Corona
ରାଜ୍ୟରେ କରୋନା ସଂକ୍ରମିତ ମାମଲା ଦ୍ୱିତୀୟ ଦିନ ପାଇଁ ହ୍ରାସ ପାଇଥିବାବେଳେ ଆଉ ୨ଜଣଙ୍କ ମୃତ୍ୟୁ ହୋଇଛି । ଚଳିତ ୨୦୨୩ ମସିହାରେ ରାଜ୍ୟରେ କୋଭିଡ୍ ସଂକ୍ରମିତ ମୃତ୍ୟୁ ସଂଖ୍ୟା ୭ରେ ପହଂଚିଛି ।
ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, କରୋନା ସଂକ୍ରମିତ ଥିବା ଦୁଇଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଉଭୟ ଏକାଧିକ ରୋଗରେ ପୀଡ଼ିତ ଥିଲେ । ପୁରୀର ଜଣେ ୮୬ବର୍ଷ ବୟସ୍କ ବ୍ୟକ୍ତି ଓ ବରଗଡ଼ରେ ଜଣେ ୫୪ବର୍ଷ ବୟସ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଏପଟେ ଆଜି କ୍ରମାଗତ ଦ୍ୱିତୀୟ ଦିନ ପାଇଁ ରାଜ୍ୟରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଆଜି ମୋଟ ୬୨୪୯ଟି ନମୂନା ପରୀକ୍ଷା ହୋଇଥିଲା ଓ ସେଥିରୁ ୨୭୯ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ରାଜ୍ୟରେ ମୋଟ ୪୦୬୬ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ଆଜି ୧୮୭ଜଣ ସୁସ୍ଥ ହୋଇଛନ୍ତି । ତେବେ ଶୁକ୍ରବାର ୫୨୬, ଶନିବାର ୫୭୩ ଓ ରବିବାର ୩୮୮ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଏହି ସଂଖ୍ୟା ମଙ୍ଗଳବାର ୨୭୯କୁ ହ୍ରାସ ପାଇଛି । ପଶ୍ଚିମଓଡ଼ିଶାରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Corona_1681573684.jpg)