rath
ପୁରୀ: ରାତି ପାହିଲେ ମହାପ୍ରଭୁଙ୍କ ଲୀଳାଖେଳା ସରିଯିବ। ଜନ୍ମବେଦୀରୁ ନୀଳକନ୍ଦର ଅଭିମୁଖେ ଫେରିଯିବେ ମହାପ୍ରଭୁ। ସାଙ୍ଗରେ ଯିବେ ବଡ଼ଭାଇ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରା। ଏଥିପାଇଁ ଶ୍ରୀକ୍ଷେତ୍ରରେ ଚୂଡାନ୍ତ ପ୍ରସ୍ତୁତି ହୋଇଛି। ଆସନ୍ତାକାଲି ପୂର୍ବାହ୍ନ ୧୧ଟାରେ ପହଣ୍ଡି ହୋଇ ଅପରାହ୍ନ ୩ଟାରେ ରଥଟଣା ଆରମ୍ଭ ହେବ।
ଆସନ୍ତାକାଲି ବାହୁଡା ଯାତ୍ରା ଥିବାରୁ ଭୋର ୪ଟାରୁ ସାଢ଼େ ୬ଟା ମଧ୍ୟରେ ସମସ୍ତ ନୀତିକାନ୍ତି ସରିବ। ପୂର୍ବାହ୍ନ ସାଢ଼େ ୧୦ଟା ମଧ୍ୟରେ ସେନାପଟା ଲାଗି ହେବ। ପୂର୍ବାହ୍ନ ୧୧ଟାରୁ ସାଢ଼େ ଗୋଟାଏ ମଧ୍ୟରେ ପହଣ୍ଡି, ୨ଟାରୁ ୩ଟା ମଧ୍ୟରେ ଛେରାପହଁରା ଓ ଚାରମାଳ ଫିଟା ହୋଇ ୩ଟାରେ ହେବ।
ବାହୁଡ଼ାଯାତ୍ରାକୁ ଦୃଷ୍ଟିରେ ରଖି ଶ୍ରୀକ୍ଷେତ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମୂତୟନ ହେବେ ଶହେ ପ୍ଲାଟୁନରୁ ଅଧିକ ଫୋର୍ସ। ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ରହିବେ ୩୬ ପ୍ଲାଟୁନ ନିୟୋଜିତ ହେବେ। ଭାରୀଯାନ ପାଇଁ ୧୭ଟି ପାର୍କିଂ ସ୍ଥାନର ବ୍ୟବସ୍ଥା କରାଯାଇଛି। ବଡ଼ଦାଣ୍ଡରେ ୯୮ଟି ସିଲିଂ ପଏଣ୍ଟ ସହ ସାରା ସହରରେ ୧୮୦ଟି ସିସି କ୍ୟାମେରା ଖଞ୍ଜାଯାଇଛି। ତାସହ ଆଜି ମାଳତୀପାଟପୁର ସମେତ ପୁରୀର ପ୍ରବେଶସ୍ଥଳୀ ଗୁଡ଼ିକରେ କଡ଼ା ଯାଞ୍ଚ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2017/07/500.png)