Advertisment

ଟ୍ରାଫିକ୍‌ ଗେଟ୍‌ ମାର୍କେଟ୍‌ ବସ୍ତି କଣ୍ଟେନ୍‌ମେଣ୍ଟ ଜୋନ୍‌

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା ସହର ସ୍ଥିତ ଜିଟି ଲେନ୍‌ ଅଞ୍ଚଳରେ ଥିବା ଟ୍ରାଫିକ ଗେଟ୍‌ ମାର୍କେଟ ବସ୍ତି ଏବଂ ପରିବା ବଜ଼ାର ଏରିଆକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଗତକାଲି ରାଉରକେଲା ମହାନଗର ନିଗମ ପକ୍ଷରୁ ଏହି ଘୋଷଣା କରାଯାଇଥିଲା। ୪୮ ଘଣ୍ଟା ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ। ଏହି ବସ୍ତିର ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ଅଞ୍ଚଳକୁ ବ୍ୟାରିକେଡ୍‌ କରାଯାଇଛି। ଆଜି ଏହି […]

ଅଦ୍ୟତନ ହୋଇଛି
ଟ୍ରାଫିକ୍‌ ଗେଟ୍‌ ମାର୍କେଟ୍‌ ବସ୍ତି କଣ୍ଟେନ୍‌ମେଣ୍ଟ ଜୋନ୍‌

rkl

Advertisment

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା ସହର ସ୍ଥିତ ଜିଟି ଲେନ୍‌ ଅଞ୍ଚଳରେ ଥିବା ଟ୍ରାଫିକ ଗେଟ୍‌ ମାର୍କେଟ ବସ୍ତି ଏବଂ ପରିବା ବଜ଼ାର ଏରିଆକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଗତକାଲି ରାଉରକେଲା ମହାନଗର ନିଗମ ପକ୍ଷରୁ ଏହି ଘୋଷଣା କରାଯାଇଥିଲା। ୪୮ ଘଣ୍ଟା ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ।

Advertisment

ଏହି ବସ୍ତିର ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ଅଞ୍ଚଳକୁ ବ୍ୟାରିକେଡ୍‌ କରାଯାଇଛି। ଆଜି ଏହି ଅଞ୍ଚଳକୁ ସାନିଟାଇଜ୍‌ କରାଯିବ।

ଅନ୍ୟପକ୍ଷରେ ଆଜିଠାରୁ ୧୫ ତାରିଖ ଯାଏ ରାଉରକେଲା ସରକାରୀ ଡାକ୍ତରଖାନାର ଓପିଡି ବନ୍ଦ ରହିବ। ଡାକ୍ତରଖାନାରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି। ତେବେ ଗୁରୁତର ରୋଗୀଙ୍କ ବ୍ୟତୀତ ଅନ୍ୟମାନଙ୍କୁ ଡାକ୍ତରଖାନା ନଆସିବାକୁ ପରାମର୍ଶ ଦିଆଯାଇଛି। ତେବେ ଟ୍ରୋମା ଓ ଏମର୍ଜେନ୍ସି ଓପିଡି ଖୋଲା ରହିବ ବୋଲି ଆରଜିଏଚ୍‌ ନିର୍ଦ୍ଦେଶକ କହିଛନ୍ତି।

Advertisment

ସୂଚନାଯୋଗ୍ୟ, ସୁନ୍ଦରଗଡ଼ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।  ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୬୮ରେ ପହଞ୍ଚିଛି।  ବିଭିନ୍ନ କୋଭିଡ୍‌ ହସପିଟାଲରେ  ୪୧୯ ଜଣ ଚିକିତ୍ସିତ ହେଉଛନ୍ତି।  ୨୪୭ ଜଣ ସୁସ୍ଥ ହୋଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe