Advertisment

ସମ୍ୱଲପୁର ଓ ବଲାଙ୍ଗିରରେ ଭାରତ ବନ୍ଦର ପ୍ରଭାବ

ସମ୍ୱଲପୁର/ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ଜାତିଭିତ୍ତିକ ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ଏକ ରାୟ ବିରୋଧ କରି ତଥା ସିଏଏ ପ୍ରତ୍ୟାହାର କରିବା ଦାବିରେ ଆଜି ଭୀମ ସେନା ପଷରୁ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ସମ୍ବଲପୁର ସହରରେ ଦେଖିବାକୁ ମିଳିଛି। ସହରରେ ଗାଡ଼ି ଚଳାଚଳ ଓ ଦୋକାନ ବଜାର ବନ୍ଦ ରହିଛି। ସମ୍ବଲପୁର ଷ୍ଟେସନରେ ଭୀମ ସେନାର ସଦସ୍ୟମାନେ ଟ୍ରେନ୍ ଅଟକାଇଥିଲେ। ତେବେ ସମ୍ବଲପୁରରୁ ଏକ ଘଣ୍ଟା ବିଳମ୍ୱରେ ସମ୍ବଲପୁର-ପୁରୀ ଇଣ୍ଟରସିଟି ଟ୍ରେନ୍‌ ଛାଡ଼ିଥିଲା। […]

ଅଦ୍ୟତନ ହୋଇଛି
ସମ୍ୱଲପୁର ଓ ବଲାଙ୍ଗିରରେ ଭାରତ ବନ୍ଦର ପ୍ରଭାବ

sambalpur

Advertisment

ସମ୍ୱଲପୁର/ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ଜାତିଭିତ୍ତିକ ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ଏକ ରାୟ ବିରୋଧ କରି ତଥା ସିଏଏ ପ୍ରତ୍ୟାହାର କରିବା ଦାବିରେ ଆଜି ଭୀମ ସେନା ପଷରୁ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ସମ୍ବଲପୁର ସହରରେ ଦେଖିବାକୁ ମିଳିଛି। ସହରରେ ଗାଡ଼ି ଚଳାଚଳ ଓ ଦୋକାନ ବଜାର ବନ୍ଦ ରହିଛି। ସମ୍ବଲପୁର ଷ୍ଟେସନରେ ଭୀମ ସେନାର ସଦସ୍ୟମାନେ ଟ୍ରେନ୍ ଅଟକାଇଥିଲେ। ତେବେ ସମ୍ବଲପୁରରୁ ଏକ ଘଣ୍ଟା ବିଳମ୍ୱରେ ସମ୍ବଲପୁର-ପୁରୀ ଇଣ୍ଟରସିଟି ଟ୍ରେନ୍‌ ଛାଡ଼ିଥିଲା।

Advertisment

ସେହିପରି ସମ୍ୱଲପୁର ଜିଲ୍ଲା ରେଢ଼ାଖୋଲ ସହରରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ସହରର ୫୫ନମ୍ୱର ଜାତୀୟ ରାଜପଥର ଭୀମଭୋଇ ଛକ ଓ ମେଡିକାଲ ଛକ ଠାରେ ଭୀମ ସେନା ସଦସ୍ୟମାନେ ରାସ୍ତା ଅବରୋଧ କରିବା ସହ ଦୋକାନ ବଜାର ବନ୍ଦ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହଶହ ସଂଖ୍ୟାରେ ଗାଡ଼ି ମଟର ଅଟକି ରହିଛି। ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ନାକଟିଦେଉଳ ଓ ଯୁଯୁମୁରା ବ୍ଲକରେ ବନ୍ଦର ପ୍ରଭାବ ବିଶେଷ ଭାବରେ ଦେଖିବାକୁ ମିଳି ନାହିଁ।publive-image

ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ ଭୀମ ସେନା ସଦସ୍ୟ, ଜିଲ୍ଲା ଦଳିତ ସଂଘ, ଆମ୍ୱେଦକର କ୍ରିୟାନୁଷ୍ଠାନ କମିଟି, ପଛୁଆ ବର୍ଗ,ଏକତା ମଞ୍ଚ, ବାମ ସେଫ‌, ବିଏସପି, ଅନୁସୂଚିତ ଜାତି ଜନଜାତି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ସକାଳୁ ସକାଳୁ ସହରର କଲେଜ ଛକ,ମ ହାନଦୀ ଛକ, ଆମ୍ୱେଦକର ଛକ ଆଦିରେ ଆନ୍ଦୋଳନକାରୀ ମାନେ ପିକେଟିଂ କରି ଯାନବାହାନ ଅଟକାଇଥିଲେ।

Advertisment

ସେହିପରି ଏହି ଭାରତ ବନ୍ଦ ଡାକରାର ପ୍ରଭାବ ସୋନପୁର ସହରରେ ମଧ୍ୟ ଦେଖିବାକୁ ମିଳିଛି। ଭୀମ ସେନାର ସଦସ୍ୟମାନେ ସୋନପୁର ସହରର ବିଭିନ୍ନ ଛକରେ ପିକେଟିଂ କରି ଗାଡି ମଟର ଓ ଦୋକାନ ବଜାର ବନ୍ଦ କରିଛନ୍ତି।publive-image

ବଲାଙ୍ଗିର ଜିଲ୍ଲାରେ ମଧ୍ୟ ଦଳିତ ସମାଜ, ଆମ୍ବେଦକର ପାର୍ଟି ଅଫ୍ ଇଣ୍ଡିଆ, ବିଏସ୍‌ପି ଭଳି ବିଭିନ୍ନ ସଙ୍ଗଠନ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଏହି ସମସ୍ତ ସଙ୍ଗଠନ ସକାଳ ୬ଟାରୁ ବନ୍ଦ ପାଳନ ଆରମ୍ଭ କରିଥିବା ବେଳେ ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ଜିଲ୍ଲା ବଣିକ ସଂଘ ଏହି ବନ୍ଦକୁ ସମର୍ଥନ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe