Advertisment

ଆଭା ପଞ୍ଜିକରଣରେ ଭୁବନେଶ୍ୱର ଏମ୍ସ ଦେଶରେ ୧ ନମ୍ବର

ଭୁବନେଶ୍ୱର ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡା. ଆଶୁତୋଷ ବିଶ୍ୱାସ, ମେଡିକାଲ ଅଧିକ୍ଷକ ଡା. ଦିଲୀପ କୁମାର ପରିଡ଼ା ଓ ଆଇଟି ସେଲ୍‌ ଅଧ୍ୟକ୍ଷ ଡା ମନୋଜ କୁମାର ମହାନ୍ତିଙ୍କ ନେତୃତ୍ୱରେ ଭୁବନେଶ୍ୱର ଏମ୍ସ ଏହି ଉପଲବ୍ଧି ହାସଲ କରିବାକୁ ସକ୍ଷମ ହୋଇଛି।

ଅଦ୍ୟତନ ହୋଇଛି
AIIMS

AIIMS

Advertisment

ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ଭୁବନେଶ୍ୱର ଆଜି ଆୟୁଷ୍ମାନ ଭାରତ ହେଲ୍‌ଥ ଆକାଉଣ୍ଟ (ଆଭା) ପଂଜୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଭାରତରେ ଥିବା ସମସ୍ତ ଏମ୍ସ ତୁଳନାରେ ଭୁବନେଶ୍ୱର ଏମ୍ସ ଆଜି ସର୍ବାଧିକ ୧୧୩୧ ଜଣଙ୍କୁ ଆଭା ଟୋକେନ ପ୍ରଦାନ କରି ଏକ ନମ୍ବର ସ୍ଥାନରେ ରହିଛି।

Advertisment

ଭୁବନେଶ୍ୱର ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡା. ଆଶୁତୋଷ ବିଶ୍ୱାସ, ମେଡିକାଲ ଅଧିକ୍ଷକ ଡା. ଦିଲୀପ କୁମାର ପରିଡ଼ା ଓ ଆଇଟି ସେଲ୍‌ ଅଧ୍ୟକ୍ଷ ଡା ମନୋଜ କୁମାର ମହାନ୍ତିଙ୍କ ନେତୃତ୍ୱରେ ଭୁବନେଶ୍ୱର ଏମ୍ସ ଏହି ଉପଲବ୍ଧି ହାସଲ କରିବାକୁ ସକ୍ଷମ ହୋଇଛି। 

ଆଭା ପଂଜୀକରଣ ବ୍ୟବସ୍ଥା ଚିକିତ୍ସା ପାଇଁ ନାମ ପଂଜୀକରଣକୁ ସମସ୍ୟାକୁ ସହଜ କରିଛି। ଜଣେ ବ୍ୟକ୍ତି ଗୋଟିଏ ଥର ଆଭା ଆପରେ ନାମପଂଜୀକରଣ କଲା ପରେ ଜୀବନବ୍ୟାପୀ ପୁଣି ପଞ୍ଜିକରଣ କରିବା ଦରକାର ପଡ଼ିବ ନାହିଁ। ଅର୍ଥାତ ସଂପୃକ୍ତ ବ୍ୟକ୍ତିଙ୍କର ରେକର୍ଡ  କେନ୍ଦ୍ରୀୟ ହସ୍ପିଟାଲର ସର୍ଭରରେ ଗଚ୍ଛିତ ହୋଇ ରହିବ।

Advertisment

ଏହି ବ୍ୟବସ୍ଥା କେନ୍ଦ୍ର ସରକାରଙ୍କ ଡିଜିଟାଲ ହେଲ୍‌ଥ ମିସନର ଏକ ଅଂଶବିଶେଷ। ତେବେ ଏମ୍ସ ଭୁବନେଶ୍ୱର ଏପର୍ଯ୍ୟନ୍ତ ଆଭା ମାଧ୍ୟମରେ ୩୧,୪୦୦ ଟୋକେନ ଦେଇସାରିଛି। ଆଭା ନମ୍ବର ହେଉଛି ଗୋଟିଏ  ୧୪ ଅଙ୍କ ବିଶିଷ୍ଟ ସ୍ୱତନ୍ତ୍ର ନମ୍ବର। ଏହି ନମ୍ବର ଦ୍ୱାରା ଜଣେ ରୋଗୀ ବାରମ୍ବାର ନିଜର ପଞ୍ଜିକରଣ ସମସ୍ୟାରୁ ମୁକ୍ତି ପାଇବ। ନମ୍ବର ମାରିବା ମାତ୍ରେ ତାଙ୍କର ସବୁ ତଥ୍ୟ ହସ୍ପିଟାଲ କର୍ତ୍ତୃପକ୍ଷ ଜାଣିପାରିବେ। ପୂର୍ବ ରୋଗ ସମ୍ପର୍କରେ ମଧ୍ୟ ସୂଚନା ମିଳି ପାରିବ। 

Odisha Bhubaneswar AIMMS
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe