Advertisment

ଦିଲ୍ଲୀରେ ସମୀକ୍ଷା ବୈଠକ କରିବେ ନବୀନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ଦୁଇଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇ ଓଡ଼ିଶା ନିବାସରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିବେ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆସନ୍ତାକାଲି ନିଜର ଟିମ୍ ସହ ସକାଳ ସାଢ଼େ ୯ଟାରେ ଦିଲ୍ଲୀ ଯିବେ । ଅପରାହ୍ନ ସାଢ଼େ ୫ଟାରେ ପ୍ରାୟ ୪୫ମିନିଟ୍ ଧରି ଏକ ସମୀକ୍ଷା ବୈଠକ କରିବେ। ଭାରତ ସରକାରରେ ପଡ଼ି ରହିଥିବା ବିଭିନ୍ନ ପ୍ରସଙ୍ଗ ଉପରେ ଏହି ବୈଠକ କେନ୍ଦ୍ରିତ ରହିବ। […]

ଅଦ୍ୟତନ ହୋଇଛି
ନବୀନଙ୍କ ଜନ୍ମଦିନରେ ୧୦ ହଜାର ୟୁନିଟ୍ ରକ୍ତ ସଂଗ୍ରହ କରିବ ବିଜେଡି

694033-naveen-patnaik-dna

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ଦୁଇଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇ ଓଡ଼ିଶା ନିବାସରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିବେ ବୋଲି ଜଣାପଡ଼ିଛି।

Advertisment

ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆସନ୍ତାକାଲି ନିଜର ଟିମ୍ ସହ ସକାଳ ସାଢ଼େ ୯ଟାରେ ଦିଲ୍ଲୀ ଯିବେ । ଅପରାହ୍ନ ସାଢ଼େ ୫ଟାରେ ପ୍ରାୟ ୪୫ମିନିଟ୍ ଧରି ଏକ ସମୀକ୍ଷା ବୈଠକ କରିବେ। ଭାରତ ସରକାରରେ ପଡ଼ି ରହିଥିବା ବିଭିନ୍ନ ପ୍ରସଙ୍ଗ ଉପରେ ଏହି ବୈଠକ କେନ୍ଦ୍ରିତ ରହିବ। ଏହି ସମୀକ୍ଷା ବୈଠକରେ ରାଜ୍ୟ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ, ପୁଲିସ ଡିଜି ବିକେ ଶର୍ମା, ଗୃହ ସଚିବ ସଞ୍ଜିବ ଚୋପ୍ରା, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ଓ ନୂଆଦିଲ୍ଲୀସ୍ଥିତ ଆବାସିକ କମିଶନର ପ୍ରମୁଖ ଯୋଗ ଦେବେ। ମୁଖ୍ୟମନ୍ତ୍ରୀ ଗୁରୁବାର ୧୦ଟାରେ ଭୁବନେଶ୍ୱର ଅଭିମୁଖେ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।

ଆସନ୍ତାକାଲି ନୂଆଦିଲ୍ଲୀରେ ରାଜ୍ୟ ମୁଖ୍ୟ ସଚିବମାନଙ୍କ ସମ୍ମିଳନୀ ହେଉଥିବାବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଯାଇ ସମୀକ୍ଷା କରିବାକୁ ନେଇ ପ୍ରଶାସନ ଚଳଚଞ୍ଚଳ ହୋଇପଡ଼ିଛି। ସୂଚନାଯୋଗ୍ୟ, ଭାରତ ସରକାରରେ ପଡ଼ି ରହିଥିବା ବିଲ୍ ଓ ବିଭିନ୍ନ ଅନୁମୋଦନ ସମ୍ପର୍କରେ ବିସ୍ତୃତ ଚିଠା ଦେବାକୁ ଗତ ମାସରେ ସମସ୍ତ ବିଭାଗକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe