Advertisment

‘ପୁଲିସ୍‌ ନ ଧରିଲେ ବି ଦେବାକୁ ପଡ଼ିବ ଜୋରିମାନା’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କୁ ଛାଡ଼ିବା ମୁଡ୍‌ରେ ନାହାନ୍ତି ପୁଲିସ୍‌ ବାବୁ। ଏଥିନିମନ୍ତେ କୌଣସି ଜୋରଜବରଦସ୍ତି ବି କରାଯିବ ନାହିଁ। ପୁଲିସ୍‌ ହାବୁଡ଼ରୁ ଖସିଲେ ମଧ୍ୟ ଦେବାକୁ ପଡ଼ିବ ଜୋରିମାନା। ଆଉ ତାହା ପୁଣି ସୁଧ ସହିତ। ଖୋଦ ଟ୍ୱିନ୍ ସିଟି ପୁଲିସ୍‌ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। କମିଶନରଙ୍କ ସୂଚନା ମୁତାବକ, ଏଣିକି ଟ୍ରାଫିକ୍‌ ନିୟମ ଭଙ୍ଗ କରୁଥିବା ବ୍ୟକ୍ତିଙ୍କୁ ନିସ୍ତାର ଦିଆଯିବ ନାହିଁ। ପୁଲିସ ହାତରୁ ଖସିଗଲେ […]

ଅଦ୍ୟତନ ହୋଇଛି
‘ପୁଲିସ୍‌ ନ ଧରିଲେ ବି ଦେବାକୁ ପଡ଼ିବ ଜୋରିମାନା’

cp-2-1

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କୁ ଛାଡ଼ିବା ମୁଡ୍‌ରେ ନାହାନ୍ତି ପୁଲିସ୍‌ ବାବୁ। ଏଥିନିମନ୍ତେ କୌଣସି ଜୋରଜବରଦସ୍ତି ବି କରାଯିବ ନାହିଁ। ପୁଲିସ୍‌ ହାବୁଡ଼ରୁ ଖସିଲେ ମଧ୍ୟ ଦେବାକୁ ପଡ଼ିବ ଜୋରିମାନା। ଆଉ ତାହା ପୁଣି ସୁଧ ସହିତ। ଖୋଦ ଟ୍ୱିନ୍ ସିଟି ପୁଲିସ୍‌ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

Advertisment

କମିଶନରଙ୍କ ସୂଚନା ମୁତାବକ, ଏଣିକି ଟ୍ରାଫିକ୍‌ ନିୟମ ଭଙ୍ଗ କରୁଥିବା ବ୍ୟକ୍ତିଙ୍କୁ ନିସ୍ତାର ଦିଆଯିବ ନାହିଁ। ପୁଲିସ ହାତରୁ ଖସିଗଲେ ମଧ୍ୟ ଜୋରିମାନା ଖିଲାପୀଙ୍କ ଖାତାରେ ପଡ଼ିବ। ଗାଡ଼ି ନମ୍ୱରକୁ ଦେଖି ଆର୍‌ଟିଓ ଅଫିସ ଖାତାରେ ଜୋରିମାନା ସୁଧ ସହ ଦେବାକୁ ପଡ଼ିବ। ଆଉ ଉଲ୍ଲଘଂନକାରୀ ଗଣିବେ ମୋଟା ଅଙ୍କର ଜୋରିମାନା।

ବିଭିନ୍ନ ସମୟରେ ଲୋକଙ୍କ ସହ ଯୁକ୍ତିତର୍କ ହୋଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଥିଲା। ଏଥର କିନ୍ତୁ ଲୋକଙ୍କ ସହ ଯୁକ୍ତିତର୍କ ନକରିବାକୁ କର୍ମଚାରୀଙ୍କୁ କୁହାଯାଇଛି। ଯେଉଁମାନେ ଭଲରେ ନଦେବେ, ତାଙ୍କ ଜରିମାନା ଖାତାରେ ଗଡ଼ିବ।  ନିୟମ ଉଲ୍ଲଂଘନକାରୀଙ୍କୁ ସିସିଟିଭି ଜରିଆରେ ଚିହ୍ନଟ କରାଯିବ। ସିସିଟିଭିରେ ଚିହ୍ନଟ ଖିଲାପୀଙ୍କ ନିକଟକୁ ପଠାଯିବ ଚାଲାଣ।  ତେଣୁ ଏଥର ସତର୍କ ହୋଇ  ନିୟମ ମାନି ଯାତାୟତ କରିବା ବିଜ୍ଞତାର ପରିଚୟ ବୋଲି ଆଲୋଚନା ହେଉଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe