ଆସନ୍ତାକାଲି ଜାଗର, ଟ୍ରାଫିକ କଟକଣା ଜାରି କଲା କମିଶନରେଟ ପୁଲିସ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ପାଳିତ ହେବ ମହାଶିବରାତ୍ରୀ । ତେବେ ଜାଗର ପାଇଁ କଟକଣା ଲଗାଇଛନ୍ତି ସରକାର। ମନ୍ଦିର ପରିସର ଓ ବାହାରେ ଶ୍ରଦ୍ଧାଳୁଙ୍କ ଗହଳିକୁ ବାରଣ କରାଯିବା ସହ ମେଳାକୁ ମନା କରାଯାଇଛି । ନିୟମ ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ  ପାଇଁ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମହାପ୍ରଭୁ ଲିଙ୍ଗରାଜଙ୍କ ମହାଶିବରାତ୍ରି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ପ୍ରଶାସନ। ଟ୍ରାଫିକ କଟକଣା ଜାରି କରିଛି କମିଶନରେଟ ପୁଲିସ୍‌ । ମାଉସୀ […]

Lingaraj Temple

Lingaraj Temple

Niharika Rout
  • Published: Wednesday, 10 March 2021
  • Updated: 10 March 2021, 08:25 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ପାଳିତ ହେବ ମହାଶିବରାତ୍ରୀ । ତେବେ ଜାଗର ପାଇଁ କଟକଣା ଲଗାଇଛନ୍ତି ସରକାର। ମନ୍ଦିର ପରିସର ଓ ବାହାରେ ଶ୍ରଦ୍ଧାଳୁଙ୍କ ଗହଳିକୁ ବାରଣ କରାଯିବା ସହ ମେଳାକୁ ମନା କରାଯାଇଛି । ନିୟମ ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ  ପାଇଁ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ମହାପ୍ରଭୁ ଲିଙ୍ଗରାଜଙ୍କ ମହାଶିବରାତ୍ରି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ପ୍ରଶାସନ। ଟ୍ରାଫିକ କଟକଣା ଜାରି କରିଛି କମିଶନରେଟ ପୁଲିସ୍‌ । ମାଉସୀ ମା’ ପାର୍ଶ୍ୱରୁ ରଥରୋଡ଼କୁ ୪ ଚକିଆ ଯାନ ଛଡ଼ାଯିବ ନାହିଁ। ରବି ଟକିଜ ପଟରୁ ଆସୁଥିବା ସମସ୍ତ ଗାଡ଼ି କଚରାପିଣ୍ଡି ପର୍ଯ୍ୟନ୍ତ ଯିବେ।  ଗ୍ୟାରେଜ ଛକ ଓ ସାମନ୍ତରାପୁର ପଟୁ ଗାଡ଼ି ବିଏମସି ମାର୍କେଟ ପାର୍କିଂକୁ ଯିବ। ସେହିପରି କେଉଟସାହି ପଟର ଗାଡ଼ି ବିଏମସି ମାର୍କେଟ କମ୍ପଲେକ୍ସ ପାର୍କିଂ ସ୍ଥଳ ଯିବେ ।

ଦକ୍ଷିଣକାଳୀ ଓ ତାରାସୁନ୍ଦରୀ ରାସ୍ତାପଟ ଗାଡ଼ି ବିଏମ ହାଇସ୍କୁଲ ପଡ଼ିଆକୁ ଯିବେ । ପୁନାମା ଗେଟ ପଟର ଗାଡ଼ିକୁ ବଢ଼େଇବାଙ୍କ ଆଡକୁ ଛଡ଼ା ଯିବନି । ବିନ୍ଦୁସାଗର ପଟୁ ଭଜନ ମଣ୍ଡପ ଆଡ଼କୁ କୌଣସି ଗାଡ଼ି ଛଡ଼ାଯିବ ନାହିଁ । ମହାଶିବରାତ୍ରି ପାଇଁ ଏଭଳି ବିଭିନ୍ନ ଟ୍ରାଫିକ୍ କଟକଣା ଜାରି କରାଯାଇଛି ।

ଏହାବ୍ୟତୀତ ଲିଙ୍ଗରାଜ ମନ୍ଦିର ବାହାରେ ୨ ଶହ ମିଟର ଯାଏଁ ଲମ୍ବା ବ୍ୟାରିକେଡ୍ କରାଯାଇଛି। ଭିତରେ ଭକ୍ତଙ୍କ ଭିଡ ଏଡାଇବାକୁ କରାଯାଇଛି ସ୍ୱତନ୍ତ୍ର ବ୍ୟାରିକେଡ୍ । ମନ୍ଦିର ପରିସର ଓ ବାହାରେ ଟେଣ୍ଟ ବି ଲଗାଯାଇଛି।

[caption id="attachment_625793" align="aligncenter" width="650"]Barricade ଲିଙ୍ଗରାଜ ମନ୍ଦିରରେ ଜାଗର ନିମନ୍ତେ ବ୍ୟାରିକେଡ କରାଯାଇଛି।[/caption]

ବିଭିନ୍ନ ରାଜ୍ୟରେ ପୁଣି ଥରେ କରୋନା କୋପ  ଆରମ୍ଭ ହୋଇଥିବା ବେଳେ ସତର୍କତା ସ୍ୱରୂପ ଗତକାଲିଠାରୁ  ଲିଙ୍ଗରାଜ ମନ୍ଦିରରେ ଆରମ୍ଭ ହୋଇଛି ସେବାୟତଙ୍କ କୋଭିଡ୍ ଟେଷ୍ଟ । ମନ୍ଦିର ଭିତର ସେବାରେ ନିୟୋଜିତ ସମସ୍ତ ସେବାୟତଙ୍କ ପରୀକ୍ଷା କରାଯିବ । ଟ୍ରଷ୍ଟ ବୋର୍ଡର ସଦସ୍ୟ, ଫୁଲ ଦୋକାନୀ ଓ ପୁଲିସ୍‌ ଅଧିକାରୀଙ୍କର ବି ହେବ କୋଭିଡ୍ ଟେଷ୍ଟ ।

ସେପଟେ ବାଲେଶ୍ୱରରେ ଜାରି ହୋଇଛି ମହାଶିବରାତ୍ରୀ କଟକଣା । ଜିଲ୍ଲାର ସମସ୍ତ ଧାର୍ମିକ ସ୍ଥଳ ଓ ମନ୍ଦିରରେ ଭିଡ ନକରିବାକୁ କଡା ନିର୍ଦେଶ ରହିଛି । ଠାକୁରଙ୍କ ନୀତିକାନ୍ତି ପାଇଁ କେବଳ ପୂଜକ ଓ ସେବାୟତଙ୍କୁ ମିଳିଛି ଅନୁମତି । ଜାଗର ଦିନ ସାଧାରଣ ଦର୍ଶନକୁ ବନ୍ଦ ରଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos