ପିତୃପୁରୁଷଙ୍କୁ ପିଣ୍ଡ ଦାନ ପାଇଁ ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ଼

ପୁରୀ: ଆଜି ଦୀପାବଳି ସହ ପୟାଶ୍ରାଦ୍ଧ। ଏହି ଦିନରେ ପିତୃପୁରୁଷଙ୍କୁ ପିଣ୍ଡ ଦାନ କରାଯାଏ। ଏଥିପାଇଁ ଶ୍ରୀକ୍ଷେତ୍ରରେ ହଜାର ହଜାର ଶ୍ରଦ୍ଧାଳୁଙ୍କର ଭିଡ଼ ଲାଗିଛି।  ବିଶ୍ୱାସ ରହିଛି ଶ୍ରୀମନ୍ଦିରର ବାଇଶି ପାହାଚରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଅର୍ପଣ କରିବା ସହ ଦୀପଦାନ  ଓ କାଉରିଆ ଧରି ଆଲୋକ ପ୍ରଦାନ କଲେ ପିତୃପୁରୁଷମାନେ ଆଶୀର୍ବାଦ କରିଥାନ୍ତି।

puriପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲାପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।  ସିଂହଦ୍ୱାରା ସମ୍ମୁଖରେ କାଉଁରିଆ ଜାଳିବା ସମୟରେ ସ୍ୱତନ୍ତ୍ର ଅଂଚଳ ଚିହ୍ନଟ କରାଯାଇଛି।  କୌଣସି ଅଘଟଣ ନ ଘଟିବା ପାଇଁ ଉକ୍ତ ସ୍ଥାନରେ ଅଗ୍ନିଶମ ବିଭାଗର କର୍ମଚାରୀ ନିୟୋଜିତ ରହିଛନ୍ତି।