Advertisment

ଶହୀଦ କୋଭିଡ୍ ଯୋଦ୍ଧାଙ୍କ ସ୍ମୃତିରେ ରାଜଧାନୀରେ ହେବ ସ୍ମାରକୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶହୀଦ କୋଭିଡ୍ ଯୋଦ୍ଧାଙ୍କ ତ୍ୟାଗର ସ୍ମୃତି ରକ୍ଷା ପାଇଁ ରାଜଧାନୀ ଭୁବନେଶ୍ୱରରେ ଏକ ସ୍ମାରକୀ ପ୍ରତିଷ୍ଠା କରାଯିବ ଓ ଏଥିରେ ଶହୀଦ ହୋଇଥିବା ସବୁ କୋଭିଡ୍ ଯୋଦ୍ଧାମାନଙ୍କ ନାଁ ଲିପିବଦ୍ଧ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ସନ୍ଧ୍ୟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଶହୀଦ କୋଭିଡ୍ ଯୋଦ୍ଧାଙ୍କ ପରିବାରବର୍ଗଙ୍କ ସହ ଆଲୋଚନା କରି ସମବେଦନା ଜଣାଇବା ସହ ସେମାନଙ୍କର ତ୍ୟାଗ କଦାପି ବିଫଳ […]

author-image
Manoranjan Sial
ଶହୀଦ କୋଭିଡ୍ ଯୋଦ୍ଧାଙ୍କ ସ୍ମୃତିରେ ରାଜଧାନୀରେ ହେବ ସ୍ମାରକୀ

naveen

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶହୀଦ କୋଭିଡ୍ ଯୋଦ୍ଧାଙ୍କ ତ୍ୟାଗର ସ୍ମୃତି ରକ୍ଷା ପାଇଁ ରାଜଧାନୀ ଭୁବନେଶ୍ୱରରେ ଏକ ସ୍ମାରକୀ ପ୍ରତିଷ୍ଠା କରାଯିବ ଓ ଏଥିରେ ଶହୀଦ ହୋଇଥିବା ସବୁ କୋଭିଡ୍ ଯୋଦ୍ଧାମାନଙ୍କ ନାଁ ଲିପିବଦ୍ଧ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

Advertisment

ମୁଖ୍ୟମନ୍ତ୍ରୀ ଆଜି ସନ୍ଧ୍ୟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଶହୀଦ କୋଭିଡ୍ ଯୋଦ୍ଧାଙ୍କ ପରିବାରବର୍ଗଙ୍କ ସହ ଆଲୋଚନା କରି ସମବେଦନା ଜଣାଇବା ସହ ସେମାନଙ୍କର ତ୍ୟାଗ କଦାପି ବିଫଳ ଯିବ ନାହିଁ ବୋଲି କହିଥିଲେ। ଏହାସହିତ କୋଭିଡ୍ ବିରୁଦ୍ଧରେ ଏହି ଲଢ଼େଇରେ ନିଶ୍ଚୟ ଜୟଯୁକ୍ତ ହେବା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଯୁଦ୍ଧରେ ରାଜ୍ୟର ୧୦୦ରୁ ଅଧିକ ଭୋଭିଡ୍ ଯୋଦ୍ଧା ଶହୀଦ ହୋଇଛନ୍ତି। ସେହି ଯୋଦ୍ଧାମାନଙ୍କ ଶୂନ୍ୟତା କେବେବି ପୂରଣ କରିହେବ ନାହିଁ। କିନ୍ତୁ ସେମାନଙ୍କ ପରଲୋକ ଯୋଗୁ ଯେପରି ପରିବାରର କୌଣସି ଅସୁବିଧା ନହେବ ସେଥିପାଇଁ ସରକାର ସମସ୍ତ ପ୍ରକାରର ସୁବିଧାସୁଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଚନ୍ତି। ମୁଖ୍ୟମନ୍ତ୍ରୀ ଏହି ଅବସରରେ ମାଲକାନଗିରି, କଟକ, ବରଗଡ଼, ବାଲେଶ୍ୱର ଓ ଗଞ୍ଜାମରେ ଉପସ୍ଥିତ ଶହୀଦ କୋଭିଡ୍ ଯୋଦ୍ଧାଙ୍କ ପରିବାର ସହିତ ଆଲୋଚନା କରିଥିଲେ।

ଏହି ଅବସରରେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପିକେ ମହାପାତ୍ର କହିଛନ୍ତି ଯେ ଓଡ଼ିଶା ଅତ୍ୟନ୍ତ ସଫଳତାର ସହ କୋଭିଡ୍ ଯୁଦ୍ଧର ମୁକାବିଲା କରିଛି। ଏଥିରେ ୧୦୧ଜଣ କୋଭିଡ୍ ଯୋଦ୍ଧା ଶହୀଦ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ଏବେସୁଦ୍ଧା ୯୬ଜଣ ଶହୀଦ ପରିବାରକୁ ୫୦ଲକ୍ଷ ଟଙ୍କା ଲେଖାଏ ସହାୟତା ଦିଆଯାଇଛି। ଆସନ୍ତା ୨ଦିନ ମଧ୍ୟରେ ବାକି ୫ଜଣ ଶହୀଦ ପରିବାରକୁ ସହାୟତା ଦିଆଯିବ।

Advertisment

ଏହି କାର୍ଯ୍ୟକ୍ରମରେ କୋଭିଡ୍ ଯୋଦ୍ଧାଙ୍କ ତ୍ୟାଗ ଓ ସେବା ସମ୍ପର୍କରେ ଏକ ଭିଡିଓ ଚିତ୍ର ପ୍ରଦର୍ଶନ କରାଯାଇଥିଲା। ମୁଖ୍ୟ ସଚିବଙ୍କ ସମେତ ବହୁ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ।