Advertisment

ତାତିରେ ଲାଗିଲା ବ୍ରେକ୍‌, ମିଳିଲା ସାମାନ୍ୟ ତ୍ରାହି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଢ଼ି ଚାଲିଥିବା ପାରଦରେ ଆଜି ଲାଗିଛି ବ୍ରେକ୍‌। ଲୋକଙ୍କୁ ତାତିରୁ ମିଳିଛି ସାମାନ୍ୟ ତ୍ରାହି। ମଙ୍ଗଳବାର, ବୁଧବାର ଓ ଗୁରୁବାର ଯଥାକ୍ରମେ ରାଜ୍ୟର ୧୬, ୧୯ ଓ ୧୫ଟି ସହର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ଆଜି ଏହି ସଂଖ୍ୟା ୧୧କୁ ଖସିଛି। ଅର୍ଥାତ୍ ଆଜି ମାତ୍ର ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, […]

author-image
Jitendra Garnayak
ଅଦ୍ୟତନ ହୋଇଛି
ଅଂଶୁଘାତରେ ୫୦ ବର୍ଷରେ ଜୀବନ ହାରିଲେଣି ୧୭ ହଜାରରୁ ଅଧିକ, ଆଗରେ ଓଡ଼ିଶା

Heat Wave

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଢ଼ି ଚାଲିଥିବା ପାରଦରେ ଆଜି ଲାଗିଛି ବ୍ରେକ୍‌। ଲୋକଙ୍କୁ ତାତିରୁ ମିଳିଛି ସାମାନ୍ୟ ତ୍ରାହି। ମଙ୍ଗଳବାର, ବୁଧବାର ଓ ଗୁରୁବାର ଯଥାକ୍ରମେ ରାଜ୍ୟର ୧୬, ୧୯ ଓ ୧୫ଟି ସହର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ଆଜି ଏହି ସଂଖ୍ୟା ୧୧କୁ ଖସିଛି। ଅର୍ଥାତ୍ ଆଜି ମାତ୍ର ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା।

Advertisment

ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଆଜି ରାଜ୍ୟରେ ବୌଦ୍ଧରେ ତାପମାତ୍ରା ସର୍ବାଧିକ ୪୩ ଡିଗ୍ରୀ ରେକର୍ଡ କରାଯାଇଛି। ବଲାଙ୍ଗିରର ତାପମାତ୍ରା ୪୨.୨ ଡିଗ୍ରୀ ରହିଥିବା ବେଳେ ମାଲକାନଗିରିରେ ୪୨ ଡିଗ୍ରୀ ରହିଥିଲା।

୫ଟି ସହରର ତାପମାତ୍ରା ୪୧ ଡିଗ୍ରୀ ବା ଏହାଠୁ ଅଧିକ ରହିଥିଲା। ଝାରସୁଗୁଡ଼ାର ତାପମାତ୍ରା ୪୧ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁରରେ ୪୧.୬, ସୁନ୍ଦରଗଡ଼ରେ ୪୧, ତାଳଚେରରେ ୪୧.୫ ଓ ଟିଟିଲାଗଡ଼ରେ ୪୧.୨ ଡିଗ୍ରୀ ରେକର୍ଡ ହୋଇଛି।

Advertisment

ସେହିଭଳି ବାରିପଦାରେ ଆଜି ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ରହିଥିବା ବେଳେ ହୀରାକୁଦରେ ୪୦.୫ ଓ ଭବାନୀପାଟଣାରେ ୪୦.୫ ଡିଗ୍ରୀ ରହିଥିଲା। ରାଜଧାନୀ ଭୁବନେଶ୍ୱରରେ ଆଜି ତାପମାତ୍ରା ୩୮.୨ ଡିଗ୍ରୀ ରହିଥିବା ବେଳେ କଟକରେ ୩୭.୪ ରହିଥିଲା।

ବାଲେଶ୍ୱରର ସର୍ବାଧିକ ତାପମାତ୍ରା ୩୫.୭ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ କରାଯାଇଥିବା ବେଳେ ଚାନ୍ଦବାଲିରେ ୩୬.୨, ପାରାଦୀପରେ ୩୨.୬, ଗୋପାଳପୁରରେ ୩୪, ପୁରୀରେ ୩୨.୮, ଅନୁଗୋଳରେ ୩୯.୧, କେନ୍ଦୁଝରରରେ ୩୮.୨, କୋରାପୁଟରେ ୩୭.୨, ଫୁଲବାଣୀରେ ୩୯.୪, ସୋନପୁରରେ ୩୯.୮, ଦାରିଙ୍ଗବାଡ଼ିରେ ୩୬.୫, ନୟାଗଡ଼ରେ ୩୮, ଛତ୍ରପୁରରେ ୩୩ ଓ ପାରଳାଖେମୁଣ୍ଡିରେ ୩୫ ଡିଗ୍ରୀ ସେଲ୍‌ସିୟସ ରହିଥିଲା।

ସୂଚନାଯୋଗ୍ୟ, ଗତକାଲି ୧୫ଟି ସହରର ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ଉପରେ ରହିଥିବା ବେଳେ ସେଥିମଧ୍ୟରୁ ୭ଟିରେ ତାପମାତ୍ରା ୪୨ଟି ଡିଗ୍ରୀ ଉପରେ ରହିଥିଲା। ସେହିପରି ୪ଟିରେ ୪୧ ଡିଗ୍ରୀ ଉପରେ ରହିଥିଲା। ମାର୍ଚ୍ଚ ୩୧ ତାରିଖରେ ୧୯ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିଥିବା ବେଳେ ସେଥିମଧ୍ୟରୁ ୧୩ଟିର ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଥିଲା। ଏହି ଦିନ ଭୁବନେଶ୍ୱରର ତାପମାତ୍ରା ୪୪.୨ ଡିଗ୍ରୀ ସେଲ୍‌ସିୟସ ରହିଥିଲା। ସେହିପରି ମାର୍ଚ୍ଚ ୩୦ ତାରିଖରେ ୧୬ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ସେଥିରୁ ୫ଟିରେ ୪୨ ଡିଗ୍ରୀ ଉପରେ ଓ ୯ଟିର ୪୧ ଡିଗ୍ରୀ ଉପରେ ରହିଥିଲା। ସେହିପରି ବାରିପଦାରେ ତାପମାତ୍ରା ସର୍ବାଧିକ ୪୪.୬ ଡିଗ୍ରୀ ରେକର୍ଡ କରାଯାଇଥିଲା।

Heat Wave In Odisha