Advertisment

ଉପନିର୍ବାଚନ ପାଇଁ କାହା ପାଖରେ କେଉଁ ରାଜନୈତିକ ଅସ୍ତ୍ର ଅଛି ?

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର) ଉପନିର୍ବାଚନ ପାଇଁ ସରଗରମ ହୋଇଛି ତିର୍ତ୍ତୋଲ ରାଜନୀତି। ନଭେମ୍ବର ୩ରେ ପଡ଼ିବ ଭୋଟ୍ ସେଥିପାଇଁ ସବୁ ଦଳ ନିଜ ନିଜର ମୁଦ୍ଦା ଭୋଟର୍‌ଙ୍କ ପାଖରେ ରଖୁଛନ୍ତି। ୨୦ ବର୍ଷ ବିଜେଡି ସରକାରର ବିଫଳତାକୁ ମୁଖ୍ୟ ପ୍ରସଙ୍ଗ କରିଛନ୍ତି ବିରୋଧୀ। ତିର୍ତ୍ତୋଲରେ ବନ୍ଦ ଥିବା ସୂତାକଳ ଏଯାଏଁ କାର୍ଯ୍ୟକ୍ଷମ ହୋଇ ନପାରିବା, ହଂସୁଆ ନଈ ଦ୍ୱାରା ଜଳମଗ୍ନ ହେଉଥିବା ଚାଷଜମିର ପୁନରୁଦ୍ଧାର, ରାସ୍ତାଘାଟ, ପିଇବା ପାଣି ସମସ୍ୟା ଓ ମହାନଦୀ ଅବବାହିକାରେ ବନ୍ୟାର ସ୍ଥାୟୀ ପ୍ରତିକାରକୁ ମୁଖ୍ୟ […]

author-image
Tapas Behera
ବାଲେଶ୍ୱର ସଦର, ତିର୍ତ୍ତୋଲ ଉପନିର୍ବାଚନରେ ପ୍ରାର୍ଥୀ କିଏ ହେବେ?

BJP-BJD-CONGRESS

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର) ଉପନିର୍ବାଚନ ପାଇଁ ସରଗରମ ହୋଇଛି ତିର୍ତ୍ତୋଲ ରାଜନୀତି। ନଭେମ୍ବର ୩ରେ ପଡ଼ିବ ଭୋଟ୍ ସେଥିପାଇଁ ସବୁ ଦଳ ନିଜ ନିଜର ମୁଦ୍ଦା ଭୋଟର୍‌ଙ୍କ ପାଖରେ ରଖୁଛନ୍ତି। ୨୦ ବର୍ଷ ବିଜେଡି ସରକାରର ବିଫଳତାକୁ ମୁଖ୍ୟ ପ୍ରସଙ୍ଗ କରିଛନ୍ତି ବିରୋଧୀ। ତିର୍ତ୍ତୋଲରେ ବନ୍ଦ ଥିବା ସୂତାକଳ ଏଯାଏଁ କାର୍ଯ୍ୟକ୍ଷମ ହୋଇ ନପାରିବା, ହଂସୁଆ ନଈ ଦ୍ୱାରା ଜଳମଗ୍ନ ହେଉଥିବା ଚାଷଜମିର ପୁନରୁଦ୍ଧାର, ରାସ୍ତାଘାଟ, ପିଇବା ପାଣି ସମସ୍ୟା ଓ ମହାନଦୀ ଅବବାହିକାରେ ବନ୍ୟାର ସ୍ଥାୟୀ ପ୍ରତିକାରକୁ ମୁଖ୍ୟ ପ୍ରସଙ୍ଗ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ୍।

Advertisment

ଏହାସହିତ କୋଭିଡ୍ ପରିଚାଳନାରେ ରାଜ୍ୟ ସରକାରଙ୍କ ବିଫଳତା ଓ ମୋଦି ସରକାରଙ୍କ ସଫଳ ଯୋଜନା, କେନ୍ଦ୍ରୀୟ ଅନୁଦାନ ସଂପର୍କରେ ଅବଗତ କରାଇ ଭୋଟ୍ ମାଗୁଛି ବିଜେପି।

ସେପଟେ କଂଗ୍ରେସ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତା ସହ ବସନ୍ତ ବିଶ୍ୱାଳଙ୍କ ସମୟରେ ହୋଇଥିବା ବିକାଶ କାମକୁ ଆଧାର କରି ଭୋଟର୍‌ଙ୍କ ପାଖକୁ ଯାଉଛିା ତେଣେ ବିଜେଡି ରାଜ୍ୟ ସରକାରଙ୍କ ସଫଳ ଯୋଜନା ଓ ଏବେ ଏବେ ଶିଳାନ୍ୟାସ ହୋଇଥିବା ଜୟପୁର-କଟିକଟା ଓ ତିର୍ତ୍ତୋଲ-ପୋଷଲ ବ୍ରିଜ୍ କଥା ଉଠାଉଛି। ବିଷ୍ଣୁ ଦାସଙ୍କ ଦେହାନ୍ତ ପରେ ତାଙ୍କ ପୁଅ ବିଜୟ ଶଙ୍କରଙ୍କୁ ପ୍ରାର୍ଥୀ ହୋଇଥିବାରୁ ବିଜେଡି ଅନୁକମ୍ପାମୂଳକ ଭୋଟ୍ ଉପରେ ବି ଭରସା ରଖିଛିା

Advertisment

ସେପଟେ ପ୍ରଚାର ଯୁଦ୍ଧ ବି ଜୋର୍‌ସୋର୍‌ରେ ଚାଲିଛି। ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାଶ ସମର୍ଥକଙ୍କ ସହ ଘରକୁ ଘର ବୁଲି ପ୍ରଚାର କରୁଥିବା ବେଳେ ଦଳର ମନ୍ତ୍ରୀ, ବିଧାୟକ ଓ ଅନ୍ୟ ନେତାମାନେ ବ୍ଳକ୍ ଓ ପଂଚାୟତରେ ଡେରା ପକାଇଛନ୍ତି।

ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା ମଧ୍ୟ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି। ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ସବୁ ବ୍ଲକ୍‌ରେ ଦଳୀୟ କାର୍ଯ୍ୟାଳୟ ଖୋଲି ସେଠାରୁ ପ୍ରସ୍ତୁତ ହେଉଛି ରଣନୀତି। ବିଭିନ୍ନ ସ୍ଥାନରେ ଗଡ଼ ଜଗିଛନ୍ତି ଦଳର ଦାୟିତ୍ୱରେ ଥିବା ନେତାମାନେ। ସେପଟେ କଂଗ୍ରେସର ଯୁବ ଚେହେରା ହିମାଂଶୁ ମଲ୍ଲିକ ମଧ୍ୟ ଘରକୁ ଘର ବୁଲି ଭୋଟ୍ ଭିକ୍ଷା କରୁଛନ୍ତିା

କୋଭିଡ୍ କଟଣା ଯୋଗୁଁ ବଡ଼ ବଡ଼ ସଭା ସମିତି ହେଉନଥିବାରୁ ପ୍ରଚାର ସେତେଟା ଜମୁ ନାହିଁ। ତେବେ ସବୁ ଦଳର ହେଭିୱେଟ୍ ନେତାମାନେ ଡେରା ପକାଇ ଭୋଟର୍‌ଙ୍କୁ ପ୍ରଭାବିତ କରିବାକୁ ପ୍ରୟାସ କରୁଛନ୍ତି।