ଚେଇଁ ଶୋଇଛି ପର୍ଯ୍ୟଟନ ବିଭାଗ: କୋଳାହଳମୟ ‘ଫୁରଲି ଝରଣ’ରେ ଏବେ ନିର୍ଜନତାର ବେଢ଼ି

କଳାହାଣ୍ଡିରୁ (ରାଜକୁମାର ସିଂହଦେଓ): ସରକାର ପର୍ଯ୍ୟଟନ କ୍ଷେତ୍ର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏପରିକି ବିଦେଶୀ ପର୍ଯ୍ୟଟକ କେମିତି ରାଜ୍ୟରେ ଥିବା ପର୍ଯ୍ୟଟନ କ୍ଷେତ୍ର ପ୍ରତି ଆକୃଷ୍ଟ ହେବେ ସେଥିପାଇଁ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି। ହେଲେ ସରକାରଙ୍କ ଏହି କାର୍ଯ୍ୟକ୍ରମ କେମିତି ଚାଲିଛି ତାହା କଳାହାଣ୍ଡି ଜିଲ୍ଲାରେ ଥିବା ‘ଫୁରଲି ଝରଣ’ ଜଳପ୍ରପାତକୁ ଦେଖିଲେ ଜାଣିହେବ। ଏବେ ପର୍ଯ୍ୟଟନ […]

3

3

Rakesh Mallick
  • Published: Thursday, 10 January 2019
  • Updated: 10 January 2019, 10:59 PM IST

କଳାହାଣ୍ଡିରୁ (ରାଜକୁମାର ସିଂହଦେଓ): ସରକାର ପର୍ଯ୍ୟଟନ କ୍ଷେତ୍ର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏପରିକି ବିଦେଶୀ ପର୍ଯ୍ୟଟକ କେମିତି ରାଜ୍ୟରେ ଥିବା ପର୍ଯ୍ୟଟନ କ୍ଷେତ୍ର ପ୍ରତି ଆକୃଷ୍ଟ ହେବେ ସେଥିପାଇଁ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି। ହେଲେ ସରକାରଙ୍କ ଏହି କାର୍ଯ୍ୟକ୍ରମ କେମିତି ଚାଲିଛି ତାହା କଳାହାଣ୍ଡି ଜିଲ୍ଲାରେ ଥିବା ‘ଫୁରଲି ଝରଣ’ ଜଳପ୍ରପାତକୁ ଦେଖିଲେ ଜାଣିହେବ।

ଏବେ ପର୍ଯ୍ୟଟନ ଋତୁ ଚାଲିଛି। ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳରୁ ଲୋକଙ୍କ ସୁଅ ଛୁଟୁଛି। ହେଲେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ‘ଫୁରଲି ଝରଣ’ ଜଳପ୍ରପାତରେ ପଡ଼ିଛି ପ୍ରଶାସନର ବେଡ଼ି। ଦିନେ ଶହ ଶହ ପର୍ଯ୍ୟଟକକୁ ନିଜ ମନୋରମ ସୌନ୍ଦର୍ଯ୍ୟରେ ହଜାଇ ଦେବାକୁ ଟାଣି ଆଣୁଥିବା ‘ଫୁରଲି ଝରଣ’ ପ୍ରଶାସନିକ ଅବହେଳାରୁ ଆଜି ନିର୍ଜନତାର କରାଳ ଛାୟାରେ ନିଜର ଅସ୍ତିତ୍ୱ ହରାଇବାକୁ ବସିଛି।

ଭବନୀପାଟଣା ସହରରୁ ୧୫ କିମି ଦୂରରେ ରହିଛି କର୍ଲାପାଟ ଅଭୟାରଣ୍ୟ। ଏଠାରେ ରହିଛି ପ୍ରାକୃତିକ ଜଳପ୍ରପାତ ‘ଫୁରଲି ଝରଣ’। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏହି ସ୍ଥାନ ଏବେ ଖାଁ ଖାଁ ଲାଗୁଛି। ଜଳପ୍ରପାତ ମୁଖ୍ୟ ରାସ୍ତାରେ ଲାଗିଛି କଣ୍ଟା ବାଡ। ଏହାର ରକ୍ଷଣାବେକ୍ଷଣ କରାଯାଉ ନଥିବାରୁ ଏହା ନଷ୍ଟ ହେବାକୁ ବସିଛି।

୨୦୧୬ ମସିହା ପୂର୍ବରୁ ସବୁକିଛି ଠିକ୍‌ ଥିଲା। ପର୍ଯ୍ୟଟନ ଋତୁ ଆସିଲେ ଏଠାକୁ ଛୁଟି ଆସୁଥିଲେ ଶହ ଶହ ପର୍ଯ୍ୟଟକ। ହେଲେ ୨୦୧୬ ବନ୍ୟାରେ ପାହାଡ଼ ଅତଡା ଖସି ‘ଫୁରଲି ଝରଣ’ ଜଳପ୍ରପାତର ସୌନ୍ଦର୍ଯ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଏହାପରେ ପ୍ରଶାସନ ଏହାର ଉନ୍ନତିକରଣ କଥା ଭୁଲି ଯାଇଛି। ଲାଗୁଛି ସତେ ଯେମିତି ବିଭାଗୀୟ ଅଧିକାରୀମାନେ ଆଖି ବୁଜି ଦେଇଛନ୍ତି। ଜଳପ୍ରପାତକୁ ଯିବା ପାଇଁ ନିର୍ମିତ ହୋଇଥିବା ସବୁ ପାହାଚ ଭାଙ୍ଗି ଗଲାଣି। ଅନାବନା ଗଛଲତାରେ ଏହା ଲୁଚି ଯିବାକୁ ବସିଛି।

ତଥାପି କିଛି କିଛି ପର୍ଯ୍ୟଟକ ଏଠାକୁ ଆସୁଛନ୍ତି। ହେଲେ ପର୍ଯ୍ୟଟନ ସ୍ଥଳକୁ ଯିବା ରାସ୍ତାକୁ ପ୍ରଶାସନ ପକ୍ଷରୁ ବନ୍ଦ କରି ଦିଆଯାଇଥିବାରୁ ଆଗକୁ ଯାଇ ନପାରି ବାଟରୁ ଫେରୁଛନ୍ତି। ଏହାକୁ ନେଇ ଦୂର ଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି।

ଏନେଇ କର୍ଲାପାଟ ରେଞ୍ଜର ଏସ୍. କୁଁଅରଙ୍କୁ ପଚରାଯିବାରେ ସେ କହିଛନ୍ତି, “ଏ ବିଷୟରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି। ଖୁବଶୀଘ୍ର ଏନେଇ ପଦକ୍ଷେପ ନିଆଯିବ।”

ଅନ୍ୟପଟେ ଭବାନୀପାଟଣା ନିକଟରେ ଥିବା ଅନ୍ୟତମ ପର୍ଯ୍ୟଟନ ସ୍ଥଳ ‘ରାବଣଧାରା’ରେ ଏବେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ‘ଫୁରଲି ଝରଣ’ ଜଳପ୍ରପାତ ଦେଖିବାକୁ ଆସି ନିରାଶ ହୋଇ ଫେରୁଥିବା ପର୍ଯ୍ୟଟକଙ୍କୁ ରାବଣଧାରା ଯାଇ ପିକ୍‌ନିକ୍‌ର ମଜା ନେବାକୁ କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story