Advertisment

ରାତି ପାହିଲେ ବାହୁଡ଼ା ଯାତ୍ରା, ଜନ୍ମବେଦୀରୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ଶ୍ରୀଜିଉ

ପୁରୀ (ଓଡ଼ିଶା ରିପୋର୍ଟର): ରାତି ପାହିଲେ ବାହୁଡ଼ା ଯାତ୍ରା। ଜନ୍ମବେଦୀରେ ଲୀଳାଖେଳା ସାହି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ଶ୍ରୀଜିଉ। ସେଥିପାଇଁ ଗୁଣ୍ଡିଚା ମନ୍ଦିର ଆଗରେ ଅପେକ୍ଷାରତ ତିନି ରଥ। ବାହୁଡ଼ା ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ସ୍ଥିର କରିଛି ନୀତି ନର୍ଘଣ୍ଟ। ବାହୁଡ଼ା ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି। ଆଜି ରାତିରେ ଠାକୁରଙ୍କ ବଡ଼ ସିଂହାର ବେଶ ହେବ। ତା’ପରେ ପହୁଡ଼ ନୀତି କରାଯିବ। ପରେ ଦଇତାପତି ସେବାୟତଙ୍କ ଦ୍ୱାରା ବାହୁଟ କଣ୍ଟ ଓ ସେନାପଟା ଲାଗି […]

ଅଦ୍ୟତନ ହୋଇଛି
ରାତି ପାହିଲେ ବାହୁଡ଼ା ଯାତ୍ରା, ଜନ୍ମବେଦୀରୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ଶ୍ରୀଜିଉ

Bahuda Jatra

Advertisment

ପୁରୀ (ଓଡ଼ିଶା ରିପୋର୍ଟର): ରାତି ପାହିଲେ ବାହୁଡ଼ା ଯାତ୍ରା। ଜନ୍ମବେଦୀରେ ଲୀଳାଖେଳା ସାହି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ଶ୍ରୀଜିଉ। ସେଥିପାଇଁ ଗୁଣ୍ଡିଚା ମନ୍ଦିର ଆଗରେ ଅପେକ୍ଷାରତ ତିନି ରଥ। ବାହୁଡ଼ା ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ସ୍ଥିର କରିଛି ନୀତି ନର୍ଘଣ୍ଟ। ବାହୁଡ଼ା ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି। ଆଜି ରାତିରେ ଠାକୁରଙ୍କ ବଡ଼ ସିଂହାର ବେଶ ହେବ। ତା’ପରେ ପହୁଡ଼ ନୀତି କରାଯିବ। ପରେ ଦଇତାପତି ସେବାୟତଙ୍କ ଦ୍ୱାରା ବାହୁଟ କଣ୍ଟ ଓ ସେନାପଟା ଲାଗି କରାଯିବ। କାଲି ଭୋର୍‌ ୪ଟାରେ ମଙ୍ଗଳ ଆଳତୀ ପରେ ଖେଚୁଡ଼ି ଭୋଗ ଲାଗି ହେବ। ମଧ୍ୟାହ୍ନ ୧୨ଟା ସୁଦ୍ଧା ବାହୁଡ଼ା ପହଣ୍ଡି ଆରମ୍ଭ ହେବ। ପହଣ୍ଡି ୧୨ଟାରୁ ଆରମ୍ଭ ହୋଇ ଦିନ ୨ଟା ୩୦ ପର୍ଯ୍ୟନ୍ତ ଚାଲିବ। ୨ଟା ୩୦ରୁ ୩ଟା ୩୦ ଭିତରେ ୩ ରଥରେ ଛେରା ପହଁରା ନୀତି ସମ୍ପନ୍ନ ହେବ। ୩ଟାରୁ ୪ଟା ପର୍ଯ୍ୟନ୍ତ ଚାରମାଳ ଫିଟା ଓ ଘୋଡ଼ା ଯୋଚା କାର୍ଯ୍ୟ ଚାଲିବ। ଅପରାହ୍ନ ୪ଟାରୁ ରଥଟଣା ଆରମ୍ଭ ହେବା ନେଇ ସମୟ ନିର୍ଘଣ୍ଟ ସ୍ଥିର ହୋଇଛି।

Advertisment

ସେପଟେ ରଥଯାତ୍ରାରେ ଶ୍ରୀକ୍ଷେତ୍ରକୁ ବାହାର ଲୋକଙ୍କ ପ୍ରବେଶ ଓ ଶରଧାବାଲିରେ ରଥ ଥିବାବେଳେ ବାହାର ଭକ୍ତଙ୍କ ରଥ ଦର୍ଶନ ଘଟଣା ପରେ ବାହୁଡ଼ା ପାଇଁ ଅଧିକ କଡ଼ା ହୋଇଛି ପୁରୀ ପୁଲିସ୍‌। ଏମିତିକି ବିନା ଭକ୍ତରେ ବାହୁଡାଯାତ୍ରା ଓ ସୁନାବେଶକୁ ସମ୍ପନ୍ନ କରିବା ପାଇଁ ଚ୍ୟାଲେଞ୍ଜ ମୋଡକୁ ଆସିଛି ପୁଲିସ୍। ସେଥିପାଇଁ ଆଜି ଅପରାହ୍ନରୁ ପୁରୀ ସହର ଚାରି ପାଖେ ନାକା ଲଗାଇ ଗାଡ଼ି ମୋଟର ଯାଞ୍ଚ କରିଛି ପୁଲିସ୍।

ସେପଟେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ସମୀକ୍ଷା ବୈଠକ। ଯେଉଁଥିରେ ଆଜି ରାତି ୮ଟାରୁ ୨୧ ତାରିଖ ରାତି ୮ଟା ପର୍ଯ୍ୟନ୍ତ ସହରରେ କର୍ଫ୍ୟୁ ସମୟରେ ନିୟମ କଡ଼ାକଡ଼ି ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି। ପୂର୍ବ ନିଷ୍ପତ୍ତି ମୁତାବକ ବଡ଼ଦାଣ୍ଡରେ ଘର କରିଥିବା ଲୋକେ ସେମାନଙ୍କ ଘର ଛାତ କିମ୍ବା ବାଲକୋନି ଉପରେ ନବସି ଘରେ ରହି ଟିଭିରେ ମହାପ୍ରଭୁଙ୍କ ବାହୁଡ଼ାଯାତ୍ରାର ସିଧା ପ୍ରସାରଣ ଦେଖିବାକୁ ନିବେଦନ କରାଯାଇଛି। ତା’ସହ ବାହୁଡ଼ାରୁ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ନିୟୋଜିତ ହେବାକୁ ଥିବା ସମସ୍ତ ସେବାୟତ ଓ କର୍ମଚାରୀଙ୍କ ଦ୍ୱିତୀୟ ପର୍ଯ୍ୟାୟ ଆରଟିପିସିଆର ଟେଷ୍ଟର ମଧ୍ୟ ସମୀକ୍ଷା ହୋଇଛି।

Advertisment

ଶ୍ରୀମନ୍ଦିର ବେହରଣ ଦ୍ୱାରର ରୁପା ଛାଉଣି କାମ ଇତିମଧ୍ୟରେ ଶେଷ ହୋଇଛି। ଆସନ୍ତା ନୀଳାଦ୍ରିବିଜେରେ ଅନ୍ୟ ତିନି ଦ୍ୱାର ଜୟ ବିଜୟ ଦ୍ୱାର, ଭୋଗମଣ୍ଡପ ଓ ସାତପାହଚ ଦ୍ୱାରର ରୁପା ଛାଉଣୀ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଯଦି କଳାହାଟ ଦ୍ୱାରର ରୁପା ଛାଉଣି ଏହି ସମୟ ମଧ୍ୟରେ ହୋଇନପାରେ, ତାହାଲେ ଆସନ୍ତା ରଥଯାତ୍ରା ବେଳେ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

Sri Jagannath Bahuda Yatra2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe