Advertisment

ଶକ୍ତି ମହାନ୍ତି ଓ ବାଦଲ ମହାନ୍ତି ପାଇବେ ଟାଇମପାସ୍ ବୁକର୍ ପୁରସ୍କାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଲୋକପ୍ରିୟ ପ୍ରକାଶନ ସଂସ୍ଥା ‘ଟାଇମପାସ୍’ ପକ୍ଷରୁ  ଓଡ଼ିଆ କଥାସାହିତ୍ୟର ଶ୍ରେଷ୍ଠ ପାଣ୍ଡୁଲିପି ପାଇଁ  ଚଳିତ ବର୍ଷ ଟାଇମପାସ୍ ବୁକର୍ ପୁରସ୍କାର’ ପାଇଁ ଦୁଇବର୍ଷର ବିଜେତାଙ୍କ ନାମ ଘୋଷଣା ହୋଇଛି ।୨୦୧୬ ପାଇଁ ବାଦଲ ମହାନ୍ତିଙ୍କ ଉପନ୍ୟାସ ପାଣ୍ଡୁଲିପି ‘ନଟୁ’ ମନୋନୀତ ହୋଇଥିବାବେଳେ ୨୦୧୭ ମସିହା ପାଇଁ ଶକ୍ତି ମହାନ୍ତିଙ୍କ ଗଳ୍ପ ପାଣ୍ଡୁଲିପି ‘କ୍ୟାସିନୋ’ ଚୟନ ହୋଇଛି  । ୪୫ ବର୍ଷ ବା ତହିଁରୁ କମ୍ ବୟସର କଥାଶିଳ୍ପୀମାନଙ୍କୁ ଉତ୍ସାହିତ କରିବା ପାଇଁ ପ୍ରତିବର୍ଷ ଟାଇମପାସ୍ ପକ୍ଷରୁ ଏହି ପୁରସ୍କାର ଦିଆଯାଇଥାଏ । ଟାଇମପାସ୍’ର ବାର୍ଷିକୋତ୍ସବରେ ଏହି ଦୁଇଟି ବହି ଲୋକାର୍ପିତ ହେବ।

ଏଥିସହିତ ଚଳିତବର୍ଷ ୩ଜଣ ଲେଖକଙ୍କୁ ‘ଟାଇମପାସ ବେଷ୍ଟସେଲର’ ପୁରସ୍କାର ମଧ୍ୟ ପ୍ରଦାନ କରାଯିବ  । ‘ଟାଇମପାସ୍’ ଦ୍ୱାରା ପ୍ରକାଶିତ ଗତ ବର୍ଷକ ମଧ୍ୟରେ ସର୍ବାଧିକ ସଂଖ୍ୟାରେ ବିକ୍ରି ହୋଇଥିବା ପୁସ୍ତକକୁ ଦିଆଯାଉଥିବା ଏହି ପୁରସ୍କାର ପାଇଁ ଏଥର କବିତା ବିଭାଗରେ ଭାରତ ମାଝୀଙ୍କ ‘ମାଝୀଗୀତ’, କଥାସାହିତ୍ୟ ବିଭାଗରେ ପ୍ରଜ୍ଞାଶ୍ରୀ ରଥଙ୍କ ଉପନ୍ୟାସ ‘ଦର୍ପଣସୁନ୍ଦରୀ’ ଓ ପ୍ରବନ୍ଧ ବିଭାଗରେ ପରଂବ୍ରହ୍ମ ତ୍ରିପାଠୀଙ୍କ ‘କିଛି କହିବାର ଅଛି’ ପୁସ୍ତକ ମନୋନୀତ ହୋଇଛି  । ଟାଇମପାସ୍ ପ୍ରକାଶିତ ଜ୍ଞାନୀ ଦେବାଶିଷ ମିଶ୍ରଙ୍କ କବିତା ସଂକଳନ ‘ଦାଗ’ ଓ ସୂର୍ଯ୍ୟସ୍ନାତ ତ୍ରିପାଠୀଙ୍କ କବିତା ସଂକଳନ ‘ଏ ସଂପର୍କ ଏମିତି’ ପୁସ୍ତକ ଦ୍ୱୟ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପାଇଥିବାରୁ ଉଭୟଙ୍କୁ  ସମ୍ମାନିତ କରାଯିବ ବୋଲି ସ୍ଥିର ହୋଇଛି । ଚଳିତ ଜୁଲାଇ ମାସରେ ପୁରସ୍କାର ଉତ୍ସବ ଅନୁଷ୍ଟିତ ହେବ।

ସୂଚନାଯୋଗ୍ୟ ଯେ, ୨୦୦୮ରୁ ପ୍ରଦାନ କରାଯାଇ ଆସୁଥିବା ଏହି ପୁରସ୍କାରର ପ୍ରଥମ ବିଜେତା ଥିଲେ ସାରଦା ପ୍ରସାଦ ମିଶ୍ର । ପରେ ୨୦୦୯ରେ ସତ୍ୟପ୍ରିୟ ମହାଳିକ, ୨୦୧୦ରେ ମମତାମୟୀ ଚୌଧୁରୀ, ୨୦୧୧ରେ ତପନ ମହାପାତ୍ର, ୨୦୧୨ରେ ଅମରେଶ ବିଶ୍ୱାଳ, ୨୦୧୩ରେ ହିରଣ୍ମୟୀ ମିଶ୍ର, ୨୦୧୪ରେ ଆଦିତେଶ୍ୱର ମିଶ୍ର ଓ ୨୦୧୫ରେ ରମାକାନ୍ତ ସାମନ୍ତରାୟଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

author-image
Ordigital Desk