ହାତୀ ଚଢ଼ିବେ କୃଷ୍ଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣ ସଗରିଆ ଆଜି ବହୁଜନ ସମାଜ ପାର୍ଟିରେ ଯୋଗଦେବେ। ଭୁବନେଶ୍ୱରରେ ଦଳର ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ସେ ବିଧିବଦ୍ଧ ଭାବେ ବିଏସ୍‌ପିରେ ସାମିଲ ହେବେ। ମିଶ୍ରଣ ପର୍ବରେ ବିଏସ୍‌ପିର ରାଜ୍ୟ ପ୍ରଭାରୀ ଧରମବୀର ସିଂହ ଉପସ୍ଥିତ ରହିବା କାର୍ଯ୍ୟକ୍ରମ ରହିଛି। ପୂର୍ବରୁ କଂଗ୍ରେସରୁ ସଗରିଆ ବହିଷ୍କୃତ ହୋଇଥିଲେ। କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ପୀଡ଼ିତାଙ୍କୁ ନ୍ୟାୟ ମିଳିବାରେ ବିଫଳ ହୋଇଥିବା ଦର୍ଶାଇ ନୈତିକତା ଦୃଷ୍ଟିରୁ ସେ ବିଧାୟକ ପଦରୁ ଇସ୍ତଫା […]

krushna

Rakesh Mallick
  • Published: Sunday, 03 February 2019
  • , Updated: 03 February 2019, 11:40 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣ ସଗରିଆ ଆଜି ବହୁଜନ ସମାଜ ପାର୍ଟିରେ ଯୋଗଦେବେ। ଭୁବନେଶ୍ୱରରେ ଦଳର ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ସେ ବିଧିବଦ୍ଧ ଭାବେ ବିଏସ୍‌ପିରେ ସାମିଲ ହେବେ। ମିଶ୍ରଣ ପର୍ବରେ ବିଏସ୍‌ପିର ରାଜ୍ୟ ପ୍ରଭାରୀ ଧରମବୀର ସିଂହ ଉପସ୍ଥିତ ରହିବା କାର୍ଯ୍ୟକ୍ରମ ରହିଛି।

ପୂର୍ବରୁ କଂଗ୍ରେସରୁ ସଗରିଆ ବହିଷ୍କୃତ ହୋଇଥିଲେ। କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ପୀଡ଼ିତାଙ୍କୁ ନ୍ୟାୟ ମିଳିବାରେ ବିଫଳ ହୋଇଥିବା ଦର୍ଶାଇ ନୈତିକତା ଦୃଷ୍ଟିରୁ ସେ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ।

ସେ କଂଗ୍ରାସ୍‌କୁ ଟାର୍ଗେଟ୍‌ କରି ମନ୍ତବ୍ୟ ଦେଇଥିଲେ। ଏହାପରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା।

Related story