Advertisment

ଏମିତି ବି ଆସେ ମୃତ୍ୟୁ...

ଗୁଣପୁର (ଇନ୍ଦ୍ରଜିତ କୁମାର ପଣ୍ଡା): ଏମିତି ବି ଆସେ ମୃତ୍ୟୁ…। ଆଖି ପିଛୁଳାକେ ସବୁ କିଛି ଖିନ୍‌ଭିନ୍‌ ହୋଇଗଲା।  କିଛି ଭାବିବା ଆଗରୁ ମାଡ଼ି ଗଲା ଟ୍ରାକ୍ଟର। ଚାଲିଗଲା ଦୁଇ ଜଣ ବ୍ୟକ୍ତିଙ୍କ ଜୀବନ। ଆଜି ଏପରି ମର୍ମନ୍ତୁଦ ଦୁର୍ଘଟଣା ରାୟଗଡା ଜିଲ୍ଲା ପଦ୍ମପୁର ଥାନା ଅଞ୍ଚଳରେ ଘଟିଛି। ଟ୍ରାକ୍ଟରଟି ପଦ୍ମପୁରରୁ କେନ୍ଦୁଗୁଡା ଅଭିମୁଖେ ଦ୍ରୁତ ଗତିରେ ଯାଉଥିଲା। ତେବେ କେନ୍ଦୁଗୁଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ହଠାତ ଟ୍ରାକ୍ଟରର ବାମ ପାର୍ଶ୍ୱ ଆଗ ଚକ ବାହାରି […]

ଅଦ୍ୟତନ ହୋଇଛି
ଏମିତି ବି ଆସେ ମୃତ୍ୟୁ...

Gunupur

Advertisment

ଗୁଣପୁର (ଇନ୍ଦ୍ରଜିତ କୁମାର ପଣ୍ଡା): ଏମିତି ବି ଆସେ ମୃତ୍ୟୁ...। ଆଖି ପିଛୁଳାକେ ସବୁ କିଛି ଖିନ୍‌ଭିନ୍‌ ହୋଇଗଲା।  କିଛି ଭାବିବା ଆଗରୁ ମାଡ଼ି ଗଲା ଟ୍ରାକ୍ଟର। ଚାଲିଗଲା ଦୁଇ ଜଣ ବ୍ୟକ୍ତିଙ୍କ ଜୀବନ। ଆଜି ଏପରି ମର୍ମନ୍ତୁଦ ଦୁର୍ଘଟଣା ରାୟଗଡା ଜିଲ୍ଲା ପଦ୍ମପୁର ଥାନା ଅଞ୍ଚଳରେ ଘଟିଛି।

Advertisment

ଟ୍ରାକ୍ଟରଟି ପଦ୍ମପୁରରୁ କେନ୍ଦୁଗୁଡା ଅଭିମୁଖେ ଦ୍ରୁତ ଗତିରେ ଯାଉଥିଲା। ତେବେ କେନ୍ଦୁଗୁଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ହଠାତ ଟ୍ରାକ୍ଟରର ବାମ ପାର୍ଶ୍ୱ ଆଗ ଚକ ବାହାରି ପଳାଇ ଯାଇଥିଲା। ଏହା ପରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଗତିପଥ ବଦଳାଇ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ନରସିଂହ ଶବର ଓ ଲାଲୁ ବୀରଙ୍କ ଉପରେ ମାଡ଼ି ଯାଇଥିଲା।

ଘଟଣାସ୍ଥଳରେ ନରସିଂହ ଶବରଙ୍କ ମୃତ୍ୟୁ ଘଟିଥିବା ବେଳେ ଲାଲୁବୀର ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି କେନ୍ଦୁଗୁଡା ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପଦ୍ମପୁର ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ଅନୁସନ୍ଧାନ ଜାରି ରଖିଛି।

Advertisment

ଦୁର୍ଘଟଣା ପରେ ଟ୍ରାକ୍ଟର ଚାଳକ ଫେରାର ହୋଇଯାଇଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟରକୁ ଜବତ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe