ଓଡ଼ିଶାରେ ଟଙ୍କାଟିଏ ବି ଖର୍ଚ୍ଚ କରିନି ତୃଣମୂଳ କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ଆସନରେ ପ୍ରାର୍ଥୀ ଦେଇଥିଲା ସତ, କିନ୍ତୁ ଟଙ୍କାଟିଏ ବି ଖର୍ଚ୍ଚ କରିନି। ଦଳ ପକ୍ଷରୁ ନିର୍ବାଚନ କମିଶନଙ୍କ ପାଖରେ ଦାଖଲ ହୋଇଥିବା ନିର୍ବାଚନୀ ଖର୍ଚ୍ଚ ବିବରଣୀରୁ ଏହା ଜଣାପଡ଼ିଛି। ନିର୍ବାଚନ କମିଶନଙ୍କ ପାଖରେ ଦାଖଲ ହୋଇଥିବା ଖର୍ଚ୍ଚ ବିବରଣୀରୁ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ୨୦୧୯ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ମୋଟ ୮୩ […]

tmc-should-not-spent-money-on-election

Manoranjan Sial
  • Published: Friday, 06 September 2019
  • , Updated: 06 September 2019, 08:26 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ଆସନରେ ପ୍ରାର୍ଥୀ ଦେଇଥିଲା ସତ, କିନ୍ତୁ ଟଙ୍କାଟିଏ ବି ଖର୍ଚ୍ଚ କରିନି। ଦଳ ପକ୍ଷରୁ ନିର୍ବାଚନ କମିଶନଙ୍କ ପାଖରେ ଦାଖଲ ହୋଇଥିବା ନିର୍ବାଚନୀ ଖର୍ଚ୍ଚ ବିବରଣୀରୁ ଏହା ଜଣାପଡ଼ିଛି।

ନିର୍ବାଚନ କମିଶନଙ୍କ ପାଖରେ ଦାଖଲ ହୋଇଥିବା ଖର୍ଚ୍ଚ ବିବରଣୀରୁ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ୨୦୧୯ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ମୋଟ ୮୩ କୋଟି ୬୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି। ଓଡ଼ିଶାରେ ଦଳ ୧୬ଟି ବିଧାନସଭା ଆସନ ଓ ୩ଟି ଲୋକସଭା ଆସନରେ ମଧ୍ୟ ପ୍ରାର୍ଥୀ ଦେଇଥିଲା। ୨୦୧୯ ନିର୍ବାଚନରେ ଦଳକୁ ବିଧାନସଭାରେ ୦.୦୭% ଓ ଲୋକସଭାରେ ୦.୦୪% ଭୋଟ୍ ମିଳିଛି। ଅବଶ୍ୟ ଦଳର ଜଣେ ବି ପ୍ରାର୍ଥୀ ଅମାନତ ରଖିପାରିନାହାନ୍ତି। ଦଳ ୮୩.୬୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ଏଥିରେ ଓଡ଼ିଶା ପାଇଁ ଟଙ୍କାଟିଏ ଖର୍ଚ୍ଚ କରିନଥିବା ଜଣାଇଛି।

ସେହିପରି ମାୟାବତୀଙ୍କ ନେତୃତ୍ୱାଧୀନ ବହୁଜନ ସମାଜ ପାର୍ଟି(ବିଏସପି) ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାରେ ମୋଟ ୨୩ ଲକ୍ଷ ୩ ହଜାର ଟଙ୍କା ଖର୍ଚ୍ଚ କରିଛି। ତେବେ ଦଳର ସୁପ୍ରିମୋ ମାୟାବତୀ ଏପ୍ରିଲ ୨ ତାରିଖରେ ବରମୁଣ୍ଡା ପଡ଼ିଆରେ କରିଥିବା ସାଧାରଣ ସଭାରେ କେବଳ ୨୦.୪୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଦଳ ୮ଟି ଲୋକସଭା ଓ ୧୦୭ଟି ବିଧାନସଭାରେ ପ୍ରାର୍ଥୀ ଦେଇଥିଲା। ଦଳକୁ ଲୋକସଭାରେ ୦.୭୬% ଓ ବିଧାନସଭାରେ ୦.୮୨% ଭୋଟ୍ ମିଳିଛି। ତେବେ ଦଳ କୌଣସି ଗୋଟିଏ ସିଟରେ ବି ବିଜୟୀ ହୋଇପାରିନାହାନ୍ତି। ମାୟାବତୀଙ୍କ ଦଳ ପାଖରେ ସର୍ବାଧିକ ୬୫୩.୪୮କୋଟି ଟଙ୍କା ଥିଲେ ମଧ୍ୟ ଦଳ ୨୦୧୯ ସାଧାରଣ ନିର୍ବାଚନରେ ମାତ୍ର ୫୫.୩୯ କୋଟି ଟଙ୍କା ଖର୍ଚ୍ଚ କରିଛି।

ସେହିପରି ବିଜେଡି କେବଳ ଓଡ଼ିଶାରେ ନିର୍ବାଚନ ଲଢ଼ିବା ଭଳି କେବଳ ଆନ୍ଧ୍ର ପ୍ରଦେଶରେ ନିର୍ବାଚନ ଲଢ଼ିଥିବା ୱାଇଏସ୍ ଜଗନମୋହନ ରେଡ୍ଡୀଙ୍କ ୱାଇଏସଆର କଂଗ୍ରେସ ୨୦୧୯ ସାଧାରଣ ନିର୍ବାଚନରେ ମୋଟ ୮୬.୧୫ କୋଟି ଟଙ୍କା ଖର୍ଚ୍ଚ କରିଛି। ୱାଇଏସଆର କଂଗ୍ରେସ ମଧ୍ୟ ଆନ୍ଧ୍ରରେ ବିପୁଳ ଜନସମର୍ଥନ ପାଇ ସରକାର ଗଢ଼ିଛି। ଲୋକସଭା ସିଟକୁ ମଧ୍ୟ ଏକପାଖିଆ ୨୫ରୁ ୨୨ଟିକୁ ଦଖଲ କରିବାରେ ସକ୍ଷମ ହୋଇଛି। ତେବେ ଆଶ୍ଚର୍ଯ୍ୟଜନକ ଭାବେ କେବଳ ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଲଢ଼ିଥିବା ବିଜେଡି ୨୨୭.୭୯ କୋଟି ଟଙ୍କା ଖର୍ଚ୍ଚ କରିଛି।ଯାହାକି ବିଏସପି, ତୃଣମୂଳ କଂଗ୍ରେସ ଓ ୱାଇଏସଆର କଂଗ୍ରେସ ଭଳି ଦଳର ନିର୍ବାଚନ ଖର୍ଚ୍ଚଠୁ ଢେର ଗୁଣରେ ଅଧିକ ବୋଲି ଜଣାପଡ଼ିଛି।

Related story