ନାଳ ଭିତରକୁ ପଶିଗଲା ଟ୍ରାକ୍ଟର

ସୋନପୁର(ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକ୍‌ କାଲିମୁଣ୍ଡା-ଜନକପୁର ରାସ୍ତାର ରେଙ୍ଗାଳି ନାଳ ଭିତରକୁ  ଆଜି ଏକ ଟ୍ରାକ୍ଟର ଓଲଟି ପଡ଼ିବାରୁ ଡ୍ରାଇଭର ଓ ହେଲପରଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ଡ୍ରାଇଭର ବଳରାମ ଖଡ଼ିଆ ଓ ହେଲପର ଲକ୍ଷ୍ମୀକାନ୍ତ ପ୍ରଧାନ। ବାଲି ଅନ୍‌ଲୋଡ କରି ଫେରୁଥିବା ବେଳେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ରେଙ୍ଗାଳି ନାଳ ଭିତରକୁ ଓଳଟି ପଡ଼ିଥିଲା। ଫଳରେ ଉଭୟ ଡ୍ରାଇଭର ଓ ହେଲପର ଟ୍ରାକ୍ଟର ତଳେ ଚାପି ହୋଇ ପ୍ରାଣ ହରାଇଥିଲେ। ହେଲପର […]

accident

Jyoshna Pradhan
  • Published: Thursday, 05 March 2020
  • , Updated: 05 March 2020, 01:13 PM IST

ସୋନପୁର(ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକ୍‌ କାଲିମୁଣ୍ଡା-ଜନକପୁର ରାସ୍ତାର ରେଙ୍ଗାଳି ନାଳ ଭିତରକୁ  ଆଜି ଏକ ଟ୍ରାକ୍ଟର ଓଲଟି ପଡ଼ିବାରୁ ଡ୍ରାଇଭର ଓ ହେଲପରଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ଡ୍ରାଇଭର ବଳରାମ ଖଡ଼ିଆ ଓ ହେଲପର ଲକ୍ଷ୍ମୀକାନ୍ତ ପ୍ରଧାନ।

ବାଲି ଅନ୍‌ଲୋଡ କରି ଫେରୁଥିବା ବେଳେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ରେଙ୍ଗାଳି ନାଳ ଭିତରକୁ ଓଳଟି ପଡ଼ିଥିଲା। ଫଳରେ ଉଭୟ ଡ୍ରାଇଭର ଓ ହେଲପର ଟ୍ରାକ୍ଟର ତଳେ ଚାପି ହୋଇ ପ୍ରାଣ ହରାଇଥିଲେ। ହେଲପର ଗାଡ଼ି ଚଲାଉଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ବୀରମହାରାଜପୁରରୁ ଅଗ୍ନିଶମ କର୍ମଚାରୀ ପହଞ୍ଚି ମୃତଦେହ ଉଦ୍ଧାର କରିଥିବା ଜଣାଯାଇଛି।

Related story