Advertisment

ଆସନ୍ତାକାଲି ଏହି ଜିଲ୍ଲା ଗୁଡ଼ିକରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇ ଦିନିଆ ଭାରତ ବନ୍ଦକୁ ଦୃଷ୍ଟିରେ ରଖି ଆଜି ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା। ବନ୍ଦର ଦ୍ୱିତୀୟ ଦିନ ଅର୍ଥାତ ଆସନ୍ତାକାଲି ୨୨ ଜିଲ୍ଲାରେ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ଜିଲ୍ଲାପାଳମାନେ ନିଷ୍ପତ୍ତି ନେଇଛନ୍ତି। ସମ୍ପୃକ୍ତ ଜିଲ୍ଲା ଗୁଡ଼ିକ ହେଲା- ବାଲେଶ୍ୱର, ପୁରୀ, ଖୋର୍ଦ୍ଧା, ମୟୂରଭଞ୍ଜ, ଜଗତସିଂହପୁର, ସମ୍ବଲପୁର, ଯାଜପୁର, କନ୍ଧମାଳ, ନୂଆପଡ଼ା, ସୁନ୍ଦରଗଡ଼, କେନ୍ଦୁଝର, କଟକ, କେନ୍ଦ୍ରାପଡ଼ା, ବଲାଙ୍ଗିର, ବରଗଡ଼, କୋରାପୁଟ, ନବରଙ୍ଗପୁର, ଅନୁଗୋଳ, ଢେଙ୍କାନାଳ, ରାୟଗଡ଼ା, ଗଜପତି, […]

ଅଦ୍ୟତନ ହୋଇଛି
ଦୁଇ ଦିନ ପାଇଁ ସ୍କୁଲ୍,କଲେଜ ବନ୍ଦ

school

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇ ଦିନିଆ ଭାରତ ବନ୍ଦକୁ ଦୃଷ୍ଟିରେ ରଖି ଆଜି ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା। ବନ୍ଦର ଦ୍ୱିତୀୟ ଦିନ ଅର୍ଥାତ ଆସନ୍ତାକାଲି ୨୨ ଜିଲ୍ଲାରେ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ଜିଲ୍ଲାପାଳମାନେ ନିଷ୍ପତ୍ତି ନେଇଛନ୍ତି। ସମ୍ପୃକ୍ତ ଜିଲ୍ଲା ଗୁଡ଼ିକ ହେଲା- ବାଲେଶ୍ୱର, ପୁରୀ, ଖୋର୍ଦ୍ଧା, ମୟୂରଭଞ୍ଜ, ଜଗତସିଂହପୁର, ସମ୍ବଲପୁର, ଯାଜପୁର, କନ୍ଧମାଳ, ନୂଆପଡ଼ା, ସୁନ୍ଦରଗଡ଼, କେନ୍ଦୁଝର, କଟକ, କେନ୍ଦ୍ରାପଡ଼ା, ବଲାଙ୍ଗିର, ବରଗଡ଼, କୋରାପୁଟ, ନବରଙ୍ଗପୁର, ଅନୁଗୋଳ, ଢେଙ୍କାନାଳ, ରାୟଗଡ଼ା, ଗଜପତି, ମାଲକାନଗିରି।

Advertisment

ବିଭିନ୍ନ ଶ୍ରମିକ ସଂଗଠନର ଭାରତ ବନ୍ଦ ଡାକରା ଯୋଗୁ ଆସନ୍ତାକାଲି ଶିକ୍ଷାନୁଷ୍ଠାନ ବନ୍ଦ ରହିବ କି ନାହିଁ ସେ ନେଇ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବେ ବୋଲି ଆଜି ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଏହା ପରେ ଜିଲ୍ଲାପାଳମାନେ ଛୁଟି କରିବାକୁ ଘୋଷଣା କରିଛନ୍ତି।

ବନ୍ଦ ଡାକରା ଯୋଗୁ ସମଗ୍ର ରାଜ୍ୟରେ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଦୂର ଯାତ୍ରା କରୁଥିବା ଟ୍ରେନ୍‌ ଗୁଡ଼ିକ ବିଭିନ୍ନ ଷ୍ଟେସନ୍‌ରେ ଅଟକି ରହିଛି। ସେହିପରି ଭୁବନେଶ୍ୱର ସମେତ ବିଭିନ୍ନ ସହରାଞ୍ଚଳରେ କାଁଭାଁ କିଛି ସ୍ଥାନରେ ହିଂସାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି। ଏହାକୁ ନଜରରେ ରଖି ଜିଲ୍ଲାପାଳମାନେ ଆସନ୍ତାକାଲି ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe