Advertisment

ସାତକୋଶିଆ ଜଙ୍ଗଲକୁ ଫେରିବ ‘ସୁନ୍ଦରୀ’, ଜଗିବ ‘ଯଶୋଦା’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣି ସାତକୋଶିଆ ଜଙ୍ଗଲକୁ ଫେରିବ ବାଘୁଣୀ ‘ସୁନ୍ଦରୀ’। ହିଂସ୍ର ହୋଇପଡ଼ି ଥିବା ବାଘୁଣୀ ‘ସୁନ୍ଦରୀ’ ଏନ୍‌କ୍ଲୋଜରରେ ରହିଛି। ଖୁବ୍‌ଶୀଘ୍ର ତାକୁ ଜଙ୍ଗଲରେ ଛାଡ଼ିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ବନ ବିଭାଗ। ଏଥିରେ ସହାୟତା କରିବ କୁମ୍‌କୀ ହାତୀ ‘ଯଶୋଦା’। ସେଥିପାଇଁ ଏକ ଟ୍ରକ୍‌ରେ ଚନ୍ଦକା ଗୋଡ଼ିବାରୀ ଜଙ୍ଗଲରୁ ସାତକୋଶିଆକୁ ଯାଇଛି ‘ଯଶୋଦା’ ଓ ଅନ୍ୟ ହାତୀ। ଏମାନଙ୍କ ସହାୟତାରେ ‘ସୁନ୍ଦରୀ’ ଉପରେ ନଜର ରଖିବ ବନବିଭାଗ। ମଧ୍ୟପ୍ରଦେଶର ବାନ୍ଧବଗଡ଼ ଅଭୟାରଣ୍ୟରୁ ‘ସୁନ୍ଦରୀ’ […]

ଅଦ୍ୟତନ ହୋଇଛି
ସାତକୋଶିଆ ଜଙ୍ଗଲକୁ ଫେରିବ ‘ସୁନ୍ଦରୀ’, ଜଗିବ ‘ଯଶୋଦା’

Man-eater-Tigress-Sundari-to-be-shifted-back-to-Bandhabgarh-1

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣି ସାତକୋଶିଆ ଜଙ୍ଗଲକୁ ଫେରିବ ବାଘୁଣୀ ‘ସୁନ୍ଦରୀ’। ହିଂସ୍ର ହୋଇପଡ଼ି ଥିବା ବାଘୁଣୀ ‘ସୁନ୍ଦରୀ’ ଏନ୍‌କ୍ଲୋଜରରେ ରହିଛି। ଖୁବ୍‌ଶୀଘ୍ର ତାକୁ ଜଙ୍ଗଲରେ ଛାଡ଼ିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ବନ ବିଭାଗ। ଏଥିରେ ସହାୟତା କରିବ କୁମ୍‌କୀ ହାତୀ ‘ଯଶୋଦା’। ସେଥିପାଇଁ ଏକ ଟ୍ରକ୍‌ରେ ଚନ୍ଦକା ଗୋଡ଼ିବାରୀ ଜଙ୍ଗଲରୁ ସାତକୋଶିଆକୁ ଯାଇଛି ‘ଯଶୋଦା’ ଓ ଅନ୍ୟ ହାତୀ। ଏମାନଙ୍କ ସହାୟତାରେ ‘ସୁନ୍ଦରୀ’ ଉପରେ ନଜର ରଖିବ ବନବିଭାଗ।

Advertisment

ମଧ୍ୟପ୍ରଦେଶର ବାନ୍ଧବଗଡ଼ ଅଭୟାରଣ୍ୟରୁ ‘ସୁନ୍ଦରୀ’ ଆସିଥିଲା। ସେ ସାତକୋଶିଆରେ ପାଦ ଥାପିବା ପରେ ଅଭୟାରଣ୍ୟ ପାର୍ଶ୍ୱବର୍ତ୍ତୀ ଗାଁ ଲୋକଙ୍କ ଭିତରେ ଭୟର ବାତାବରଣ ଖେଳି ଯାଇଥିଲା। ‘ସୁନ୍ଦରୀ' ଅନ୍ୟ ବାଘ ଓ ବାଘୁଣୀଙ୍କ ସହିତ ମିଳିମିଶା କଲାନାହିଁ। ଏକଘରିଆ ହୋଇ ରହିଲା। ଏପରିକି ଅଭୟାରଣ୍ୟର ଘଞ୍ଚ ଜଙ୍ଗଲକୁ ଗଲାନାହିଁ। ସବୁବେଳେ ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୁରି ବୁଲୁଥିଲା। ଏହି ସମୟରେ ଖାଦ୍ୟ ଅନ୍ଵେଷଣରେ ବାହାରି ଯାହାକୁ ପାରିଲା ଝାମ୍ପି ନେଉଥିଲା। ଏନେଇ ଅଭିଯୋଗ ହେବା ପରେ ଲୋକେ ଭୟଭୀତ ହୋଇପଡ଼ିଥିଲେ। ବାଘୁଣୀ ‘ସୁନ୍ଦରୀ’କୁ ସ୍ଥାନାନ୍ତର ପାଇଁ ଲୋକେ ଦାବି କରିଥିଲେ। ଶେଷରେ ଗାଁ ଲୋକଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇଥିଲା ବନ ବିଭାଗ।

‘ସୁନ୍ଦରୀ’କୁ କାବୁ କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା ବିଭାଗ। ମାତ୍ର ଚାଲାକ ‘ସୁନ୍ଦାରୀ’ ଟ୍ରାଙ୍କୁଲାଇଜ୍‌ ଟିମ୍‌କୁ ଚକ୍‌ମା ଦେଉଥିଲା। ଏଥିପାଇଁ ବନ ବିଭାଗ ନାକେଦମ ହୋଇଥିଲା। ଓୟୁଏଟି ଓ ବାନ୍ଧବଗଡ଼ ଅବୟାରଣ୍ୟରୁ ଆସିଥିବା ସ୍ୱତନ୍ତ୍ର ଟ୍ରାଙ୍କୁଲାଇଜ୍‌ ଟିମ୍‌ ‘ସୁନ୍ଦରୀ’କୁ କାବୁ କରିପାରିନଥିଲେ। ଶେଷରେ ସୁନ୍ଦରୀ ଫସିଲା। ତାକୁ କାବୁ କରାଯାଇ ସାତକୋଶିଆ ଅଭୟାରଣ୍ୟ ରାଇଗୁଡ଼ାରେ ଦୁଇ ଏକର ପରିମିତ ଏନ୍‌କ୍ଲୋଜରରେ ରଖାଯାଇଛି।

Advertisment

ବହୁ ବାଦ ବିବାଦ ପରେ ସୁନ୍ଦରୀକୁ ସାତକୋଶିଆ ଅଭୟାରଣ୍ୟରେ ଛାଡ଼ିବାକୁ ବନ ବିଭାଗ ନିଷ୍ପତ୍ତି ନେଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe