ganesh puja
ଯାଜପୁର(ଓଡ଼ିଶା ରିପୋର୍ଟର): ଗଣେଶ ଭସାଣି ନିମନ୍ତେ ଚାଲିଥିଲା ପ୍ରୋସେସନ । ନାଚଗୀତରେ ଫାଟି ପଡ଼ୁଥିଲା ଗାଁ ଦାଣ୍ଡ । ଏହି ସମୟରେ ଘଟିଲା ଅଘଟଣ । ଏକ ଓହଳି ପଡ଼ିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଲାଗିଗଲା ଡିଜେ। ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ବାରବାଟି ନିକଟ ଫୁଲାଡି ଗ୍ରାମରେ ଘଟିଛି। ମୃତକ କୁଆଖିଆ ଥାନା ଗୋପାଳପୁର ଗ୍ରାମର ଶୁଭଙ୍କର ଓଝା ବୋଲି ଜଣାପଡିଛି।
ଗତକାଲି ରାତିରେ ସ୍ଥାନୀୟ ବେତଣ୍ଡା ଗ୍ରାମର ଯୁବକମାନେ ଗଣେଷ ଭସାଣି ଶୋଭାଯାତ୍ରାରେ ଯାଇଥିଲେ। ନାଚଗୀତରେ ଫାଟି ପଡ଼ୁଥିଲା ଚତୁଃର୍ଦିଗ । କିଛି ବାଟ ଯିବା ପରେ ଏକ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲା ଡିଜେ । ଏହି ସମୟରେ ସେଠାରେ ଥିବା ୪ଜଣ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯାଇଥିଲେ। ତୁରନ୍ତ ସେମାନଙ୍କୁ ଗୁରୁତର ଅବସ୍ଥାରେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଜଣଙ୍କର ମୃତ୍ୟୁ ଘଟିଥିଲା ।
ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଆହତଙ୍କୁ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଧର୍ମଶାଳା ପୁଲିସ ଘଟଣାର ତଦନ୍ତ ଚଳାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/09/sss-5.jpg)