Advertisment

ରଥଯାତ୍ରାରେ ପାଞ୍ଚସ୍ତରୀୟ ସୁରକ୍ଷା ଓ ତ୍ରିସ୍ତରୀୟ ଟ୍ରାଫିକ୍ ବ୍ୟବସ୍ଥା

ପୁରୀ(ଓଡ଼ିଶା ରିପୋର୍ଟର): ରଥଯାତ୍ରାରେ ପାଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଓ ତ୍ରିସ୍ତରୀୟ ଟ୍ରାଫିକ୍ ବ୍ୟବସ୍ଥା କରାଯିବ। ଆଜି ପୁରୀ ଠାରେ ରଥଯାତ୍ରାକୁ ନେଇ ସମୀକ୍ଷା ବୈଠକ ପରେ ଡିଜିପି ସୁନିଲ ବଂଶଲ ଏହି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ରଥଯାତ୍ରାରେ ପାଞ୍ଚସ୍ତରୀୟ ସୁରକ୍ଷା ଅନ୍ତର୍ଗତ ୧୮୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଏଥିସହିତ ଟାକ୍ଟିକାଲ ୟୁନିଟ, ବମ୍ ଡିସ୍ପୋଜାଲ ସ୍କ୍ୱାଡ୍‌ ସହ ତଟ ସୁରକ୍ଷା ବାହିନୀ ନିୟୋଜିତ ହେବେ। ସେହିପରି  ପୁରୀ ସହରରେ ତ୍ରିସ୍ତରୀୟ ଟ୍ରାଫିକ ବ୍ୟବସ୍ଥା କରାଯିବ। […]

ଅଦ୍ୟତନ ହୋଇଛି
ରଥଯାତ୍ରାରେ ପାଞ୍ଚସ୍ତରୀୟ ସୁରକ୍ଷା ଓ ତ୍ରିସ୍ତରୀୟ ଟ୍ରାଫିକ୍ ବ୍ୟବସ୍ଥା

RATHA-1

Advertisment

ପୁରୀ(ଓଡ଼ିଶା ରିପୋର୍ଟର): ରଥଯାତ୍ରାରେ ପାଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଓ ତ୍ରିସ୍ତରୀୟ ଟ୍ରାଫିକ୍ ବ୍ୟବସ୍ଥା କରାଯିବ। ଆଜି ପୁରୀ ଠାରେ ରଥଯାତ୍ରାକୁ ନେଇ ସମୀକ୍ଷା ବୈଠକ ପରେ ଡିଜିପି ସୁନିଲ ବଂଶଲ ଏହି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ରଥଯାତ୍ରାରେ ପାଞ୍ଚସ୍ତରୀୟ ସୁରକ୍ଷା ଅନ୍ତର୍ଗତ ୧୮୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଏଥିସହିତ ଟାକ୍ଟିକାଲ ୟୁନିଟ, ବମ୍ ଡିସ୍ପୋଜାଲ ସ୍କ୍ୱାଡ୍‌ ସହ ତଟ ସୁରକ୍ଷା ବାହିନୀ ନିୟୋଜିତ ହେବେ।

Advertisment

ସେହିପରି  ପୁରୀ ସହରରେ ତ୍ରିସ୍ତରୀୟ ଟ୍ରାଫିକ ବ୍ୟବସ୍ଥା କରାଯିବ। ପୁରୀ ସହରକୁ ୧୦ଟି ଜୋନ୍ ଓ ୨୯ଟି ସେକ୍ଟରରେ ବିଭକ୍ତ କରାଯାଇଛି। ତିନୋଟି ପର୍ଯ୍ୟାୟରେ ଟ୍ରାଫିକ ବ୍ୟବସ୍ଥା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ନବଯୌବନ ଦର୍ଶନ, ଉଭାଯାତ୍ରା ଓ ରଥଯାତ୍ରା, ଦ୍ୱିତୀୟ ପର୍ଯ୍ୟାୟରେ ସଂନ୍ଧ୍ୟା ଦର୍ଶନ ଓ ବାହୁଡ଼ାଯାତ୍ରା, ତୃତୀୟ ପର୍ଯ୍ୟାୟରେ ସୁନାବେଶ ଓ ନିଳାଦ୍ରୀ ବିଜେକୁ ନେଇ କରାଯାଇଛି ଟ୍ରାଫିକ ବ୍ୟବସ୍ଥା।

ଏନେଇ କରାଯାଇଛି ଡିଜିଟାଲ ରୁଟ୍ ପ୍ଲାନ। ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ପଦକ୍ଷେପ ନିଆଯାଇଛି। ସେମାନଙ୍କ ଆଗମନକୁ ଦୃଷ୍ଟିରେ ରଖି ୮ଟି ପାର୍କିଂ ସ୍ଥଳ କରାଯାଇଛି। ଭୁବନେଶ୍ୱର ଓ କୋଣାର୍କ ଆଡୁ ପୁରୀ ଆସୁଥିବା ଲୋକେ ମାଳତୀପାଟପୁର ଓ ତାଳବଣିଆରେ, ବ୍ରହ୍ମଗିରି ପଟୁ ଆସୁଥିବା ଲୋକ ଜଗନ୍ନାଥ ବଲ୍ଲଭ, ବ୍ଲୁଫ୍ଲାଗ ବିଚ୍ ପାର୍କିଂ, ନୀଳାଚଳ ଅଶୋକ ଓ ଯାତ୍ରୀକାରେ ଗାଡ଼ି ପାର୍କିଂ କରିବେ। ବୈଠକରେ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ, ଆଇଜି(ଟ୍ରାଫିକ ଇନଚାର୍ଜ) ଅମିତାଭ ଠାକୁର ପ୍ରମୁଖ ଯୋଗଦେଇଥିଲେ।

Advertisment
Rathayatra 2022
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe