Advertisment

Naxal Surrender: ଆତ୍ମସମର୍ପଣ କଲେ ୧କୋଟି ୩୦ ଲକ୍ଷ ଇନାମ ଥିବା ଓଡ଼ିଶାର ଟପ ମାଓନେତା ନିଖିଲ ଓ ସ୍ତ୍ରୀ ଇନ୍ଦୁ

ଓଡ଼ିଶାରେ ମାଓବାଦ ଇତିହାସରେ ପଡ଼ିବାକୁ ଯାଉଛି ଯବନିକା। ପୋଲିସ ହାତରେ ଧରା ଦେଲେ ଟପ୍ ମାଓ ଦମ୍ପତ୍ତି ନିଖିଲ ଓ ଇନ୍ଦୁ। ରାୟଗଡ଼ା ଜିଲ୍ଲାର ଘଞ୍ଚ ଜଙ୍ଗଲରୁ ପତ୍ନୀ ଇନ୍ଦୁ, ୭ ମହିଳା କ୍ୟାଡର ସହ ମୋଟ ୧୫ ମାଓବାଦୀଙ୍କ ସହ ଆତ୍ମସମର୍ପଣ କରିଛନ୍ତି ବାସଧାରା ଘୁମୁସର ନାଗାବଳୀ ଡିଭିଜନର ପୂର୍ବି ବ୍ୟୁରୋ ସମ୍ପାଦକ ନିଖିଲ ଓରଫ୍ ନିରଞ୍ଜନ ରାଉତ। ଉଭୟ ନିଖିଲ ଓ ତା ପତ୍ନୀ ଇନ୍ଦୁ ମୁଣ୍ଡ ପାଇଁ ପୋଲିସ ଘୋଷଣା କରିଥିଲା ୧ କୋଟି ୩୦ ଲକ୍ଷ ଟଙ୍କାର ଇନାମ।

Nikhil and Indu

ନିଖିଲ ଓ ଇନ୍ଦୁ

Advertisment

ଓଡ଼ିଶାରେ ମାଓବାଦ ଇତିହାସରେ ପଡ଼ିବାକୁ ଯାଉଛି ଯବନିକା। ପୋଲିସ ହାତରେ ଧରା ଦେଲେ ଟପ୍ ମାଓ ଦମ୍ପତ୍ତି ନିଖିଲ ଓ ଇନ୍ଦୁ। ରାୟଗଡ଼ା ଜିଲ୍ଲାର ଘଞ୍ଚ ଜଙ୍ଗଲରୁ ପତ୍ନୀ ଇନ୍ଦୁ, ୭ ମହିଳା କ୍ୟାଡର ସହ ମୋଟ ୧୫ ମାଓବାଦୀଙ୍କ ସହ ଆତ୍ମସମର୍ପଣ କରିଛନ୍ତି ବାସଧାରା ଘୁମୁସର ନାଗାବଳୀ ଡିଭିଜନର ପୂର୍ବି ବ୍ୟୁରୋ ସମ୍ପାଦକ ନିଖିଲ ଓରଫ୍ ନିରଞ୍ଜନ ରାଉତ। ଉଭୟ ନିଖିଲ ଓ ତା ପତ୍ନୀ ଇନ୍ଦୁ ମୁଣ୍ଡ ପାଇଁ ପୋଲିସ ଘୋଷଣା କରିଥିଲା ୧ କୋଟି ୩୦ ଲକ୍ଷ ଟଙ୍କାର ଇନାମ। ଆଜି ଆମ ରାୟଗଡ଼ା ପ୍ରତିନିଧିଙ୍କ ଉପସ୍ଥିତିରେ ସମାଜର ମୁଖ୍ୟସ୍ରୋତକୁ ନିଖିଲ ଫେରିବା ପରେ ରାଜ୍ୟରେ ସକ୍ରିୟ ଥିବା ଆଉ କିଛି ହାତ ଗଣତି ମାଓବାଦୀଙ୍କୁ ସରେଣ୍ଡର ପାଇଁ ଅପିଲ କରିଛନ୍ତି ପୋଲିସ ଡିଜି। 

Advertisment

ମୁଣ୍ଡ ଉପରେ ଥିବା ୬୫ ଲକ୍ଷ ଟଙ୍କାର ପୁରସ୍କାର

ରାୟଗଡ଼ା ଜିଲ୍ଲା ପୋଲିସ ଆଗରେ ଆଜି ଅସ୍ତ୍ର ଛାଡ଼ି ମୁଖ୍ୟ ସ୍ରୋତକୁ ଫେରିଛନ୍ତି ବାସଧାରା ଘୁମୁସର ନାଗାବଳୀ ଡିଭିଜନ ପୂର୍ବି ବ୍ୟୁରୋ ସମ୍ପାଦକ ନିଖିଲ ଓରଫ ନିରଞ୍ଜନ ରାଉତ ଓ ପତ୍ନୀ ଇନ୍ଦୁ ଓରଫ୍ ଅଙ୍କିତା ଲେଙ୍କା। ସେମାନଙ୍କ ସହ ମୋଟ ୧୫ ମାଓବାଦୀ ଆଜି ହିଂସାର ରାସ୍ତା ଛାଡ଼ି, ଶାନ୍ତି ରାସ୍ତାରେ ପାଦ ଦେଇଛନ୍ତି। ଓଡ଼ିଶାର ରାୟଗଡ଼ା, ଗଜପତି, କନ୍ଧମାଳ ଜିଲ୍ଲାରେ 'ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ମାଓବାଦୀ କାର୍ଯ୍ୟକଳାପରେ ସାମିଲ୍ ଥିବା ନିଖିଲ୍ ମୁଣ୍ଡ ପାଇଁ ଘୋଷଣା ହୋଇଥିଲା ୬୫ ଲକ୍ଷ ଟଙ୍କାର ପୁରସ୍କାର। ମୁଖ୍ୟ ଶ୍ରୋତକୁ ଫେରିବା ପରେ ନିଖଲ କହିଛନ୍ତି ପରିବର୍ତ୍ତିତ ପରିସ୍ଥିତିରେ ନିଜକୁ ଖାପ ଖୁଆଇବାକୁ, ଶେଷରେ ମାଓ ସଂଗଠନ ଛାଡ଼ିଛି । କିନ୍ତୁ ଗଣତାନ୍ତ୍ରିକ ଉପାୟରେ ଲଢେଇ କରି ନିଷ୍ପେଶିତ, ଦଳିତ ଓ ମହିଳାଙ୍କ ପାଇଁ କାମ କରିବାର ଜୋସ ଯାଇନି। ଏବେ ଆତ୍ମସମର୍ପଣ ପରେ ସରକାର ସେମାନଙ୍କ ଦାବିକୁ ଗୁରୁତ୍ବ ଦେବେ ବୋଲି ସେ କହିଛନ୍ତି ।

ରେଭେନସା ପଢୁଆ ନିକିଲଙ୍କ ସ୍ତ୍ରୀ ଇନ୍ଦୁଙ୍କ ଆତ୍ମସମର୍ପଣ

ଆଜି ଆତ୍ମସମର୍ପଣ କରିଥିବା ୧୫ ମାଓବାଦୀଙ୍କ ମଧ୍ୟରେ ଅଛନ୍ତି ବାସଧାରା ଘୁମୁସର ନାଗାବଳୀ ଡିଭିଜନର ସମ୍ପାଦିକା ତଥା ନିଖିଲଙ୍କ ପତ୍ନୀତି ଇନ୍ଦୁ ଓରଫ୍ ଅଙ୍କିତା ଲେଙ୍କା। କଟକ ଟାଙ୍ଗୀର ଇନ୍ଦୁ ଓରଫ୍ ଅଙ୍କିତା ଲେଙ୍କା ଭେନ୍ସାରେ ଉଚ୍ଚଶିକ୍ଷା ପରେ ମାଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଲାଲଗଡ଼ରେ ପାଦ ରଖିଥିଲେ । ଆଉ ନିଖିଲକୁ ବିବାହ ପରେ ଦୁଇ ଦଶନ୍ଧି ଧରି ଓଡ଼ିଶା-ଆନ୍ଧ୍ର ଓ ଛତିଶଗଡ଼ର ଘଞ୍ଚ ଜଙ୍ଗଲ ହିଁ ଥିଲା, ସେମାନଙ୍କ ଠିକଣା । ଜଙ୍ଗଲୀ ପରିବେଶରୁ ସାଧାରଣ ଜୀବନକୁ ଫେରିବାର ନିଷ୍ପତ୍ତି ଯନ୍ତ୍ରଣାଦାୟକ ହେଲେ ବି, ତାହା ସମୟର ଆହ୍ବାନ ବୋଲି କହିଛନ୍ତି ଇନ୍ଦୁ। ସେପଟେ ଆତ୍ମସମର୍ପଣ କରିଥିବା ୧୫ ମଓବାଦୀଙ୍କ ମଧ୍ୟରେ ରହିଛନ୍ତି ୭ ମହିଳା କ୍ୟାଡର।

Advertisment

ଓଡ଼ିଶା ପୋଲିସ୍ ପାଇଁ ବଡ଼ ସଫଳତା - ଡିଜି

ନିଖିଲ ସମେତ ୧୫ ଜଣିଆ ଗ୍ରୁପର ଆତ୍ମସମର୍ପଣ ଓଡ଼ିଶା ପୋଲିସ ପାଇଁ ଏକ ବଡ଼ ସଫଳତା ବୋଲି କହିଛନ୍ତି ପୋଲିସ ଡିଜି। ତେବେ କନ୍ଧମାଳ ପାଖାପାଖି ଜିଲ୍ଲାରେ 'ଏବେ ଆଉ କିଛି ହାତ ଗଣତି କ୍ୟାଡର ମାଓବାଦୀ ସକ୍ରିୟ ଥିବାରୁ ସେମାନଙ୍କୁ ଅସ୍ତ୍ରଶସ୍ତ୍ର ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେବାକୁ ଅପିଲ କରିଛନ୍ତି ଡିଜିପି।

ନିଖିଲ ଓ ଇନ୍ଦୁଙ୍କ ୪ ଦଫା ଦାବି 

ଆଜିର ଆତ୍ମସମର୍ପଣ ପୂର୍ବରୁ ମାଓ ଦମ୍ପତ୍ତି ନିଖିଲ ଓ ଇନ୍ଦୁ ରାଜ୍ୟ ସରକାରଙ୍କ ନିକଟରେ ୪ ଦଫା ଦାବି ରଖିଥିଲେ। ସରକାର ଏହାର ବିଚାର କଲେ ସେମାନେ, ବନ୍ଧୁକ ଛାଡ଼ି ବନ୍ଧୁ ହେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏଥିପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ଜଣେ ଡିଏସପି ରାଙ୍କର ଅଫିସରଙ୍କ ସହ ନିଖଲଙ୍କ ଆଲୋଚନା ପରେ, ପୋଲିସର ଏ ଅଭିଯାନକୁ ମିଳିଥିଲା ବଡ଼ ସଫଳତା। ଆଉ ଆଜି ଆମ ପ୍ରତିନିଧି ମାଉଡି ବାରିରକଙ୍କ ଉପସ୍ଥିତିରେ ହିଁ ମୁଖ୍ୟଶ୍ରୋତରେ ସାମିଲ ହୋଇଥିଲେ ନିଖିଲ ଆଣ୍ଡ୍ କୋ।

ରାୟଗଡ଼ାରୁ ମାଉଡ଼ି ବାରିକଙ୍କ ରିପୋର୍ଟ

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe