ଆଜି କ୍ୟାବିନେଟ୍ ଓ ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ୨୦୧୯-୨୦ ବର୍ଷର କାମଚଳା ବଜେଟ୍‌ ନେଇ ଆଲୋଚନା ହେବ। କ୍ୟାବିନେଟ୍‌ ବୈଠକ ପରେ ମନ୍ତ୍ରୀ ପରିଷଦ ବୈଠକ ବସିବ। ଯେଉଁଠି କାମଚଳା ବଜେଟ୍‌କୁ ଅନୁମୋଦନ ମିଳିବ। ନବୀନ ସରକାରଙ୍କ ଏହା ଚତୁର୍ଥ ପାଳିର ଶେଷ ବଜେଟ୍। ଗତ କିଛି ମାସ ମଧ୍ୟରେ ନିର୍ବାଚନ ଥିବାରୁ ରାଜ୍ୟ ସରକାରଙ୍କ ଘୋଷଣା ହୋଇଥିବା ଯୋଜନାକୁ ଅଧିକ […]

ASSEMBLY-1

Rakesh Mallick
  • Published: Saturday, 02 February 2019
  • , Updated: 02 February 2019, 12:08 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ୨୦୧୯-୨୦ ବର୍ଷର କାମଚଳା ବଜେଟ୍‌ ନେଇ ଆଲୋଚନା ହେବ।

କ୍ୟାବିନେଟ୍‌ ବୈଠକ ପରେ ମନ୍ତ୍ରୀ ପରିଷଦ ବୈଠକ ବସିବ। ଯେଉଁଠି କାମଚଳା ବଜେଟ୍‌କୁ ଅନୁମୋଦନ ମିଳିବ।

ନବୀନ ସରକାରଙ୍କ ଏହା ଚତୁର୍ଥ ପାଳିର ଶେଷ ବଜେଟ୍। ଗତ କିଛି ମାସ ମଧ୍ୟରେ ନିର୍ବାଚନ ଥିବାରୁ ରାଜ୍ୟ ସରକାରଙ୍କ ଘୋଷଣା ହୋଇଥିବା ଯୋଜନାକୁ ଅଧିକ ଗୁରୁତ୍ୱ ଦିଆଯାଇପାରେ।

ଏହାସହ ଆସିବାକୁ ଥିବା ଲୋଭନୀୟ ସ୍କିମ୍ ପାଇଁ କେତେ ବୟବରାଦ କରାଯିବ ସେ ନେଇ ଆଲୋଚନା ହେବ। ଆଜି ପାଖାପାଖି ୪୮ ହଜାର କୋଟିର ବଜେଟ୍ ଅନୁମୋଦନ ହେବା ସମ୍ଭାବନା ରହିଛି।

Related story