accident
ଲମତାପୁଟ(ଜଗତ ଜୀବନ କଚମି): କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ମାଟାମପୁଟ ନିକଟରେ ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଲା। ଫଳରେ ଟ୍ରାକ୍ଟରରେ ଥିବା ୮ ଜଣ ଶ୍ରମିକ ଆହତ ହୋଇଛନ୍ତି। ସମସ୍ତ ଶ୍ରମିକଙ୍କ ଘର ଆନ୍ଧ୍ରପ୍ରଦେଶ ଅଞ୍ଚଳରେ ବୋଲି ବୋଲି ଜଣାପଡ଼ିଛି ।
ଆଜି ସକାଳ ପ୍ରାୟ ସାଢ଼େ ୯ଟା ବେଳେ ଶ୍ରମିକମାନେ ତୁସୁବାରୁ ହନୁମାଲ ଅଞ୍ଚଳକୁ ବିଦ୍ୟୁତ୍ ପୋଲ କାମ କରିବାକୁ ବିଦ୍ୟୁତ୍ ସାମଗ୍ରୀ ଧରି ଯାଉଥିଲେ। ଏହି ସମୟରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ତାହା ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ଶ୍ରମିକମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ମାଧ୍ୟମରେ ଲମତାପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଦୁଇ ଜଣ ଶ୍ରମିକଙ୍କ ଅବସ୍ଥା ଗୁରୁତର ହେବାରୁ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତର କରଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/03/accident-67888.jpg)