Advertisment

କୁକୁଡ଼ା ଚୋର ନାଁ କହି ପାଇଲେ ଦଣ୍ଡ; ସ୍ୱାମୀ ସ୍ତ୍ରୀଙ୍କୁ ଅଧା ଲଣ୍ଡା କରିଦେଲେ

ସୋର(ଶଶିକାନ୍ତ ବେହେରା): ବାଲେଶ୍ଵର ଜିଲା ସିମୁଳିଆ ଥାନା ବଶିଂ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। କୁକୁଡ଼ା ଚୋରି କରିଥିବା ଯୁବକଙ୍କ ନାଁ କହିଦେବରୁ ଗାଁର ଜଣେ ବ୍ୟକ୍ତିଙ୍କୁ ଅର୍ଦ୍ଧ ଲଣ୍ଡା କରିବା ସହ ତାଙ୍କ ସ୍ତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଓ ତାଙ୍କ ମୁଣ୍ଡର ଚୁଟି ଅଧା କାଟି ଦିଆଯାଇଥିବା ଅଭିଯୋଗ ହୋଇଛି। ସୂଚନାଅନୁସାରେ, ନିକଟରେ ଗାଁର କିଛି ଯୁବକମାନେ ଗାଁ ମୁଣ୍ଡରେ ରହୁଥିବା ବାଲିଆ ସିଂ ଓ ବର୍ଷା ସିଂଙ୍କ ଘର ନିକଟରେ ରାତିରେ ଭୋଜି […]

କୁକୁଡ଼ା ଚୋର ନାଁ କହି ପାଇଲେ ଦଣ୍ଡ; ସ୍ୱାମୀ ସ୍ତ୍ରୀଙ୍କୁ ଅଧା ଲଣ୍ଡା କରିଦେଲେ

soro

Advertisment

ସୋର(ଶଶିକାନ୍ତ ବେହେରା): ବାଲେଶ୍ଵର ଜିଲା ସିମୁଳିଆ ଥାନା ବଶିଂ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। କୁକୁଡ଼ା ଚୋରି କରିଥିବା ଯୁବକଙ୍କ ନାଁ କହିଦେବରୁ ଗାଁର ଜଣେ ବ୍ୟକ୍ତିଙ୍କୁ ଅର୍ଦ୍ଧ ଲଣ୍ଡା କରିବା ସହ ତାଙ୍କ ସ୍ତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଓ ତାଙ୍କ ମୁଣ୍ଡର ଚୁଟି ଅଧା କାଟି ଦିଆଯାଇଥିବା ଅଭିଯୋଗ ହୋଇଛି।

Advertisment

ସୂଚନାଅନୁସାରେ, ନିକଟରେ ଗାଁର କିଛି ଯୁବକମାନେ ଗାଁ ମୁଣ୍ଡରେ ରହୁଥିବା ବାଲିଆ ସିଂ ଓ ବର୍ଷା ସିଂଙ୍କ ଘର ନିକଟରେ ରାତିରେ ଭୋଜି କରି ଖାଇଥିଲେ। ହେଲେ ଗତ ୨୮ ତାରିଖ ଦିନ ଯୁବକମାନେ ଗାଁର ଆଉ ଜଣେ ବ୍ୟକ୍ତିଙ୍କ ଘରୁ କୁକୁଡା ଚୋରି କରି ଭୋଜି କରି ଖାଇଥିଲେ। ତେବେ  ବାଲିଆ ଓ ବର୍ଷାଙ୍କ ଘର ନିକଟରେ କୁକୁଡ଼ା ପର ପଡ଼ିଥିବାର ଦେଖି କୁକୁଡା ମାଲିକ ଗତକାଲି ସେମାନଙ୍କୁ ଆସି ପଚାରିଥିଲେ। କୁକୁଡ଼ାକୁ ଚୋରି କରି  ଭୋଜି କରି ଖାଇଥିବା ଯୁବକଙ୍କ ନାଁ ବର୍ଷା କହି ଦେଇଥିଲେ।

ଖବର ପାଇ ଯୁବକମାନେ ସେଠାରେ ପହଞ୍ଚି ଉଭୟଙ୍କୁ ମାଡ ମାରିଥିଲେ। ବାଲିଆଙ୍କୁ ଅଧା ଲଣ୍ଡା କରିଦେଇଥିଲେ। ଏଥିସହ  ବର୍ଷାଙ୍କୁ ଦୁର୍ଷ୍କମ ଉଦ୍ୟମ  କରି ତାଙ୍କ ମୁଣ୍ଡର ଚୁଟିକୁ ମଧ୍ୟ ଅଧା କାଟି ଦେଇଥିଲେ। ଏନେଇ ସେମାନେ ଗତକାଲି ସନ୍ଧ୍ୟାରେ ସିମୁଳିଆ ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ସିମୁଳିଆ ପୁଲିସ୍‌ ୭ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe