Advertisment

ଉପକୂଳରେ ଥଣ୍ଡା, ପଶ୍ଚିମ ଓଡ଼ିଶାରେ ନିଆଁବର୍ଷା

ସୋମବାର ପରି ଆଜି ମଧ୍ୟ ନିଆଁ ବର୍ଷା ହେଉଛି। ତା’ ସାଙ୍ଗକୁ ଗୁଳୁଗୁଳି ହେଉଛି। ଆଜି ସମ୍ୱଲପୁର ପାଲଟିଛି ଉତ୍ତପ୍ତ ସହର। ଏଠାରେ ତାପମାତ୍ରା ୪୪.୩ ଡିଗ୍ରୀ ରେକର୍ଡ଼ କରାଯାଇଛି।

author-image
Manoranjan Sial
ଅଦ୍ୟତନ ହୋଇଛି
Heat Wave

Heat Wave

ଉପକୂଳ ଓଡ଼ିଶାରେ ପାଗରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ସୋମବାର ରାତି ଓ ଆଜି ସକାଳେ ଝିପିଝିପି ବର୍ଷା ହୋଇଛି। ପାଗ କୋହଲା ରହିଥିବାରୁ ତାତିରୁ ଆଶ୍ୱସ୍ତି ମିଳିଛି। ହେଲେ ପଶ୍ଚିମ ଓଡ଼ିଶାରେ ପାଗରେ କୌଣସି ପରିବର୍ତ୍ତନ ହୋଇନାହିଁ। ସୋମବାର ପରି ଆଜି ମଧ୍ୟ ନିଆଁ ବର୍ଷା ହେଉଛି। ତା’ ସାଙ୍ଗକୁ ଗୁଳୁଗୁଳି ହେଉଛି। ଆଜି ସମ୍ୱଲପୁର ପାଲଟିଛି ଉତ୍ତପ୍ତ ସହର। ଏଠାରେ ତାପମାତ୍ରା ୪୪.୩ ଡିଗ୍ରୀ ରେକର୍ଡ଼ କରାଯାଇଛି।

Advertisment

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ହୀରାକୁଦରେ ୪୩.୭ ଡିଗ୍ରୀ, ଝାରସୁଗୁଡ଼ାରେ ୪୩.୪ ଡିଗ୍ରୀ, ସୁନ୍ଦରଗଡ଼ରେ ୪୨.୮ ଡିଗ୍ରୀ, ଦେବଗଡ଼ରେ ୪୨.୮ ଡିଗ୍ରୀ, ରାଉରକେଲାରେ ୪୨.୬ ଡିଗ୍ରୀ, ବଲାଙ୍ଗିରରେ ୪୨.୫ ଡିଗ୍ରୀ, ବୌଦ୍ଧରେ ୪୨.୫ ଡିଗ୍ରୀ, ନୂଆପଡ଼ାରେ ୪୨.୦ ଡିଗ୍ରୀ, ଅନୁଗୋଳରେ ୪୧.୭ ଡିଗ୍ରୀ, ବରଗଡ଼ରେ ୪୧.୬ ଡିଗ୍ରୀ, ସୋନପୁରରେ ୪୧.୩ ଡିଗ୍ରୀ, ତାଳଚେରରେ ୪୧.୦ ଡିଗ୍ରୀ, ଫୁଲବାଣୀରେ ୪୧.୦ ଡିଗ୍ରୀ, ମାଲକାନଗିରିରେ ୪୧.୦ ଡିଗ୍ରୀ, ବାରିପଦାରେ ୪୦.୫ ଡିଗ୍ରୀ, କେନ୍ଦୁଝରରେ ୪୦.୧ ଡିଗ୍ରୀ ଓ ଟିଟିଲାଗଡ଼ରେ ୪୦.୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ସେହିପରି ବାଲେଶ୍ୱରରେ ୩୯.୪ ଡିଗ୍ରୀ, ଢେଙ୍କାନାଳରେ ୩୮.୯ ଡିଗ୍ରୀ, ଭବାନୀପାଟଣାରେ ୩୮.୮ ଡିଗ୍ରୀ, ନବରଙ୍ଗପୁରରେ ୩୮.୬ ଡିଗ୍ରୀ, ପାରଳାଖେମୁଣ୍ଡିରେ ୩୮.୦ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୩୬.୫ ଡିଗ୍ରୀ, ଯାଜପୁରରେ ୩୬.୫ ଡିଗ୍ରୀ, ଚାନ୍ଦବାଲିରେ ୩୬.୨ ଡିଗ୍ରୀ, ପାରାଦୀପରେ ୩୬.୨ ଡିଗ୍ରୀ, କୋରାପୁଟରେ ୩୬.୦ ଡିଗ୍ରୀ, କଟକରେ ୩୫.୮ ଡିଗ୍ରୀ, ନୟାଗଡ଼ରେ ୩୫.୮ ଡିଗ୍ରୀ, ବ୍ରହ୍ମପୁରରେ ୩୪.୫ ଡିଗ୍ରୀ, ଭୁବନେଶ୍ୱରରେ ୩୪.୨ ଡିଗ୍ରୀ, ଖୋର୍ଦ୍ଧାରେ ୩୪.୦ ଡିଗ୍ରୀ, ଜଗତସିଂହପୁରରେ ୩୩.୬ ଡିଗ୍ରୀ, ପୁରୀରେ ୩୨.୦ ଡିଗ୍ରୀ ଓ ଗୋପାଳପୁରରେ ୩୨.୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

Advertisment

ସୋମବାର ଗଲାକାଲି ସନ୍ଧ୍ୟା ଓ ଆଜି ସକାଳେ ଉପକୂଳ ଓଡ଼ିଶାରେ ଅଧିକାଂଶ ଅଞ୍ଚଳରେ ଝିପି ଝିପି ବର୍ଷା ହୋଇଛି। ଯେଉଁଥିପାଇଁ ତାତିରୁ ମିଳିଛି ସାମାନ୍ୟ ଆସ୍ୱସ୍ତି। ତେବେ ମଧ୍ୟାହ୍ନ ପରଠାରୁ ତାତି ଟିକେ ବଢ଼ିଥିଲେ। ହେଲେ ପାରଦ ୩୬ ଡିଗ୍ରୀ ପାର କରିନାହିଁ। ତେବେ ଆସନ୍ତାକାଲି ପର୍ଯ୍ୟନ୍ତ ୧୧ ଜିଲ୍ଲାକୁ ସ୍ୱଳ୍ପ ଓ ମଧ୍ୟମ ଧରଣର ବର୍ଷା ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ। ଏସବୁ ଜିଲ୍ଲାଗୁଡ଼ିକ ହେଲା କନ୍ଧମାଳ, ବଲାଙ୍ଗିର, ନୂଆପଡ଼ା, ଗଂଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି। ସେପଟେ ଉପକୂଳରେ ଆଜି ଓ ଆସନ୍ତାକାଲିକୁ ଛାଡ଼ିଦେଲେ ଗ୍ରୀଷ୍ମ ପ୍ରବାହ ଆଗାମୀ ୫ ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି କହିଛନ୍ତି ପାଣିପାଗ ବିଭାଗ। ଏମତିକି ପ୍ରଚଣ୍ଡ ଖରା ପାଇଁ ଝାରସୁଗୁଡ଼ା ଓ ସମ୍ବଲପୁରକୁ ହିଟ୍‌ ୱେଭ ୱାର୍ଣ୍ଣିଂ ଜାରି ରହିଛି ପାଣିପାଗ ବିଭାଗ।

Heat Wave Heat Wave In Odisha Weather Report Weather