ଖସିଗଲେ ଟପ୍‌ ନକ୍ସଲ ନେତ୍ରୀ ଅରୁଣା ଓ ଚଲ୍‌ପତି

କୋରାପୁଟ (ସୂର୍ଯ୍ୟ ପଣ୍ଡା): କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ଅନ୍ତର୍ଗତ ସୁଙ୍କି ଜଙ୍ଗଲରେ ଆଜି ପୁଲିସ ଓ ନକ୍ସଲ୍‌ଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ତେବେ ଏହି ଗୁଳି ବିନିମୟ ବେଳେ ଟପ୍ ନକ୍ସଲ୍‌ ନେତ୍ରୀ ଅରୁଣା ଏବଂ ସେଣ୍ଟ୍ରାଲ୍ କମିଟି ସଦସ୍ୟ ଚଲପତି ଖସି ଯାଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଆନ୍ଧ୍ର-ଓଡିଶା ସୀମାନ୍ତବର୍ତ୍ତୀ ଏକ ଗାଁରେ ୧୫ରୁ ଅଧିକ ନକ୍ସଲ୍‌ ଏକ କ୍ୟାମ୍ପରେ ଥିବା ଖବର ମିଳିବା ପରେ ଡିଭିଏଫ୍, ଏସ୍ଓଜି ଓ ପୋଲିସ […]

naxal

naxal

Rakesh Mallick
  • Published: Sunday, 07 October 2018
  • Updated: 07 October 2018, 07:47 PM IST

କୋରାପୁଟ (ସୂର୍ଯ୍ୟ ପଣ୍ଡା): କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ଅନ୍ତର୍ଗତ ସୁଙ୍କି ଜଙ୍ଗଲରେ ଆଜି ପୁଲିସ ଓ ନକ୍ସଲ୍‌ଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ତେବେ ଏହି ଗୁଳି ବିନିମୟ ବେଳେ ଟପ୍ ନକ୍ସଲ୍‌ ନେତ୍ରୀ ଅରୁଣା ଏବଂ ସେଣ୍ଟ୍ରାଲ୍ କମିଟି ସଦସ୍ୟ ଚଲପତି ଖସି ଯାଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ଆନ୍ଧ୍ର-ଓଡିଶା ସୀମାନ୍ତବର୍ତ୍ତୀ ଏକ ଗାଁରେ ୧୫ରୁ ଅଧିକ ନକ୍ସଲ୍‌ ଏକ କ୍ୟାମ୍ପରେ ଥିବା ଖବର ମିଳିବା ପରେ ଡିଭିଏଫ୍, ଏସ୍ଓଜି ଓ ପୋଲିସ ପକ୍ଷରୁ ମିଳିତ ଚଢ଼ଉ କରାଯାଇଥିଲା। ଉଭୟ ପକ୍ଷ ମଧ୍ୟରେ କିଛି ସମୟ ପାଇଁ ଗୁଳି ବିନିମୟ ହୋଇଥିଲା। ପରେ ନକ୍ସଲମାନେ ଘଞ୍ଚ ଜଙ୍ଗଲ ଭିତରକୁ ଖସି ପଳାଇଥିଲେ।

ନକ୍ସଲ କ୍ୟାମ୍ପରେ ଆନ୍ଧ୍ର ଓଡ଼ିଶା ବର୍ଡର ଜୋନାଲ୍ କମିଟିର କମାଣ୍ଡର ଅରୁଣା ଓ ସେଣ୍ଟ୍ରାଲ୍ କମିଟି ସଦସ୍ୟ ଚଲପତି ଥିଲେ ବୋଲି ସୂଚନା ମିଳିଛି। ବର୍ତ୍ତମାନ ଯବାନମାନେ ଅଞ୍ଚଳରେ କମ୍ବିଂ ଅପରେସନକୁ ଜୋରଦାର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos