Advertisment

ଆଜି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା, ସରିଲା ପହଣ୍ଡି

ପୁରୀ (ଓଡ଼ିଶା ରିପୋର୍ଟର): ଆଜି ପବିତ୍ର ଘୋଷଯାତ୍ରା। ପୁରୀରେ ଚତୁଦ୍ଧାମୂର୍ତ୍ତି ପହଣ୍ଡିରେ ଆସି ରଥାରୂଢ଼ ହୋଇସାରିଛନ୍ତି। ବାକି ନୀତିକାନ୍ତି ସହିତ ଛେରା ପହଁରା ସରିଲେ ହେବ ରଥଟଣା। ସବୁ ନୀତିକାନ୍ତି ୩ ଘଣ୍ଟା ଆଗୁଆ ଚାଲିଥିବାରୁ ରଥଟଣା ବି ଧାର୍ଯ୍ୟ ସମୟ ପୂର୍ବରୁ ହେବ ବୋଲି ଆଶା କରାଯାଉଛି। ଭୋର ୩ଟାରେ ମଙ୍ଗଳ ଆଳତି ଓ ସାଢେ ୩ଟାରେ ମଇଲମ ନୀତି ଶେଷ ହୋଇଥିଲା। ସକାଳ ପ୍ରାୟ ୬ଟା ବେଳକୁ ରଥ ପ୍ରତିଷ୍ଠା କାର୍ଯ୍ୟ ମଧ୍ୟ ଶେଷ […]

ଅଦ୍ୟତନ ହୋଇଛି
ଆଜି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା, ସରିଲା ପହଣ୍ଡି

Lord Jagannath

Advertisment

ପୁରୀ (ଓଡ଼ିଶା ରିପୋର୍ଟର): ଆଜି ପବିତ୍ର ଘୋଷଯାତ୍ରା। ପୁରୀରେ ଚତୁଦ୍ଧାମୂର୍ତ୍ତି ପହଣ୍ଡିରେ ଆସି ରଥାରୂଢ଼ ହୋଇସାରିଛନ୍ତି। ବାକି ନୀତିକାନ୍ତି ସହିତ ଛେରା ପହଁରା ସରିଲେ ହେବ ରଥଟଣା। ସବୁ ନୀତିକାନ୍ତି ୩ ଘଣ୍ଟା ଆଗୁଆ ଚାଲିଥିବାରୁ ରଥଟଣା ବି ଧାର୍ଯ୍ୟ ସମୟ ପୂର୍ବରୁ ହେବ ବୋଲି ଆଶା କରାଯାଉଛି।

Advertisment

ଭୋର ୩ଟାରେ ମଙ୍ଗଳ ଆଳତି ଓ ସାଢେ ୩ଟାରେ ମଇଲମ ନୀତି ଶେଷ ହୋଇଥିଲା। ସକାଳ ପ୍ରାୟ ୬ଟା ବେଳକୁ ରଥ ପ୍ରତିଷ୍ଠା କାର୍ଯ୍ୟ ମଧ୍ୟ ଶେଷ ହୋଇଯାଇଥିଲା। ସକାଳ ସାଢ଼େ ୯ଟାରେ ପହଣ୍ଡି ଆରମ୍ଭ ହେବାକୁ ଥିବା ବେଳେ ନୀତିକାନ୍ତି ୩ ଘଣ୍ଟା ଆଗୁଆ ଚାଲିବାରୁ ପ୍ରାୟ ସାଢ଼େ ୬ଟାରୁ ଆରମ୍ଭ ହୋଇଯାଇଥିଲା ଏହି ନୀତି। ପ୍ରଥମେ ଚକ୍ରରାଜ ଶ୍ରୀ ସୁଦର୍ଶନଙ୍କ ପହଣ୍ଡି ହୋଇଥିଲା। ତାଙ୍କ ପରେ ପରେ ପ୍ରଭୁ ଶ୍ରୀ ବଳଭଦ୍ରଙ୍କ ପହଣ୍ଡି ହୋଇଥିଲା। ଦେବୀ ସୁଭଦ୍ରଙ୍କ ପହଣ୍ଡି ଶେଷ ହୋଇସାରିଥିବା ବେଳେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପହଣ୍ଡି ହୋଇଥିଲା। ଚତୁଦ୍ଧାମୂର୍ତ୍ତି ରଥାରୂଢ଼ ହୋଇସାରିଛନ୍ତି।

ପହଣ୍ଡି ବିଜେ ପରେ ଅପରାହ୍ନ ୨ଟା ୩୦ରୁ ୩ଟା ୩୦ ମଧ୍ୟରେ ଛେରାପହଁରା ନୀତି ସଂପନ୍ନ ହେବାକୁ ଥିବା ବେଳେ ଠିକ୍ ୪ଟାରେ ରଥ ଟଣାଯିବ। ତେବେ ନୀତିକାନ୍ତି ୩ ଘଣ୍ଟା ଆଗୁଆ ଚାଲିଥିବାରୁ ଏସବୁ କାର୍ଯ୍ୟ ମଧ୍ୟ ଆଗୁଆ ସଂପନ୍ନ ହେବ ବୋଲି ଆଶା କରାଯାଉଛି।

Advertisment

ଅନ୍ୟପକ୍ଷରେ ଅନ୍ତ ହୋଇଛି ଭକ୍ତଙ୍କ ଦୁଇବର୍ଷର ପ୍ରତୀକ୍ଷା। ୨ ବର୍ଷ ପରେ ବଡ଼ଦାଣ୍ଡରେ ରଥ ଉପରେ ପୁଣି ଚର୍ମଚକ୍ଷୁରେ ଶ୍ରୀଜିଉଙ୍କୁ ଦେଖିଛନ୍ତି। ଏଥର କରୋନା କଟକଣା ହଟିଥିବାରୁ ଶ୍ରୀକ୍ଷେତ୍ରରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହୋଇଛି। ନାଚ, ଗୀତ ଓ କୀର୍ତ୍ତନରେ ବଡ଼ଦାଣ୍ଡ କମ୍ପୁଛି। ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ଯୋଗୁ ପୁରୀ ପୁଲିସ୍ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Rathayatra 2022
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe