konark
କୋଣାର୍କ: କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ଚାଲିଥିବା ନୃତ୍ୟ ମହୋତ୍ସବର ଆଜି ଶେଷ ଦିନ। ଉଦ୍ଯାପନୀ ସନ୍ଧ୍ୟାରେ ମୁମ୍ବାଇର ନାଳନ୍ଦା ଡ୍ୟାନ୍ସ ରିସର୍ଚ୍ଚ ସେଣ୍ଟରର ଗୁରୁ କନକ ରାଲେ ଓ ସାଥୀଙ୍କ ଦ୍ୱାରା ମୋହିନୀ ଆଟମ୍ ଓ ଗୁରୁ କେଳୁଚରଣ ମହାପାତ୍ର ରିସର୍ଚ୍ଚ ସେଣ୍ଟରର କଳାକାର ମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ କରାଯିବ।
Advertisment
ଗତକାଲି ସନ୍ଧ୍ୟାରେ କୋଲକତାର ଶିଳ୍ପୀ ବିମ୍ବାବତୀ ଦେବୀ ଓ ସାଥୀଙ୍କ ଦ୍ୱାରା ମଣିପୁରୀ ଓ ସନ୍ଧ୍ୟାର ଦ୍ୱିତୀୟାର୍ଦ୍ଧରେ ମୁମ୍ବାଇ କଳାକାରଙ୍କ ଦ୍ୱାରା ଓଡ଼ିଶୀ ଶୈଳୀରେ ଭକ୍ତକବି ସାଲବେଗଙ୍କ ରଚିତ ‘ଆହେ ନୀଳଶୈଳ’ ପରିବେଷିତ ହୋଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
