Advertisment

ଟ୍ରାଫିକ ନିୟମ କୋହଳକୁ ନେଇ ଗାଇଡଲାଇନ୍: ଏକକାଳୀନ ୩-୪ଟି ଗାଡ଼ିରୁ ଅଧିକ ଚେକିଂ ମନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସଂଶୋଧିତ ମୋଟର ଯାନ ଆଇନକୁ କଡ଼ାକଡ଼ି ଭାବେ ଡିସେମ୍ବର ପହିଲାରୁ ପାଳନ ପାଇଁ ପୂର୍ବ ନିର୍ଦ୍ଧାରିତ ସମୟସୀମାକୁ ରାଜ୍ୟ ସରକାର ତକାଲି ଆଉ ୩ମାସ ବୃଦ୍ଧି କରିବାପରେ ଆଜି ସମସ୍ତ ଜିଲ୍ଲାପାଳ ଓ ପୁଲିସ ଏସପିଙ୍କୁ ଏନେଇ ଗାଇଡଲାଇନ୍ ଜାରି କରିଛନ୍ତି। ଜୀବନ ପ୍ରତି ବିପଦ ଥିବା ୧୦ଟି ଦିଗ ପ୍ରତି ବିଶେଷ ଭାବେ ଦୃଷ୍ଟି ଦେବାକୁ ଟ୍ରାଫିକ ଓ ପୁଲିସ କର୍ମଚାରୀମାନଙ୍କୁ ସେ କହିବା ସହ ଏସବୁ ସଡ଼କ ନିରାପତ୍ତାକୁ ଉଲ୍ଲଘଂନ କେହି […]

author-image
Manoranjan Sial
ଟ୍ରାଫିକ ନିୟମ କୋହଳକୁ ନେଇ ଗାଇଡଲାଇନ୍: ଏକକାଳୀନ ୩-୪ଟି ଗାଡ଼ିରୁ ଅଧିକ ଚେକିଂ ମନା

traffice-check-up

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସଂଶୋଧିତ ମୋଟର ଯାନ ଆଇନକୁ କଡ଼ାକଡ଼ି ଭାବେ ଡିସେମ୍ବର ପହିଲାରୁ ପାଳନ ପାଇଁ ପୂର୍ବ ନିର୍ଦ୍ଧାରିତ ସମୟସୀମାକୁ ରାଜ୍ୟ ସରକାର ତକାଲି ଆଉ ୩ମାସ ବୃଦ୍ଧି କରିବାପରେ ଆଜି ସମସ୍ତ ଜିଲ୍ଲାପାଳ ଓ ପୁଲିସ ଏସପିଙ୍କୁ ଏନେଇ ଗାଇଡଲାଇନ୍ ଜାରି କରିଛନ୍ତି। ଜୀବନ ପ୍ରତି ବିପଦ ଥିବା ୧୦ଟି ଦିଗ ପ୍ରତି ବିଶେଷ ଭାବେ ଦୃଷ୍ଟି ଦେବାକୁ ଟ୍ରାଫିକ ଓ ପୁଲିସ କର୍ମଚାରୀମାନଙ୍କୁ ସେ କହିବା ସହ ଏସବୁ ସଡ଼କ ନିରାପତ୍ତାକୁ ଉଲ୍ଲଘଂନ କେହି ଉଲ୍ଲଘଂନ କଲେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ରାଜ୍ୟ ପରିବହନ କମିଶନର ସଞ୍ଜିବ କୁମାର ପଣ୍ଡା ଏନେଇ ଆଜି ଆଗାମୀ ୩ମାସ ପର୍ଯ୍ୟନ୍ତ ଟ୍ରାଫିକ ନିୟମ କିଭଳି ପାଳନ ହେବ ସେ ନେଇ ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖି ଅବଗତ କରିଛନ୍ତି। ଗାଡ଼ି ଚେକିଂ ସମୟରେ ଏକକାଳୀନ ଅତିବେଶୀରେ ୩-୪ଟି ଗାଡ଼ିକୁ ଅଟକ ରଖି ଚେକିଂ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏହାଫଳରେ ସାଧାରଣ ଲୋକଙ୍କୁ ସମସ୍ୟା ହେବନି ଓ ଟ୍ରାଫିକ ମଧ୍ୟ ସ୍ୱାଭାବିକ ରହିବ।

ରୁଟିନ୍ ଚେକିଂ ସମୟରେ ଗାଡ଼ିର ଦସ୍ତାବିଜ ଆଦି ଯାଞ୍ଚ ପ୍ରକ୍ରିୟାରୁ ଦୂରେଇ ରହିବାକୁ କହିଛନ୍ତି। ଅବଶ୍ୟ ଯଦି କୌଣସି ଚୋରି ଗାଡ଼ି ହୋଇଥିବାର ସନ୍ଦେହ ଥିବ ତା’ହେଲେ ଗାଡ଼ିର ଦସ୍ତାବିଜ ଯାଞ୍ଚ କରାଯାଇପାରିବ ବୋଲି ସେ କହିଛନ୍ତି।

Advertisment

ଆଗାମୀ ୩ମାସ ପର୍ଯ୍ୟନ୍ତ ଅତ୍ୟଧିକ ବେଗରେ ଗାଡ଼ିଚାଳନା, ରେଡ୍ ଲାଇଟ୍ ଅତିକ୍ରମ କରିବା, ମଦ ପିଇ ଗାଡ଼ିଚାଳନା, ରଙ୍ଗରୁଟରେ ଗାଡ଼ିଚାଳନା, ଗାଡ଼ି ଚଳାଇବାବେଳେ ମୋବାଇଲ୍ ଫୋନ୍ ଧରିବା, ବିପଦପୂର୍ଣ୍ଣ ଭାବେ ଗାଡ଼ିଚାଳନା, ଦୁଇଚକିଆ ଯାନରେ ତିନିଜଣଙ୍କୁ ବସାଇ ଗାଡ଼ିଚାଳନା, ହେଲମେଟ୍ ନପିନ୍ଧିଥିଲେ, ସିଟ୍ ବେଲଟ୍ ପିନ୍ଧିନଥିଲେ ଓ ଓଭରଲୋଡ଼ିଂ କରି କେହି ଗାଡ଼ି ଚଳାଉଥିଲେ ସମ୍ପୃକ୍ତ ଗାଡ଼ି ଓ ଡ୍ରାଇଭରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଶ୍ରୀ ପଣ୍ଡା ନିର୍ଦ୍ଦେଶ ଦେଇଛନ୍ତି।

ଯଦି କୌଣସି ଗାଡ଼ିଚାଳକ ଉପରୋକ୍ତ ଏକାଧିକ ନିୟମ ଭଙ୍ଗ କରିଥାନ୍ତି ତା’ହେଲେ ସମ୍ପୃକ୍ତ ଗାଡ଼ିର ହସ୍ତାବିଜ ଯାଞ୍ଚ କରି ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ପରିବହନ କମିଶନର ନିର୍ଦ୍ଦେଶ ଦେଇଛନ୍ତି।