ଆଜି ବି ଭାରତ ବନ୍ଦ, କେନ୍ଦ୍ର ନୀତି ବିରୋଧରେ ଦିଆଯାଇଛି ଡାକରା

strike

strike

Niharika Rout
  • Published: Tuesday, 29 March 2022
  • Updated: 29 March 2022, 01:29 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତ ବନ୍ଦର ଆଜି ଦ୍ୱିତୀୟ ଦିନ । ୧୨ ଦଫା ଦାବି ନେଇ ଗତକାଲି ଏବଂ ଆଜି ୨ ଦିନିଆ ବନ୍ଦ ଡାକରା ଦେଇଛି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ସଂଗଠନ । ୪ଟି ଶ୍ରମ କୋଡ୍ ପ୍ରତ୍ୟାହାର, ରାଷ୍ଟ୍ରାୟତ୍ତ ସଂସ୍ଥାର ବିକ୍ରି ବନ୍ଦ, ଅହେତୁକ ଦରଦାମ୍ ବୃଦ୍ଧି, ଇପିଏଫ ଜମା ଉପରେ ସୁଧହାର ହ୍ରାସ ଓ କେନ୍ଦ୍ରର ବିଭିନ୍ନ ନୀତିକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି ।

ଗତକାଲି  ଭାରତ ବନ୍ଦର ସାମାନ୍ୟ ପ୍ରଭାବ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିଲା । ରାଜଧାନୀ ଭୁବନେଶ୍ୱର  ବନ୍ଦ ଦ୍ୱାରା ବେଶି ପ୍ରଭାବିତ ହୋଇଥିଲା ।  ଅନେକ ସ୍ଥାନରେ ବିଭିନ୍ନ ଶ୍ରମିକ ସଂଗଠନର ସଦସ୍ୟ ପିକେଟିଂ କରି ବନ୍ଦ ସଫଳ କରିବାକୁ ପ୍ରୟାସ କରିଥିଲେ। ବନ୍ଦ ଯୋଗୁଁ ଟ୍ରେନ ଓ ବସ୍ ଚଳାଚଳରେ ବାଧା ସୃଷ୍ଟି ହୋଇଥିଲା।

ଭୁବନେଶ୍ୱର ଷ୍ଟେସନରେ ଶ୍ରମିକ ସଂଘର କର୍ମକର୍ତ୍ତା ପହଞ୍ଚି ରେଳ ରୋକ କରିଥିଲେ । ସେହିପରି ଭୁବନେଶ୍ୱର ବିଭିନ୍ନ ସ୍ଥାନରେ ରାସ୍ତାରୋକ କରି ବନ୍ଦ ସଫଳ କରିବାକୁ ଚେଷ୍ଟା କରିଥିଲେ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ସଂଘ  ।

କେବଳ ରାଜଧାନୀ ନୁହେଁ  ପ୍ରମୁଖ ସହର କଟକ, ବ୍ରହ୍ମପୁର, ରାଉରକେଲା, ବାଲେଶ୍ୱର, ସମ୍ବଲପୁର ଏବଂ ବଲାଙ୍ଗିରରେ ମଧ୍ୟ ବନ୍ଦର ପ୍ରଭାବ ପରିଲକ୍ଷିତ ହୋଇଥିଲା  ବନ୍ଦ ଯୋଗୁଁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସାଧାରଣ ଜନଜୀବନ ବ୍ୟାହତ ହୋଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos