Advertisment

ରଥଯାତ୍ରା ବନ୍ଦ ପ୍ରତିବାଦରେ ଆଜି ପୁରୀ ବନ୍ଦ

ପୁରୀ(ମଧୁସୂଦନ ମିଶ୍ର): ଚଳିତ ବର୍ଷ ହେବନି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ସୁପ୍ରିମକୋର୍ଟଙ୍କ ଏହି ରାୟ ପ୍ରତିବାଦରେ ଶ୍ରୀଜଗନ୍ନାଥ ସେନା ଆଜି ୧୨ ଘଣ୍ଟିଆ ପୁରୀ ବନ୍ଦ ଡାକରା ଦେଇଛି। ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ୧୨ ଘଣ୍ଟିଆ ବନ୍ଦ ପାଇଁ ଶ୍ରୀଜଗନ୍ନାଥ ସେନା ଆହ୍ୱାନ ଦେଇଛି। ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ ସହ ଏହି ସମୟରେ କୌଣସି ହିଂସାତ୍ମକ ଆଚରଣ ପ୍ରଦର୍ଶନ କରାଯିବ ନାହିଁ ବୋଲି ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ […]

author-image
Jyoshna Pradhan
ରଥଯାତ୍ରା ବନ୍ଦ ପ୍ରତିବାଦରେ ଆଜି ପୁରୀ ବନ୍ଦ

puri

ପୁରୀ(ମଧୁସୂଦନ ମିଶ୍ର): ଚଳିତ ବର୍ଷ ହେବନି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ସୁପ୍ରିମକୋର୍ଟଙ୍କ ଏହି ରାୟ ପ୍ରତିବାଦରେ ଶ୍ରୀଜଗନ୍ନାଥ ସେନା ଆଜି ୧୨ ଘଣ୍ଟିଆ ପୁରୀ ବନ୍ଦ ଡାକରା ଦେଇଛି। ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ୧୨ ଘଣ୍ଟିଆ ବନ୍ଦ ପାଇଁ ଶ୍ରୀଜଗନ୍ନାଥ ସେନା ଆହ୍ୱାନ ଦେଇଛି। ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ ସହ ଏହି ସମୟରେ କୌଣସି ହିଂସାତ୍ମକ ଆଚରଣ ପ୍ରଦର୍ଶନ କରାଯିବ ନାହିଁ ବୋଲି ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି। ଏହି ବନ୍ଦକୁ ସମର୍ଥନ କରିବାକୁ ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ସେ ଆହ୍ୱାନ ଜଣାଇଛନ୍ତି। ପୁରୀ ଜିଲ୍ଲା କଂଗ୍ରେସ ତରଫରୁ ମଧ୍ୟ ଏହି ବନ୍ଦ ନିଷ୍ପତ୍ତିକୁ ସ୍ୱାଗତ କରାଯାଇଛି।

Advertisment

ସୂଚନାଯୋଗ୍ୟ, ଚଳିତ ବର୍ଷ ପୁରୀ ରଥଯାତ୍ରାକୁ ବନ୍ଦ ରଖିବାକୁ ରଖିବାକୁ ଗତକାଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେଙ୍କ ଅଧ୍ୟକ୍ଷତାରେ ବସିଥିବା ୩ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଲୋକଙ୍କ ସୁରକ୍ଷା ଓ ସାଧାରଣ ସ୍ୱାର୍ଥ ପାଇଁ ରଥଯାତ୍ରା ବନ୍ଦ ହୋଇଥିବା ସେ କହିଥିଲେ । ଏଥିସହ ଯଦି ସୁପ୍ରିମକୋର୍ଟ ରଥଯାତ୍ରାକୁ ଅନୁମତି ଦେବେ, ତା’ହେଲେ ଭଗବାନ ଜଗନ୍ନାଥ ଆମକୁ କ୍ଷମା ଦେବେନାହିଁ ବୋଲି ଜଷ୍ଟିସ ବୋବଡେ କହିଥିଲେ। କେବଳ ପୁରୀ ନୁହେଁ, ଚଳିତ ବର୍ଷ ଓଡ଼ିଶାର କୌଣସି ବି ସ୍ଥାନରେ ରଥଯାତ୍ରା ହୋଇପାରିବନି ବୋଲି ସୁପ୍ରିମକୋର୍ଟ କହିଛନ୍ତି।