Advertisment

ଶେଷରେ କୋର୍ଟ ମ୍ୟାରେଜ୍ ପାଇଁ ରାଜି ହେଲେ ତିର୍ତ୍ତୋଲ ବିଧାୟକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ପ୍ରାୟ ୭ ମାସ ଧରି ତୁତୁମେମେ ପରେ ଶେଷରେ ତିର୍ତ୍ତୋଲ ବିଜେଡି ବିଧାୟକ ବିଜୟ ଶଙ୍କର ଦାସ ନିଜର ପ୍ରେମିକା ସୋମାଲିକା ଦାଶଙ୍କୁ ବିବାହ ନିମନ୍ତେ ରାଜି ହୋଇଛନ୍ତି । ଆଜି ଉଭୟ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ତିର୍ତ୍ତୋଲ ବିଧାୟକ ଶ୍ରୀ ଦାସ ଓ ତାଙ୍କ ପ୍ରେମିକା ସୋମାଲିକା କୋର୍ଟ ମ୍ୟାରେଜ୍ ନିମନ୍ତେ ଜଗତସିଂହପୁରସ୍ଥିତ ସବରେଜିଷ୍ଟାର ଅଫିସରେ ବିଧିବଦ୍ଧ ଆବେଦନ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ, ତିର୍ତ୍ତୋଲ ବିଧାୟକ ଶ୍ରୀ ଦାସ […]

ଅଦ୍ୟତନ ହୋଇଛି
ଶେଷରେ କୋର୍ଟ ମ୍ୟାରେଜ୍ ପାଇଁ ରାଜି ହେଲେ ତିର୍ତ୍ତୋଲ ବିଧାୟକ

Tirtol mla

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ପ୍ରାୟ ୭ ମାସ ଧରି ତୁତୁମେମେ ପରେ ଶେଷରେ ତିର୍ତ୍ତୋଲ ବିଜେଡି ବିଧାୟକ ବିଜୟ ଶଙ୍କର ଦାସ ନିଜର ପ୍ରେମିକା ସୋମାଲିକା ଦାଶଙ୍କୁ ବିବାହ ନିମନ୍ତେ ରାଜି ହୋଇଛନ୍ତି । ଆଜି ଉଭୟ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ତିର୍ତ୍ତୋଲ ବିଧାୟକ ଶ୍ରୀ ଦାସ ଓ ତାଙ୍କ ପ୍ରେମିକା ସୋମାଲିକା କୋର୍ଟ ମ୍ୟାରେଜ୍ ନିମନ୍ତେ ଜଗତସିଂହପୁରସ୍ଥିତ ସବରେଜିଷ୍ଟାର ଅଫିସରେ ବିଧିବଦ୍ଧ ଆବେଦନ କରିଛନ୍ତି ।

Advertisment

ମିଳିଥିବା ସୂଚନା ଅନୁସାରେ, ତିର୍ତ୍ତୋଲ ବିଧାୟକ ଶ୍ରୀ ଦାସ ଓ ତାଙ୍କ ପ୍ରେମିକାଙ୍କ ପରିବାରର ସଦସ୍ୟ, ଓକିଲ ଓ ମଧ୍ୟସ୍ଥଙ୍କ ଉପସ୍ଥିତିରେ ଆଜି ଏହି ବହୁଚର୍ଚ୍ଚିତ କୋର୍ଟ ମ୍ୟାରେଜ୍ ପାଇଁ ଆବେଦନ ହୋଇଛି । ଏହି ଆବେଦନ ପ୍ରକ୍ରିୟା ପ୍ରାୟ ଏକ ମାସ ଧରି ରହିବ ଓ ମାସକ ପରେ ପୁଣି ଏହି ସବରେଜିଷ୍ଟ୍ରାର ଅଫିସରେ ଉଭୟ ଆଇନଗତ ଭାବେ ବିବାହ କରିବେ ।

ଗତ ଦୁଇଦିନ ତଳେ ଶ୍ରୀ ଦାସଙ୍କ ବିରୋଧରେ ସୋମାଲିକା ଜଗତସିଂହପୁର ପୁଲିସ ଏସପି ଅଖିଳେଶ ସିଂଙ୍କୁ ଲିଖିତ ଭାବେ ଜଣାଇଥିଲେ। ଏହା ପରେ ବିଧାୟକ ଶ୍ରୀ ଦାସଙ୍କ ଉପରେ ବିବାହ ନିମନ୍ତେ ଚାପ ବୃଦ୍ଧି ପାଇଥିଲା । ଏପରିକି ଏହି ମାମଲାରେ ତୃତୀୟ ମହଲାର ହସ୍ତକ୍ଷେପ ଯୋଗୁ ୭ମାସ ଧରି ସୋମାଲିକାଙ୍କ ସହ ସମ୍ପର୍କ ଛିନ୍ନ କରିଥିବା ଶ୍ରୀ ଦାସ ଶେଷରେ କୋର୍ଟ ମ୍ୟାରେଜ୍ ପାଇଁ ରାଜି ହୋଇଥିବା ଜଣାପଡ଼ିଛି । ଦୁଇ ଦିନ ଧରି ଉଭୟ ପରିବାର ସଦସ୍ୟଙ୍କ ମଧ୍ୟରେ ବିବାହ ପାଇଁ ଆଲୋଚନା ଜାରି ରହିଥିଲା ।

Advertisment

ସୂଚନାଯୋଗ୍ୟ, ଜଗତସିଂହପୁର ଟାଉନ୍ ଅଂଚଳର ଯୁବତୀ ସୋମାଲିକାଙ୍କ ସହ ଦୀର୍ଘ ୫ବର୍ଷ ଧରି ତିର୍ତ୍ତାଲ ବିଧାୟକ ଶ୍ରୀ ଦାସ ପ୍ରେମ ସମ୍ପର୍କରେ ରହିଥିଲେ।କିନ୍ତୁ ବିବାହ ପାଇଁ ସୋମାଲିକା ଚାପ ପକାଇବା ପରେ ଗତବର୍ଷ ନଭେମ୍ବର ମାସ ପରଠୁ ତାଙ୍କ ସହ ସମସ୍ତ ପ୍ରକାରର ସମ୍ପର୍କ ଛିନ୍ନ କରି ଦେଇଥିଲେ ବିଧାୟକ ଶ୍ରୀ ଦାସ। ତାଙ୍କର ଏଭଳି ପରିବର୍ତ୍ତନ ପରେ ସୋମାଲିକା ସୋଶାଲ୍ ମିଡିଆରେ ଉଭୟଙ୍କ ଅନ୍ତରଙ୍ଗ ମୁହୂର୍ତ୍ତରେ ଫଟୋ ଛାଡ଼ି ଚର୍ଚ୍ଚାକୁ ଆସିଥିଲେ। ଏସବୁ ସତ୍ତ୍ୱେ ବିଧାୟକ ଶ୍ରୀ ଦାସ ତାଙ୍କୁ ବିବାହ କରିବେ ନାହିଁ ବୋଲି ରୋକଠୋକ୍ ଶୁଣାଇଥିଲେ । ମାତ୍ର ସୋମାଲିକା ନଛୋଡ଼ବନ୍ଦା ହୋଇ ନିଜ ହକ୍ ପାଇଁ ଲଢ଼ି ଶେଷରେ ବିଜୟୀ ହୋଇଛନ୍ତି ।

Tirtol
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe