ଆସନ୍ତାକାଲି ଲୋକସେବା ଭବନରେ ବାବୁମାନେ ଦେଖିବେ ‘ଦମନ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସଦ୍ୟ ରିଲିଜ୍ ଓଡ଼ିଆ ଚଳଚ୍ଚିତ୍ର ‘ଦମନ’କୁ ରାଜ୍ୟ ସରକାର ଟିକସମୁକ୍ତ କରିଥିବାବେଳେ ଆସନ୍ତାକାଲି ଲୋକସେବା ଭବନ (ସଚିବାଳୟ)ରେ ଏହି ଚଳଚ୍ଚିତ୍ର ପ୍ରଦର୍ଶନ ହେବ । ତେବେ ସେଠାରେ କେବଳ ଯୁଗ୍ମ ସଚିବ ପାହ୍ୟାରୁ ଊର୍ଦ୍ଧ୍ୱ ଅଫିସରମାନେ ଏହି ଚଳଚ୍ଚିତ୍ରକୁ ଦେଖିବାର ସୁଯୋଗ ପାଇବେ । ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ଅବଗତ କରାଯାଇଛି । ବିଭାଗୀୟ ସଚିବ ସତ୍ୟବ୍ରତ ସାହୁ ଏନେଇ ସବୁ ବିଭାଗକୁ ଜଣାଇଛନ୍ତି […]

Daman

Ordigital Desk
  • Published: Saturday, 19 November 2022
  • , Updated: 20 November 2022, 06:56 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସଦ୍ୟ ରିଲିଜ୍ ଓଡ଼ିଆ ଚଳଚ୍ଚିତ୍ର ‘ଦମନ’କୁ ରାଜ୍ୟ ସରକାର ଟିକସମୁକ୍ତ କରିଥିବାବେଳେ ଆସନ୍ତାକାଲି ଲୋକସେବା ଭବନ (ସଚିବାଳୟ)ରେ ଏହି ଚଳଚ୍ଚିତ୍ର ପ୍ରଦର୍ଶନ ହେବ । ତେବେ ସେଠାରେ କେବଳ ଯୁଗ୍ମ ସଚିବ ପାହ୍ୟାରୁ ଊର୍ଦ୍ଧ୍ୱ ଅଫିସରମାନେ ଏହି ଚଳଚ୍ଚିତ୍ରକୁ ଦେଖିବାର ସୁଯୋଗ ପାଇବେ । ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ଅବଗତ କରାଯାଇଛି ।

ବିଭାଗୀୟ ସଚିବ ସତ୍ୟବ୍ରତ ସାହୁ ଏନେଇ ସବୁ ବିଭାଗକୁ ଜଣାଇଛନ୍ତି ଯେ, ସଦ୍ୟ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ବିଚ୍ଛିନ୍ନାଂଚଳରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଘନ ଅନ୍ଧାର ଭିତରେ ଆଶାର ଏକ ଆଲୋକ ସଂଚାର କରିଛି । ସିନେମାଟି ବାସ୍ତବଧର୍ମୀ କାହାଣୀ ଉପରେ ଆଧାରିତ । ଏହାର କଥାବସ୍ତୁ, ପ୍ରତିଟି ଚରିତ୍ରର ଅଭିନୟ, ସମ୍ପାଦନା ସବୁଦିଗରୁ ଅତି ସୁନ୍ଦର ହୋଇଛି । ଏହି ଚଳଚ୍ଚିତ୍ର ରାଜ୍ୟର ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଜନସେବା କ୍ଷେତ୍ରରେ ଏକ ପ୍ରେରଣା ପ୍ରଦାନ କରୁଛି । ଏହି କ୍ରମରେ ଉକ୍ତ ଚଳଚ୍ଚିତ୍ରକୁ ସଚିବାଳୟର କନଭେନସନ କକ୍ଷରେ ଆସନ୍ତାକାଲି ରବିବାର ସନ୍ଧ୍ୟା ୫ଟାରୁ ପ୍ରଦର୍ଶନ କରାଯିବାକୁ ନିଷ୍ପତ୍ତି ହୋଇଛି ବୋଲି ଶ୍ରୀ ସାହୁ ଦର୍ଶାଇଛନ୍ତି ।

ସୂଚନାଯୋଗ୍ୟ, ‘ଦମନ’ ଫିଲ୍ମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨ଦିନ ତଳେ ଟିକସମୁକ୍ତ କରିଥିବାବେଳେ ନଭେମ୍ବର ୨୧ରୁ ୨୦୨୩ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ଏହି ଫିଲ୍ମକୁ ରାଜ୍ୟ ସରକାର ଟିକସ ଟିକସମୁକ୍ତ କରିଛନ୍ତି ତଥା ଏ ସଂକ୍ରାନ୍ତ ପ୍ରସ୍ତାବ ଖୁବଶୀଘ୍ର ରାଜ୍ୟ କ୍ୟାବିନେଟର ଅନୁମୋଦନ ଲାଭ କରିବ ବୋଲି ଜଣାପଡ଼ିଛି ।

Related story