Advertisment

ଟ୍ରେଲର ଧକ୍କାରେ ଟ୍ରକ୍‌ ଡ୍ରାଇଭର ମୃତ

ଚୌଦ୍ୱାର (ପ୍ରକାଶ କୁମାର ନାୟକ): କଟକ ଜିଲ୍ଲା ଟାଙ୍ଗୀ ଡାଲମିଆ ସିମେଣ୍ଟ କାରଖାନା ସମ୍ମୁଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରେଲର ଧକ୍କାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ପ୍ରେମ ରାଓ। ତାଙ୍କ ଘର ଝାଡଖଣ୍ଡର ଚମ୍ପାରଣ ଜିଲ୍ଲା ସରଗତିଆ ଗାଁରେ। ସୂଚନା ଅନୁସାରେ, ଡାଲମିଆ ସିମେଣ୍ଟ କାରଖାନାକୁ ମାଲ୍‌ ନେବା ପାଇଁ ଝାଡଖଣ୍ଡରୁ ଏକ ଟ୍ରକ୍ ଆସିଥିଲା। ତେବେ ଆଜି ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ଡ୍ରାଇଭର କାରଖାନା ଆଗରେ […]

author-image
Jyoshna Pradhan
ଟ୍ରେଲର ଧକ୍କାରେ ଟ୍ରକ୍‌ ଡ୍ରାଇଭର ମୃତ

accident

ଚୌଦ୍ୱାର (ପ୍ରକାଶ କୁମାର ନାୟକ): କଟକ ଜିଲ୍ଲା ଟାଙ୍ଗୀ ଡାଲମିଆ ସିମେଣ୍ଟ କାରଖାନା ସମ୍ମୁଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରେଲର ଧକ୍କାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ପ୍ରେମ ରାଓ। ତାଙ୍କ ଘର ଝାଡଖଣ୍ଡର ଚମ୍ପାରଣ ଜିଲ୍ଲା ସରଗତିଆ ଗାଁରେ।

Advertisment

ସୂଚନା ଅନୁସାରେ, ଡାଲମିଆ ସିମେଣ୍ଟ କାରଖାନାକୁ ମାଲ୍‌ ନେବା ପାଇଁ ଝାଡଖଣ୍ଡରୁ ଏକ ଟ୍ରକ୍ ଆସିଥିଲା। ତେବେ ଆଜି ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ଡ୍ରାଇଭର କାରଖାନା ଆଗରେ ଟ୍ରକ୍‌ ଛିଡ଼ାକରି ହେଲପର ସହିତ ଚାଲିଚାଲି ରାସ୍ତା ପାଖ ଏକ ଦୋକାନକୁ ଯାଉଥିଲେ। ଏହି ସମୟରେ ଏକ ଟ୍ରେଲର ତାଙ୍କୁ ପଛ ପଟୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ଟ୍ରକ୍ ଡ୍ରାଇଭର ପ୍ରେମ ରାଓଙ୍କ ମୃତ୍ୟୁ ଘଟିଥିଲା। ଏଥିସହ ହେଲପର୍ ଗୁରୁତର ଆହତ ହୋଇଛନ୍ତି।

ଖବର ପାଇ ଟାଙ୍ଗୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ହେଲପରଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଛନ୍ତି। ଏଥିସସହିତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି।

Advertisment