Advertisment

ବୁଲୁଛି ବାଘ, ଖାଇଛି ଛେଳି

ନୂଆପଡା(ମାୟାଧର ସରାଫ): ବାଘ ଆତଙ୍କ, ଭୟରେ ଗାଁ ଲୋକ। ନୂଆପଡା ଜିଲ୍ଲା କୋମନା ପଞ୍ଚାୟତ ବୀରସିଂହପଡାରେ ବାଘ ଆତଙ୍କ। କିଛି ଦିନ ମଧ୍ୟରେ ଗାଁରେ ଦୁଇଟି ଛେଳି ଓ ମେଣ୍ଡାଙ୍କୁ ମାରି ଖାଇଦେଇଛି ବାଘ ମୃତ୍ୟୁ। ସେହିପରି ବାଘ ଆକ୍ରମଣରେ ଗୋଟିଏ ବଳଦ ମଧ୍ୟ ଗରୁତର ହୋଇଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ସୂଚନା ପାଇ କୋମନା ବନ ଅଧିକାରୀ ଗାଁରେ ପହଞ୍ଚି ଅନୁଧ୍ୟାନ ଜାରି ରଖିଛି। ସୂଚନା ମୁତାବକ, ଦୁଇ ଦିନ ତଳେ ବୀରସିଂ ପଡାର […]

ଅଦ୍ୟତନ ହୋଇଛି
ରାଜ୍ୟରେ ଆରମ୍ଭ ହେଲା ବାଘ ଗଣନା 

tiger

Advertisment

ନୂଆପଡା(ମାୟାଧର ସରାଫ): ବାଘ ଆତଙ୍କ, ଭୟରେ ଗାଁ ଲୋକ। ନୂଆପଡା ଜିଲ୍ଲା କୋମନା ପଞ୍ଚାୟତ ବୀରସିଂହପଡାରେ ବାଘ ଆତଙ୍କ। କିଛି ଦିନ ମଧ୍ୟରେ ଗାଁରେ ଦୁଇଟି ଛେଳି ଓ ମେଣ୍ଡାଙ୍କୁ ମାରି ଖାଇଦେଇଛି ବାଘ ମୃତ୍ୟୁ। ସେହିପରି ବାଘ ଆକ୍ରମଣରେ ଗୋଟିଏ ବଳଦ ମଧ୍ୟ ଗରୁତର ହୋଇଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ସୂଚନା ପାଇ କୋମନା ବନ ଅଧିକାରୀ ଗାଁରେ ପହଞ୍ଚି ଅନୁଧ୍ୟାନ ଜାରି ରଖିଛି।

Advertisment

ସୂଚନା ମୁତାବକ, ଦୁଇ ଦିନ ତଳେ ବୀରସିଂ ପଡାର ନବୀନ ମାଝୀ ଘର ପାଖରେ ଛେଳି ଚରାଉ ଥିବାବେଳେ ହଠାତ ଏକ କଳରାପତରିଆ ବାଘ ଆସି ଛେଳି ଓ ମେଣ୍ଢାକୁ ଟେକି ନେଇ ପଳାଇଥିଲା।  ସେହିଦିନ ରାତିରେ ହିଁ ଗାଁର ବନବାସ ମାଝିଙ୍କ ଏକ ବଳଦକୁ ବାଘ ଆକ୍ରମଣ କରି ଗୁରୁତର କରିଥିଲା ବାଘ।  ସେହିପରି କିଛି ଦିନ ତଳେ ୨ଟି ବଳଦକୁ ମାରି ଖାଇ ଦେଇଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ବାଘ ଭୟରେ ଲୋକେ ଭୟଭୀତ ହୋଇପଡିଥିବା ବେଳେ ଆତଙ୍କ ଖେଳିଯାଇଛି। ତେବେ ବାଘଟି କେଉଁଠୁ ଆସିଲା, କେଉଁଠି ରହିଛି ସେନେଇ କୋମନା ବନ ବିଭାଗ ତନାଘନା ଚଳାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe