ଆଜି ପରୀର ଜନ୍ମ ଦିନ; ଏଥର ବଡ଼ କେକ ଆଣିବାକୁ ଜିଦ୍‌ କରିଥିଲା, ହେଲେ...

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ଆଗ ଥର ଜନ୍ମ ଦିନରେ ବେଶ୍ ଖୁସିରେ ସାଙ୍ଗଙ୍କ ମେଳରେ କେକ୍ କାଟିଥିଲା। ନୂଆ ଡ୍ରେସ ପିନ୍ଧି ଠିକ୍‌ ପରୀ ପରି ଦିଶୁଥିଲା। ଏଥର ନ ହେଲା ନାହିଁ, ହେଲେ ଆର ଥର ବଡ଼ କେକ୍‌ ଆଣିବାକୁ ବାପା ପାଖରେ ଜିଦ୍‌ ବି କରିଥିଲା।  ହେଲେ ଏଥର  ସେ ନାହିଁ। ଥୁଆ ହୋଇଛି ତା’ ଫଟୋ। ଆଉ ଜଳୁଛି ଦୀପ। ପାଖରେ ବାପାମା’ ଝିଅକୁ ମନେ ପକାଇ କାନ୍ଦିବା ଛଡ଼ା ଆଉ କିଛି ନାହିଁ। […]

PARI-5

PARI-5

Niharika Rout
  • Published: Wednesday, 16 December 2020
  • Updated: 16 December 2020, 01:57 PM IST

Sports

Latest News

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ଆଗ ଥର ଜନ୍ମ ଦିନରେ ବେଶ୍ ଖୁସିରେ ସାଙ୍ଗଙ୍କ ମେଳରେ କେକ୍ କାଟିଥିଲା। ନୂଆ ଡ୍ରେସ ପିନ୍ଧି ଠିକ୍‌ ପରୀ ପରି ଦିଶୁଥିଲା। ଏଥର ନ ହେଲା ନାହିଁ, ହେଲେ ଆର ଥର ବଡ଼ କେକ୍‌ ଆଣିବାକୁ ବାପା ପାଖରେ ଜିଦ୍‌ ବି କରିଥିଲା।  ହେଲେ ଏଥର  ସେ ନାହିଁ। ଥୁଆ ହୋଇଛି ତା’ ଫଟୋ। ଆଉ ଜଳୁଛି ଦୀପ। ପାଖରେ ବାପାମା’ ଝିଅକୁ ମନେ ପକାଇ କାନ୍ଦିବା ଛଡ଼ା ଆଉ କିଛି ନାହିଁ।

ନୟାଗଡ଼ ଜିଲ୍ଲାର କୁନି ଝିଅ ପରୀର ଆଜି ହେଉଛି ଜନ୍ମଦିନ । ୨୦୧୪ ମସିହା ଆଜିର ଦିନରେ ନୟାଗଡ଼ ଜିଲ୍ଲା ଯଦୁପୁର ଗାଁରେ ଜନ୍ମ ହୋଇଥିଲା । ଗତବର୍ଷ ଜନ୍ମଦିନ ବେଶ୍ ଖୁସିରେ ସାଙ୍ଗଙ୍କ ସହ ହସଖୁସିରେ କାଟିଥିଲା।   ଆର ଥରକୁ ଆହୁରି ବଡ଼ କେକ୍ ଆଣିବା ପାଇଁ ବାପାଙ୍କୁ ତାଗିଦ ବି କରିଥିଲା। ଆଜି ସେହି କଥାକୁ ମନେ ପକାଇ ବାହୁନି ହୋଇ କାନ୍ଦୁଛନ୍ତି ବାପା ଅଶୋକ ସାହୁ ।

ବାପା ମାଙ୍କର ଏକମାତ୍ର ଅଲିଅଳି ଝିଅ ଥିଲା ପରୀ । ସେଥିପାଇଁ ପରିବାରର ଆର୍ଥିକ ଅନଟନ ସତ୍ତ୍ୱେ ପ୍ରତିବର୍ଷ ଧୁମ୍‌ଧାମରେ ଝିଅର ଜନ୍ମ ଦିନ ପାଳୁଥିଲେ । ହେଲେ ଏଥର ଝିଅ ଜନ୍ମ ଦିନରେ ଆଖିରୁ ଅମାନିଆ ଲୁହ ବୋହି ଯାଉଥିବା ବେଳେ ଝିଅ ଫଟୋରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ବାପା ମା’।

ନିଜ ଛାତିର କୋହକୁ ଚାପି ପରୀର ବାପା କହିଛନ୍ତି, ଗଲା ବର୍ଷ ତା’ ପାଇଁ ଡ୍ରେସ ଆଣିଥିଲି, କେକ ଆଣିଥିଲି। ସେ ଯାହା କହୁଥିଲା, ଆଣୁଥିଲି। ହେଲେ ଏଥର  କାହା ପାଇଁ ଡ୍ରେସ ଆଣିବି। ମୋ ଝିଅ ଜନ୍ମ ଦିନ ୫ ବର୍ଷ ପାଳନ କରିଥିଲୁ। ହେଲେ ଏଥର ଆଉ ସେ ନାହିଁ।

ପରୀଙ୍କ ମା’ ସୌଦାମିନୀ କହିଛନ୍ତି, “ପ୍ରତିବର୍ଷ ଝିଅକୁ ସକାଳୁ ଗାଧୋଇ ଦେଇ ନୂଆ ଡ୍ରେସ ପିନ୍ଧାଇ ମନ୍ଦିର ନେଇଥାଏ। ଘରେ ଷଠି ପୂଜା କରେ। କ୍ଷିରୀ ଭୋଗ କରେ। ରାତି ହେଲେ କେକ କାଟେ। ଏ ବର୍ଷ ତ ସେ ଆଉ ନାହିଁ। କେକ କାହା ପାଇଁ ଆଣିବି।”

ସୌଦାମିନୀ  ଝିଅକୁ ମନେ ପକାଇ କହିଲେ, ଆର ବର୍ଷ ପରୀ କହିଥିଲା, “ଏଥର ମୁଁ ଏକୁଟିଆ କେକ କାଟିଛି। ଆର ବର୍ଷ ବଡ଼ କେକ ଆଣିବ। ସାଙ୍ଗମାନକୁ ଡାକିବି। ଚକୋଲେଟ ଦେବି।” ହେଲେ ସବୁ କିଛି ଓଲଟପାଲଟ ହୋଇଗଲା। ଏଥର କେବଳ ଚକୋଲେଟ ଆଣି ପିଲାଙ୍କୁ ବାଣ୍ଟି ଦେଇଛୁ।

ଏଥିସହ ସେ କହିଛନ୍ତି, ଯେଉଁ ନର ରାକ୍ଷସ ଆମ ପରୀକୁ ମାରି ଟିକଟିକ କରିଦେଲେ ଆମ ଗାଡ଼ି ଭାଙ୍ଗି ଦେଲେ ଏ ପର୍ଯ୍ୟନ୍ତ ସେମାନେ ଧରା ପଡ଼ି ନାହାନ୍ତି । ଆମେ ଆସି ଶ୍ୱଶୁର ଘରେ ମୁଣ୍ଡ ଗୁଞ୍ଜିଛୁ। ଝିଅକୁ ନ୍ୟାୟ ଦେବାକୁ ସଂଗ୍ରାମ ଚଳାଇଛୁ।   ଅଭିଯୁକ୍ତକୁ କଠୋର ଦଣ୍ଡ ମିଳୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story