Advertisment

ତୁମ ପାଇଁ ଆମେ ଅଛୁ: ଝାଡ଼ୁ ମାରିଲେ ଟ୍ରାଫିକ୍‌ କନଷ୍ଟେବଳ

ଫୁଲବାଣୀ (ତ୍ରିନାଥ ସାହୁ)ସଡ଼କ ଦୁର୍ଘଟଣା ରୋକିବାକୁ ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ହାତରେ ଟ୍ରାଫିକ କନଷ୍ଟେବଳ ଏବଂ ତାଙ୍କର ଦୁଇ ମହିଳା ସହଯୋଗୀ ହୋମଗାର୍ଡ଼ ଝାଡ଼ୁ ମାରି ରାସ୍ତା ସଫା କରିଛନ୍ତି।  ଏପରି ଚିତ୍ର ଦେଖିବାକୁ ମିଳିଛି ଫୁଲବାଣୀ ସହରର ଏକ ପ୍ରମୁଖ ଛକର ଟ୍ରାଫିକ ପୋଷ୍ଟରେ। ସହରର ଗାନ୍ଧୀ ଛକ ଟ୍ରାଫିକ ପୋଷ୍ଟରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ନିୟୋଜିତ ହୋଇଥିବା ଟ୍ରାଫିକ କନଷ୍ଟେବଳ ସୁବ୍ରତ କୁମାର ନାୟକ ଏବଂ ତାଙ୍କ ସହିତ ଡ୍ୟୁଟି କରୁଥିବା […]

ତୁମ ପାଇଁ ଆମେ ଅଛୁ: ଝାଡ଼ୁ ମାରିଲେ ଟ୍ରାଫିକ୍‌ କନଷ୍ଟେବଳ

7vc-11

Advertisment

ଫୁଲବାଣୀ (ତ୍ରିନାଥ ସାହୁ)ସଡ଼କ ଦୁର୍ଘଟଣା ରୋକିବାକୁ ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ହାତରେ ଟ୍ରାଫିକ କନଷ୍ଟେବଳ ଏବଂ ତାଙ୍କର ଦୁଇ ମହିଳା ସହଯୋଗୀ ହୋମଗାର୍ଡ଼ ଝାଡ଼ୁ ମାରି ରାସ୍ତା ସଫା କରିଛନ୍ତି।  ଏପରି ଚିତ୍ର ଦେଖିବାକୁ ମିଳିଛି ଫୁଲବାଣୀ ସହରର ଏକ ପ୍ରମୁଖ ଛକର ଟ୍ରାଫିକ ପୋଷ୍ଟରେ।

Advertisment

ସହରର ଗାନ୍ଧୀ ଛକ ଟ୍ରାଫିକ ପୋଷ୍ଟରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ନିୟୋଜିତ ହୋଇଥିବା ଟ୍ରାଫିକ କନଷ୍ଟେବଳ ସୁବ୍ରତ କୁମାର ନାୟକ ଏବଂ ତାଙ୍କ ସହିତ ଡ୍ୟୁଟି କରୁଥିବା ଦୁଇ ଜଣ ମହିଳା ହୋମଗାର୍ଡ଼ ପୁଷ୍ପଲତା ବେହେରା ଏବଂ କୁମୁଦୁନୀ ଶତପଥୀ। ମିଳିତ ଭାବେ ଟ୍ରାଫିକ ପୋଷ୍ଟର ରାସ୍ତାରେ ପଡ଼ିଥିବା ବାଲିକୁ ଝାଡ଼ୁ ଧରି ସଫା କରିଛନ୍ତି। କିଛି ଦିନ ତଳେ ଟ୍ରାଫିକ ପୋଷ୍ଟର ଚତୁର୍ପାଶ୍ୱ ରାସ୍ତା ନିର୍ମାଣ ନାମରେ କୌଣସି ଏକ ଠିକାଦାର ସଂସ୍ଥା ରାସ୍ତା ଗୁଡ଼ିକରେ ପିଚୁ ପକାଇଥିଲେ ଏବଂ ରାସ୍ତାରୁ ପିଚୁ ନଉଠିବା ପାଇଁ ତା ଉପରେ ବାଲି ପକାଇଥିଲେ ।

ତେବେ କିଛି ଦିନ ଭିତରେ ସେହି ସବୁ ବାଲି ଗୁଡ଼ିକ ପିଚୁରୁ ଉଠିଯାଇ ରାସ୍ତାରେ ପଡ଼ି ରହିଥିଲା, ଫଳରେ ବାଲିରେ ଦୁଇ ଚକିଆ ଗାଡ଼ି ସ୍ଲିପ କରି କିଛି ବାଇକ ଦୁର୍ଘଟଣା ହେବା ସହିତ ବାଇକ ଚାଳକ ମାନେ ଆହତ ହେଉଥିଲେ।

Advertisment

ଏପରି ସ୍ଥଳେ ରାସ୍ତାରୁ ବାଲି ସଫା କରିବା ପାଇଁ ଫୁଲବାଣୀ ପୌରପାଳିକା ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ  ରାସ୍ତାରେ ବାଇକ ଚାଳକ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉ ଥିଲେ । ତେଣୁ  ଦୁର୍ଘଟଣା ରୋକିବା ପାଇଁ ଟ୍ରାଫିକ କନଷ୍ଟେବଳ ଶେଷରେ ନିଜେ ଝାଡ଼ୁ ଧରି ରାସ୍ତାରୁ ବାଲି ସଫା କରିଛନ୍ତି। ଯାହାକି ସାମାଜିକ ମୂଲ୍ୟବୋଧର ନିଦର୍ଶନ ସାଜିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe