Advertisment
ଯାଜପୁର ଜିଲ୍ଲା ଯଖପୁରା ଷ୍ଟେସନ ନିକଟରେ ଗୁରୁବାର ସକାଳେ ଲାଇନଚ୍ୟୁତ ହୋଇଛି ଚେନ୍ନାଇ ସେଣ୍ଟ୍ରାଲ୍-ନ୍ୟୁ ଜଲପାଇଗୁଡ଼ି ଏକ୍ସପ୍ରେସ୍। ଟ୍ରାକ୍ରୁ ଖସିଯାଇଛି ୩ଟି ବଗି। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି।
Advertisment
ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି ଯେ ସକାଳ ୮ଟା ୫୧ରେ ଟ୍ରେନ୍ଟି ଲାଇନଚ୍ୟୁତ ହୋଇଥିଲା। ଗୋଟିଏ ଏସି କୋଚ୍ ଓ ଦୁଇଟି ଜେନେରାଲ କୋଚ୍ ଲାଇନଚ୍ୟୁତ ହୋଇଛି। ଏହି ଘଟଣା ଘଟିବା ସମୟରେ ଟ୍ରେନ୍ଟି ଧୀର ଗତିରେ ଯାଉଥିଲା। ଟ୍ରେନ୍ ଲାଇନଚ୍ୟୁତ ହେବା ଯୋଗୁ କୌଣସି ଯାତ୍ରୀଙ୍କ ମୃତ୍ୟୁ ହୋଇନାହିଁ କି କେହି ଆହତ ମଧ୍ୟ ହୋଇନାହାନ୍ତି।
ରେଳବାଇର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ।
Advertisment
ଲାଇନଚ୍ୟୁତ ହେବା ପରେ ଚେନ୍ନାଇ ସେଣ୍ଟ୍ରାଲ୍-ନ୍ୟୁ ଜଲପାଇଗୁଡ଼ି ଏକ୍ସପ୍ରେସ୍ ଯଖପୁରା ଷ୍ଟେସନ ନିକଟରେ ଅଟକି ରହିଥିଲା। ଦିନ ପ୍ରାୟ ୧୧ଟା ବେଳକୁ ଟ୍ରେନ୍ଟି ପୁଣି ଥରେ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ଦୁର୍ଘଟଣାଗ୍ରସ୍ତ ୩ ବଗିକୁ ଛାଡ଼ି ଟ୍ରେନ୍ଟି ଗଡ଼ିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/05/train12-2026-02-05-11-19-48.jpg)