେକ୍ସନ୍‌ରେ ପୀଡ଼ିତ ଥିଲା। ତେବେ ଗତକାଲି ଅପରାହ୍ନରେ ସେ ଅଧିକ ଅସୁସ୍ଥ ହୋଇପଡ଼ିଥିଲା। ଏହାପରେ ଗତକାଲି ରାତିରେ ତାର ମୃତ୍ୟୁ ଘଟିଥିଲା। ୧୬ ବର୍ଷ ବୟସରେ ସୂରଜର ମୃତ୍ୟୁ ହୋଇଥିବା ଜଣାଯାଇଛି।

Advertisment

୨୦୦୪ ମସିହା ଜୁଲାଇରେ ଭଞ୍ଜନଗର ଅଞ୍ଚଳରୁ ସୂରଜକୁ ଉଦ୍ଧାର କରି ନନ୍ଦନକାନନକୁ ଅଣାଯାଇଥିଲା। ସେତେବେଳେ ସେ ୩ରୁ ୪ ମାସର ଛୁଆ ଥିଲା। ବୟସାଧିକ ହେତୁ ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଏହି ବାଘର ଗତ ରାତିରେ ମୃତ୍ୟୁ ହୋଇଥିବା ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି।

ସୂରଜର ମୃତ୍ୟୁ ପରେ ଏବେ ନନ୍ଦନକାନନରେ କେବଳ ୩ଟି ପୁରୁଷ ଓ ୨ଟି ମାଈ କଲରାପତରିଆ ବାଘ ରହିଛନ୍ତି।

Advertisment