patanagarh
ପାଟଣାଗଡ଼: ବଲାଙ୍ଗିର ଜିଲ୍ଲାରେ ପୁଣି ତାତିଛନ୍ତି ଆଦିବାସୀ। ଜଣେ ଅଭିଯୁକ୍ତ ଦାଦନ ସର୍ଦ୍ଦାରର ଗିରଫ ଦାବିରେ ଆଦିବାସୀମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଲାଠୋର ଥାନାକୁ ଧସେଇ ପସିଛନ୍ତି।
[vc_video link="" align="center"]
ଦାଦନ ସର୍ଦ୍ଦାର ରୂପାଧର ରଣା ଏବଂ ତାଙ୍କ ପତ୍ନୀ କର୍ପୂରଚନ ବାଗ ସେହି ଗାଁର ଗୋପୀନାଥ ବାଗଙ୍କୁ ଘରୁ ଡାକି ନେଇ ହତ୍ୟା କରିବା ପରେ ଗାଁ ମୁଣ୍ଡ ଗଛ ତଳେ ଫୋଫାଡି ଦେଇଥିବା ଅଭିଯୋଗ କରିଛନ୍ତି ଗୋପୀନାଥଙ୍କ ପତ୍ନୀ ଫୁଲସରି। ଏ ନେଇ ସେ ଥାନାରେ ଅଭିଯୋଗ କରିଥିଲେ। ହେଲେ ପୋଲିସ ହତ୍ୟା ମାମଲା ରୁଜୁ କରିବା ବଦଳରେ ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି ଉଲ୍ଲେଖ କରିଥିବାରୁ ଅଭିଯୁକ୍ତମାନେ ସହଜରେ ଖଲାସ ହୋଇଯାଇଥିବା ଫୁଲସରି ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦରେ ଆଜି ଜିଲ୍ଲା ଆଦିବାସୀ ସଂଘ ପକ୍ଷରୁ ବିକ୍ଷୋଭ କରାଯିବା ସହ ଅଭିଯୁକ୍ତମାନଙ୍କୁ ଶୀଘ୍ର ଗିରଫ କରିବା ପାଇଁ ଦାବି କରାଯାଇଛି।
ଘଟଣାସ୍ଥଳରେ ପାଟଣାଗଡ ଡିଏସ୍ପି ପହଞ୍ଚି ବୁଝାଶୁଝା କରିଥିଲେ। ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେବା ସହ ସଂଘ ଆନ୍ଦୋଳନରୁ ଓହରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
