ଆଜି କୋଣାର୍କ ମହୋତ୍ସବର ଶେଷ ଦିନ: ଚତୁର୍ଥ ସନ୍ଧ୍ୟାରେ ମନମୋହିଲା ‘ଆହେ ନୀଳ ଶୈଳ’

Ordigital Desk
  • Published: Tuesday, 05 December 2017
  • , Updated: 05 December 2017, 08:52 AM IST
<p>କୋଣାର୍କ: କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ଚାଲିଥିବା ନୃତ୍ୟ ମହୋତ୍ସବର ଆଜି ଶେଷ ଦିନ। ଉଦ୍&zwnj;ଯାପନୀ ସନ୍ଧ୍ୟାରେ ମୁମ୍ବାଇର ନାଳନ୍ଦା ଡ୍ୟାନ୍ସ ରିସର୍ଚ୍ଚ ସେଣ୍ଟରର ଗୁରୁ କନକ ରାଲେ ଓ ସାଥୀଙ୍କ ଦ୍ୱାରା ମୋହିନୀ ଆଟମ୍ ଓ ଗୁରୁ କେଳୁଚରଣ ମହାପାତ୍ର ରିସର୍ଚ୍ଚ ସେଣ୍ଟରର କଳାକାର ମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ କରାଯିବ।</p> <p>ଗତକାଲି ସନ୍ଧ୍ୟାରେ କୋଲକତାର ଶିଳ୍ପୀ ବିମ୍ବାବତୀ ଦେବୀ ଓ ସାଥୀଙ୍କ ଦ୍ୱାରା ମଣିପୁରୀ ଓ ସନ୍ଧ୍ୟାର ଦ୍ୱିତୀୟାର୍ଦ୍ଧରେ ମୁମ୍ବାଇ କଳାକାରଙ୍କ ଦ୍ୱାରା ଓଡ଼ିଶୀ ଶୈଳୀରେ ଭକ୍ତକବି ସାଲବେଗଙ୍କ ରଚିତ &lsquo;ଆହେ ନୀଳଶୈଳ&rsquo; ପରିବେଷିତ ହୋଇଥିଲା।</p>

Related story