/odisha-reporter/media/post_attachments/uploads/2020/03/accident-00000.jpg)
accident
ସୋନପୁର(ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକ୍ କାଲିମୁଣ୍ଡା-ଜନକପୁର ରାସ୍ତାର ରେଙ୍ଗାଳି ନାଳ ଭିତରକୁ ଆଜି ଏକ ଟ୍ରାକ୍ଟର ଓଲଟି ପଡ଼ିବାରୁ ଡ୍ରାଇଭର ଓ ହେଲପରଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ଡ୍ରାଇଭର ବଳରାମ ଖଡ଼ିଆ ଓ ହେଲପର ଲକ୍ଷ୍ମୀକାନ୍ତ ପ୍ରଧାନ।
Advertisment
ବାଲି ଅନ୍ଲୋଡ କରି ଫେରୁଥିବା ବେଳେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ରେଙ୍ଗାଳି ନାଳ ଭିତରକୁ ଓଳଟି ପଡ଼ିଥିଲା। ଫଳରେ ଉଭୟ ଡ୍ରାଇଭର ଓ ହେଲପର ଟ୍ରାକ୍ଟର ତଳେ ଚାପି ହୋଇ ପ୍ରାଣ ହରାଇଥିଲେ। ହେଲପର ଗାଡ଼ି ଚଲାଉଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ବୀରମହାରାଜପୁରରୁ ଅଗ୍ନିଶମ କର୍ମଚାରୀ ପହଞ୍ଚି ମୃତଦେହ ଉଦ୍ଧାର କରିଥିବା ଜଣାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
