rath
Advertisment
ପୁରୀ(ଓଡ଼ିଶା ରିପୋର୍ଟର): ଜୁଲାଇ ୧ ତାରିଖରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ସମୟ ନିର୍ଘଣ୍ଟ କରିଛି। ୧ ତାରିଖ ସକାଳ ୮ଟାରୁ ୧୦ଟା ମଧ୍ୟରେ ଶ୍ରୀଜିଉଙ୍କ ବାହୁଡ଼ା ପହଣ୍ଡି ପାଇଁ ସମୟ ନିର୍ଘଣ୍ଟ ହୋଇଛି। ସେହିପରି ଦିନ ୧୦ଟା ୩୦ରୁ ୧୧ଟା ୩୦ ମଧ୍ୟରେ ଛେରାପହଁରା ହେବ। ମଧ୍ୟାହ୍ନ ୧୨ଟାରୁ ରଥଟଣା ଆରମ୍ଭ ପାଇଁ ସମୟ ନିର୍ଘଣ୍ଟ ହୋଇଛି।
Advertisment
ସୂଚନାଯୋଗ୍ୟ, ୨୩ ତାରିଖ ଦିନ ଶ୍ରୀଜିଉଙ୍କ ଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୋଇଥିଲା। ତିନି ଠାକୁର ରତ୍ନବେଦୀ ଛାଡ଼ି ରଥରେ ଚଢ଼ି ଜନ୍ମବେଦୀ ଅଭିମୁଖେ ଯାତ୍ରା କରିଥିଲେ। ହେଲେ ଏ ବର୍ଷ କରୋନା ଯୋଗୁ ବିନା ଭକ୍ତରେ ଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୋଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/06/rath.jpg)